ଚାଷ କାର୍ଯ୍ୟ କରି ଚର୍ଚ୍ଚାରେ ଶକୁନ୍ତଳା

କେନ୍ଦୁଝର, ୧୪।୧୨ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅଧୀନ ବଣପାହାଡ ଘେରା ଗୋନାସିକା ପଞ୍ଚାୟତ ବୈତରଣୀ ଗ୍ରାମର ଶକୁନ୍ତଳା କଟେଇ (୪୦) ନାମ୍ନୀ ଜଣେ ଭୂୟାଁ ଆଦିବାସୀ ମହିଳା ନିଜେ ଚାଷ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିଛନ୍ତି । ସେ ମଟର, ମକା, ମୂଳା, ବାଇଗଣ, ଝୁଡଙ୍ଗ, ବିଲାତି, କୋବି ଆଦି ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରିବା ସହ ସ୍ବାବଲମ୍ବୀ ହୋଇ ପାରିଛନ୍ତି। ଆଗରୁ ତାଙ୍କ ସ୍ବାମୀଙ୍କ ସମେତ ଅଞ୍ଚଳର ଲୋକେ ବିଭିନ୍ନ ସ୍ଥାନକୁ ଦାଦନ ଖଟିିବାକୁ ଯାଉଥିଲେ। ଏହି ଦାଦନ ଖଟିଯିବାର ଦୁତ୍ଃଖଦ ଅନୁଭୂତି ଶକୁନ୍ତଳାଙ୍କୁ ଚାଷ କାର୍ଯ୍ୟ ପାଇଁ ପ୍ରରୋଚିତ କରିଥିବା କହିଛନ୍ତି।
ତାଙ୍କର ସ୍ବାମୀ ଓ ଦୁଇ ପୁଅଝିଅ ଅଛନ୍ତି। ପୁଅ ଏବେ ଆଦର୍ଶ ବିଦ୍ୟାଳୟରେ ଓ ଝିଅ କନ୍ୟାଶ୍ରମରେ ରହି ପାଠ ପଢୁଛନ୍ତି। ଏକଦା ତାଙ୍କ ସ୍ବାମୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବା ବେଳେ ଶକୁନ୍ତଳା ସାହସ ବାନ୍ଧି ଜଙ୍ଗଲ ଜମିରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ତାଙ୍କ ସ୍ବାମୀ ଦାଦନ ଖଯିବାକୁ ନ ଯାଇ ତାଙ୍କୁ ଚାଷରେ ସହାୟତା କରୁଛନ୍ତି। ସେ ଅମଳ କରୁଥିବା ପନିପରିବାକୁ ପ୍ରାୟ ୩୦ କି.ମି. ଦୂର କେନ୍ଦୁଝର ସହରକୁ ସକାଳେ ନେଇ ବିକ୍ରି କରିଥାନ୍ତି। ଚାଷ ଛଡା ସେ ଗୋରୁଗାଇ, ଛେଳି, କୁକୁଡା ଆଦି ପାଳନ କରୁଛନ୍ତି। ଶକୁନ୍ତଳା କହିଛନ୍ତି, ଜଙ୍ଗଲ ଜମି ଅଧିକାର ଆଇନରେ ସେ ଚାଷ କରୁଥିବା ଜମି ଲାଗି ପଟା ସକାଶେ ଆବେଦନ କରିବେ । ସଚେତନତା ଅଭାବ ଏବଂ ଉପଯୁକ୍ତ ପ୍ରୋତ୍ସାହନ ମିଳୁ ନ ଥିବାରୁ ଅଭାବରେ ଦିନ ବିତାଉଥିବା ଲୋକେ ଚାଷ କାର୍ଯ୍ୟ କରିପାରୁ ନାହାନ୍ତି। କୃଷି ବିଭାଗ ପ୍ରୋତ୍ସାହନ ଦେଲେ ଏହି ଅଞ୍ଚଳରେ ଚାଷର ବିକାଶ ହୋଇ ପାରନ୍ତା ବୋଲି ଶକୁନ୍ତଳାଙ୍କଠାରୁ ନିୟମିତ ପରିବା କିଣୁଥିବା ଅବସରପ୍ରାପ୍ତ ଅଧିକାରୀ ଅଲେଖ ଚନ୍ଦ୍ର ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ଆନ୍ଦୋଳନରେ ୪ଦିନର ସାମୟିକ ବିରତି

କୋକସରା,୨୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରାଠାରେ ଦୀର୍ଘ ୧୫ଦିନ ଧରି ଚାଲିଥିବା ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ଚାଷୀ ସଂଘର ଆନ୍ଦୋଳନ ଗୁରୁବାର ନୂଆମୋଡ଼ ନେଇଛି।…

କେବେ ଶାସନ ଗାଦିରୁ ହଟିବ ଭାଜପା? ଆସିଲା ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ବର୍ତ୍ତମାନ, ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟରେ ଏହାର ସହଯୋଗୀଙ୍କ ନେତୃତ୍ୱରେ ସରକାର ଭାରତର ୨୨ଟି ରାଜ୍ୟ ଏବଂ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

‘କକ୍ରୋଚ ଜନତା ପାର୍ଟି’ର ଅଧା ଫଲୋୟର୍ସ ପାକିସ୍ତାନୀ; ତଥ୍ୟ ଶେୟାର କରି ଏମିତି ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୨୧।୫: ଯଦିଓ ‘କକ୍ରୋଚ ଜନତା ପାର୍ଟି’କୁ ଜାତୀୟ ରାଜନୈତିକ ଆଲୋଚନାର ଅଂଶ ହେବା ପାଇଁ ଏହାର ଅନୁଗାମୀ ସଂଗ୍ରହ କରିବା ଅପେକ୍ଷା ଅଧିକ ସମୟ ଲାଗିଥାଇପାରେ, ଏହି…

ବେଆଇନ ଭାବେ କରୁଥିଲେ ଗୋରୁ ଚାଲାଣ, ଅଭିଯୁକ୍ତ ଜିତୁଙ୍କୁ ବାନ୍ଧିଲା…

ଆନନ୍ଦପୁର/ହାଟଡିହୀ,୨୧l୫(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଘସିପୁରା ଥାନା ଗୁହାଳିଆ ଗ୍ରାମର ଅମିନ ଜେନାଙ୍କ ପୁଅ ସୁବ୍ରତ କୁମାର ଜେନା (୩୮) ଓରଫ ଜିତୁଙ୍କୁ ଗୁରୁବାର…

ନେଇଥିଲେ ଅବସର: ବିଶ୍ୱକପ୍‌ ପାଇଁ ପୁଣି ଫେରିଲେ ଏହି ଖେଳାଳି

ବର୍ଲିନ,୨୧ା୫: ବିଶ୍ୱକପ୍‌ ଲାଗି ଭେଟେରାନ ଗୋଲକିପର ମାନୁଏଲ ନେଉରଙ୍କୁ ଅବସରରୁ ଫେରିବା ପାଇଁ ଜର୍ମାନୀ କୋଚ୍‌ ଜୁଲିଆନ ନାଗେଲ୍ସମ୍ୟାନ ରାଜି କରିଛନ୍ତି। ୪୦ ବର୍ଷୀୟ ନେଉର ୨୦୨୪…

ପୋଲିସ, ଅବକାରୀ ବିଭାଗର ମିଳିତ ଚଢ଼ାଉ: ଭାଙ୍ଗିଲେ ଦେଶୀମଦ ଭାଟି

ନନ୍ଦପୁର,୨୧।୫(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ପୋଲିସ ଲମତାପୁଟ ବ୍ଲକ ବନମାଳୀପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମରେ ଗତ ଶନିବାର ଚଢ଼ାଉ କରି ପୂର୍ବତନ ସମିତି ସଭ୍ୟଙ୍କ ଘରେ ସ୍ଥାପିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri