Posted inଖେଳ

ଚାଇନା ପାରା ବ୍ୟାଡ୍‌ମିଣ୍ଟନ: ବିଜୟ ସହ ପ୍ରମୋଦଙ୍କ ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୨୫।୯(କ୍ରୀଡ଼ା ପ୍ରତିନିଧି)-ଚାଇନା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ୟୁହାଙ୍ଗ ହାଙ୍ଗଝୋଉଠାରେ ମଙ୍ଗଳବାର ଆରମ୍ଭ ହୋଇଛି। ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୧୩୯ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଭାରତରୁ ମୋଟ ୧୭ ଖେଳାଳି ଏଥିପାଇଁ ମନୋନୀତ ହୋଇଥିବାବେଳେ ଓଡ଼ିଶାରୁ ଏକମାତ୍ର ପ୍ରମୋଦ ଭଗତ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି। ନିକଟ ଅତୀତରେ ଆକର୍ଷଣୀୟ ପ୍ରଦର୍ଶନ କରି ଆସିଥିବା ପ୍ରମୋଦ ଏହି ପ୍ରତିଯୋଗିତାରେ ମଧ୍ୟ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ଦିବସରେ ଅନୁଷ୍ଠିତ ସିଙ୍ଗଲ୍ସରେ ସେ ଚାଇନାର ଫାକ୍ସିନ ଉ’ଙ୍କୁ ୨୧-୧୩, ୨୧-୧୬ ପଏଣ୍ଟରେ ପରାସ୍ତ କରିଛନ୍ତି। ସେହିପରି ଡବଲ୍ସ ପ୍ରଥମ ରାଉଣ୍ଡରେ ସେ ମନୋଜ ସରକାରଙ୍କ ସହ ଇଣ୍ଡୋନେସିଆ ଯୋଡ଼ି ଆରି ଅଙ୍ଗାରା ଓ ଉକୁନ ରୁକେଣ୍ଡିଙ୍କୁ ୨୧-୧୧, ୨୨-୧୮ ପଏଣ୍ଟରେ ହରାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଆଜି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ୪ ଘଣ୍ଟା ପରେ ମହାପ୍ରଭୁ…

ପୁରୀ,୧୭ା୮(ଅଜିତ୍‌ କୁମାର ମହାନ୍ତି): ଶ୍ରାବଣ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

କଲରାରେ ଭରି ରହିଛି ଏସବୁ ଉପକାରୀ ଗୁଣ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଛି। ତେବେ…

ଘରେ ଶୋଇଥିବାବେଳେ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ଆଈ-ନାତିଙ୍କ ଜୀବନ, ଶବ୍ଦ ଶୁଣି…

ଜଳେଶ୍ୱର,୧୭ା୮(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନେତୁଆ ପଞ୍ଚାୟତର କପାସଦା ଗ୍ରାମରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଚି। ଘରେ ଶୋଇଥିବା ଅବସ୍ଥାରେ ହଠାତ୍‌…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

୧୩ ଲକ୍ଷ ଫଲୋଅର୍ସ ଥିବା TikTok ଷ୍ଟାରଙ୍କୁ ସର୍ବସାଧାରଣରେ ଗୁଳି କରି ହତ୍ୟା

ଇସଲାମାବାଦ,୧୭।୮: ପାକିସ୍ତାନର ଜଣେ ଲୋକପ୍ରିୟ ଟିକଟକ ଷ୍ଟାର ଶାମସୁ ବିବି (ଉରଫ ଆୟେଶା ଗିଲାମାନା)ଙ୍କୁ ତକ୍ଷଶିଳାରେ ଅଜ୍ଞାତ ବନ୍ଧୁକଧାରୀ ମୋଟରସାଇକେଲରେ ଆସି ଗୁଳି କରି ହତ୍ୟା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri