Posted inଜାତୀୟ

ଚାଇନା ଆମକୁ ବନ୍ଧୁ ଭାବେ ଦେଖେନାହିଁ

ନୂଆଦିଲ୍ଲୀ,୨୮ା୫(ପି.ଟି.): ଚାଇନା ଆମକୁ ବନ୍ଧୁ ଭାବେ ଦେଖେନାହିଁ। ୧୯୫୦ ନଭେମ୍ବର ୭ରେ ଭାରତର ତତ୍କାଳୀନ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କୁ ପତ୍ର ଲେଖି ଏହା ଜଣାଇଥିଲେ। ସେହି ସମୟରେ ଚାଇନାର ନୂତନ କମ୍ୟୁନିଷ୍ଟ ଶାସକ ତିବ୍ବତ ଉପରେ ଆକ୍ରମଣ କରିଥିଲେ। ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟ ନାଁରେ ଚାଇନା ସରକାର ଆମପ୍ରତି ଛଳନା କରୁଛନ୍ତି। ସେମାନେ ତିବ୍ବତ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ଚାହାନ୍ତି ବୋଲି କହି ଭାରତୀୟ ରାଷ୍ଟ୍ରଦୂତଙ୍କଠାରେ ଏକ ମିଥ୍ୟା ଆତ୍ମବିଶ୍ୱାସ ଚାପିଦେବାରେ ସଫଳ ହୋଇଛନ୍ତି। ମୋ ବିଚାରରେ ଚାଇନାର କାର୍ଯ୍ୟାନୁଷ୍ଠାନ ବିଶ୍ୱାସଘାତକତାଠାରୁ କମ୍‌ ନୁହେଁ ବୋଲି ସର୍ଦ୍ଦାର ପଟେଲ ତାଙ୍କ ପତ୍ରରେ ଉଲ୍ଲେଖ କରିଥିଲେ।
ସର୍ଦ୍ଦାର ପଟେଲଙ୍କ ପତ୍ରରେ ଭାରତର ଉତ୍ତର ସୀମାନ୍ତ ସ୍ଥିତି ସମ୍ପର୍କରେ ସବିଶେଷ ବିବରଣୀ ସହ ଆକ୍ରମଣ ସମ୍ଭାବନା ନେଇ ସତର୍କ କରିଦିଆଯାଇଥିଲା। ଭାରତ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ। ଭାରତ-ଚାଇନା ସମ୍ପର୍କର ବାସ୍ତବତାକୁ ଲୌହମାନବ ତାଙ୍କ ପତ୍ରରେ ସ୍ପଷ୍ଟ ଉଲ୍ଲେଖ କରିଥିଲେ। ଆମେ ଚାଇନାକୁ ବନ୍ଧୁ ଭାବେ ଦେଖୁଥିବାବେଳେ ସେମାନେ ଆମକୁ ସେଭଳି ନଜରରେ ଦେଖୁନାହାନ୍ତି। ଯେଉଁମାନେ ସେମାନଙ୍କ ସହ ନାହାନ୍ତି, ସେମାନେ ତାଙ୍କର ବିରୋଧୀ ବୋଲି ଚାଇନାର କମ୍ୟୁନିଷ୍ଟ ମାନସିକତା ରହିଛି। ଏହା ଏକ ଉଲ୍ଲେଖନୀୟ ସୂଚକ ଯାହାକୁ ଆମେ ମନେରଖିବା ଉଚିତ ବୋଲି ପଟେଲ ତାଙ୍କ ପତ୍ରରେ ଲେଖିଥିଲେ।
ମିଳିତ ଜାତିସଂଘରେ ଚାଇନାର ପ୍ରବେଶ କାରଣରୁ ଗତ କିଛି ମାସ ମଧ୍ୟରେ ଚାଇନା କ୍ୟାମ୍ପ୍‌ ବାହାରେ ସମର୍ଥନ ପାଇବାରେ ଆମେ ବାସ୍ତବରେ ଏକୁଟିଆ ହୋଇଯାଇଛୁ। ଫର୍ମୋସା ପ୍ରସଙ୍ଗରେ ଆମେରିକୀୟଙ୍କ ପ୍ରତିଶ୍ରୁତି ମିଳୁଛି। ଏହାର ନ୍ୟାଯ୍ୟ ଦାବିକୁ ସମର୍ଥନ ଦେବାରେ ଆମେ ଆମେରିକା, ବ୍ରିଟେନ ଏବଂ ୟୁଏନ୍‌ଓରେ ଆଲୋଚନା କରିଛୁ। ଚାଇନାର ମନୋଭାବକୁ ଶାନ୍ତ କରିବାରେ ଯାହା ସମ୍ଭବ ହୋଇପାରେ ଆମେ ତାହା କରିଛୁ। ଏହା ସତ୍ତ୍ୱେ ଚାଇନା ଆମର ନିରପେକ୍ଷତାକୁ ବୁଝିନାହିଁ। ସେମାନେ ଆମକୁ ସନ୍ଦେହ ଦୃଷ୍ଟିରେ ଦେଖିଆସୁଛନ୍ତି। ଆମର ଚାଇନା ପ୍ରତି ସଦ୍ଦିଚ୍ଛା ଓ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବିଷୟରେ ଭଲଭାବେ ଅବଗତ କରିସାରିଛୁ। ଏହାଠାରୁ ଆଉ ଅଧିକ କିଛି କରାଯାଇପାରିବ ବୋଲି ସେ ଭାବୁ ନ ଥିବା ସର୍ଦ୍ଦାର ପଟେଲ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଥିଲେ। ଏହି ପତ୍ର ଲେଖିବାର ମାସକ ପରେ ପଟେଲଙ୍କର ପରଲୋକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri