Posted inଜାତୀୟ

ଚନ୍ଦ୍ରର ନିକଟତର ହେଲା ଲ୍ୟାଣ୍ଡର୍‌

ଚେନ୍ନାଇ: ଚନ୍ଦ୍ରଯାନ-୨ ଅର୍ବିଟରରୁ ପ୍ରଥମ ମୁନ୍‌ ଲ୍ୟାଣ୍ଡର ବିକ୍ରମ ଅଲଗା ହେବା ପରେ ମଙ୍ଗଳବାର ପ୍ରଥମ ଓ ବୁଧବାର ଦ୍ୱିତୀୟ ଡି-ଅର୍ବିଟାଲ ଅପରେଶନ ସକାଳ ୩ ଟା୪୨ ମିନିଟ୍‌ରେ ଅନ-ବୋର୍ଡ ପ୍ରୋପଲ୍‌ଶନ ସିଷ୍ଟମ ମାଧ୍ୟମରେ ଆରମ୍ଭ କରାଯାଇ ୯ମିନିଟ୍‌ରେ ଶେଷ କରାଯାଇଛି। ଏବେ ଲ୍ୟାଣ୍ଡର୍‌ ୩୫x୧୦୧ କିଲୋମିଟର ଅର୍ବିଟ ବା କକ୍ଷରେ ଅବସ୍ଥାପିତ ହୋଇଛି। ଏହା ତିନିଦିନ ଯାଏ କକ୍ଷରେ ଚନ୍ଦ୍ରକୁ ପରିକ୍ରମା କରିବ । ଏହି ସମୟରେ ଲ୍ୟାଣ୍ଡର୍‌ ଓ ରୋଭର୍‌ ପ୍ରଜ୍ଞାକୁ ପରୀକ୍ଷା କରାଯିବ। ଏହି ପ୍ରକ୍ରିୟା ପରେ ଲ୍ୟାଣ୍ଡର୍‌କୁ କକ୍ଷରୁ ଚନ୍ଦ୍ରପୃଷ୍ଠକୁ ଧୀରେ ଧୀରେ ଅଣାଯାଇପାରିବ ବୋଲି ଭାରତୀୟ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର (ଇସ୍ରୋ)ପକ୍ଷରୁ ପ୍ରକାଶ କରାଯାଇଛି। ସେପ୍ଟେମ୍ବର ୭ତାରିଖରେ ଏହାକୁ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରାଯିବ। ଏହାକୁ ଚନ୍ଦ୍ରର ଦୁଇଟି ଗର୍ତ୍ତ ମଞ୍ଜିନସ୍‌ ସି’ ଓ ସମ୍ପେଲିୟସ୍‌ ଏନ୍‌ ମଧ୍ୟରେ ଥିବା ସମତଳ ପୃଷ୍ଠରେ ପାଖାପାଖି ୭୦ଂ ଅକ୍ଷାଂଶରେ ଅବତରଣ କରାଯିବାର ଯୋଜନା କରାଯାଇଛି। ରୋଭର୍‌ ପ୍ରଜ୍ଞା ସେହିଦିନ ୩ଟା ୩୦ ମିନିଟ୍‌ରୁ ୬ଟା ୩୦ମିନିଟ୍‌ ମଧ୍ୟରେ ଲ୍ୟାଣ୍ଡର୍‌ରୁ ବାହାରିବ। ରୋଭର୍‌ ଲ୍ୟାଣ୍ଡରରୁ ଅଲଗା ହେବା ପରେ ତାହା ଚନ୍ଦ୍ରପୃଷ୍ଠରେ ଏକ ଚନ୍ଦ୍ର ଦିବସ (ଯାହା ପୃଥିବୀର ୧୪ ଦିନ )ଯାଏ କାର୍ଯ୍ୟ କରିବ। ୧୪ ଦିନରେ ଏହା ୫୦୦ ମିଟର ଗତି କରି ଚନ୍ଦ୍ରପୃଷ୍ଠର ପରୀକ୍ଷା କରିବା ପରେ ନିଷ୍କ୍ରିୟ ହୋଇ ସେଠାରେ ଅନନ୍ତକାଳ ଯାଏ ପଡିରହିବ। ପ୍ରଜ୍ଞା ପୂର୍ବରୁ ରୁଷିଆ , ଆମେରିକା ଓ ଚାଇନା ଆଦି ଦେଶ ଚନ୍ଦ୍ରକୁ ପଠାଇଥିବା ୫ଟି ରୋଭର୍‌ ସେଠାରେ ପଡି ରହିଛି। ଅର୍ବିଟର ଚନ୍ଦ୍ରକକ୍ଷରେ ଏକ ବର୍ଷଯାଏ ୧୦୦ କିଲୋମିିଟର ଉଚ୍ଚରେ ଘୂରିବ।
ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଅବତରଣ କରିବା ପରେ ଏହା ଏକ ସେକେଣ୍ଡରେ ୨ ମିଟର ଗତି କରିବ। ଏହି ଗତିକୁ କମାଇବା ଭାରତୀୟ ବୈଜ୍ଞାନିକମାନଙ୍କ ପାଇଁ ଚ୍ୟାଲେଞ୍ଜ ହେବ। ଲ୍ୟାଣ୍ଡର୍‌ ଓ ରୋଭର୍‌ ସହ ବୈଜ୍ଞାନିକମାନଙ୍କର ସିଧା ସମ୍ପର୍କ ହୋଇପାରିବ ନାହିଁ, ଯାହା ହେବ କେବଳ ଅର୍ବିଟର ମାଧ୍ୟମରେ । ଏହି କାରଣରୁ ଲ୍ୟାଣ୍ଡର୍‌ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ୧୫ ମିନିଟ୍‌ ବୈଜ୍ଞାନିକମାନଙ୍କ ପାଇଁ ପୂରା ଗୁରୁତ୍ୱପୂର୍ଣ୍ଣ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି ଲେଖିଲେ ରାଘବ ଚଢା, ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ୧୨ ବର୍ଷରୁ ଅଧିକ ସମୟ ପାଇଁ କାର୍ଯ୍ୟ କରିଛନ୍ତି। ଏହା ସହିତ, ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ…

ବ୍ରାଉନସୁଗାର ସହ ନଗଦ ଟଙ୍କା ଜବତ, ଜଣଙ୍କୁ ଗିରଫ କରି…

ଧାମନଗର,୧୦ା୬(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଥାନା ଆନନ୍ଦପୁର ପଞ୍ଚାୟତସ୍ଥିତ ବୈତରଣୀ ନଦୀପୋଲ ନିକଟରୁ ଧାମନଗର ପୋଲିସ ଜଣେ ବ୍ରାଉନସୁଗାର ବିକ୍ରେତା ଙ୍କୁ ଗିରଫ କରିଛି। ଗିରଫ…

ଟିଏମସିରେ ବଢିଲା ବିଦ୍ରୋହ, ମମତାଙ୍କ ହାତ ଛାଡିବେ ସାୟନି ଘୋଷ!

କୋଲକାତା, ୧୦।୬: ବଙ୍ଗଳାରେ କ୍ଷମତା ପରିବର୍ତ୍ତନ ପରେ, ଟିଏମସି ତାସର ଘର ପରି ଭାଙ୍ଗି ପଡୁଥିବା ପରି ମନେ ହେଉଛି। ସୂତ୍ର ଅନୁଯାୟୀ, ଏପରି ରିପୋର୍ଟ ଅଛି…

ଆକ୍ସନ ମୋଡ୍‌ରେ ଧର୍ମଶାଳା ପୋଲିସ: ୪ ବାଇକ୍‌ ଜବତ, ଦୁଇ ଲୁଟେରାଙ୍କୁ ଗିରଫ କରି…

ଧର୍ମଶାଳାର,୧୦ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଦୁଇ ବାଇକ୍‌ ଲୁଟେରାଙ୍କୁ ଗିରଫ କରି ପଚରାଉଚରା କରିବା ପରେ ସେମାନଙ୍କ…

ଓଡ଼ିଶା ସୀମାନ୍ତରେ ଆନ୍ଧ୍ର ମହିଳା ଓ ଶିଶୁବିକାଶ ମନ୍ତ୍ରୀଙ୍କ ଅନୁପ୍ରବେଶ, ଓଡ଼ିଶା ପ୍ରଶାସନ ଉପରେ…

ପଟ୍ଟାଙ୍ଗି,୧୦ା୬(ଶରତ କୁମାର ଧଳ): ଓଡ଼ିଶାର ସୀମାନ୍ତ ଗ୍ରାମରେ ପଡ଼ୋଶୀ ଆନ୍ଧ୍ର ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀ ଅନୁପ୍ରବେଶ କରି ସରକାରୀ…

ମୋଦିଙ୍କୁ ପ୍ରଶଂସାରେ ପୋତିଲା ପାକିସ୍ତାନର ବନ୍ଧୁ ଦେଶ: ଦିନେ କହୁଥିଲେ ‘ଇଣ୍ଡିଆ ଆଉଟ’ ଏବେ କହୁଛନ୍ତି…

ନୂଆଦିଲ୍ଲୀ,୧୦।୬: ନରେନ୍ଦ୍ର ମୋଦି ସ୍ବାଧୀନ ଭାରତର ଇତିହାସରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ସର୍ବାଧିକ ଦୀର୍ଘ ଦିନ ଧରି ରହିବାର ରେକର୍ଡ ସ୍ଥାପନ କରିଥିଲେ। ଏହି ଐତିହାସିକ ସଫଳତା…

ମୋହନ ସରକାରଙ୍କ ବଡ଼ ଘୋଷଣା, ସରକାରୀ କର୍ମଚାରୀଙ୍କ ୨ଟି ପିଲା ଥିଲେ…

ଭୋପାଳ,୧୦।୬: ସରକାରୀ କର୍ମଚାରୀ ଏବଂ ଚାକିରି ଆଶାୟୀମାନଙ୍କ ପାଇଁ ଏକ ବଡ଼ ଖବର ଆସିଛି: ସେମାନେ ଆଉ “ଦୁଇ ସନ୍ତାନ” ନିୟମର ଅଧୀନରେ ରହିବେ ନାହିଁ। ମଧ୍ୟପ୍ରଦେଶ…

ପେଟ୍ରୋଲ-ସିଲିଣ୍ଡର ପରେ ଏବେ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ,୧୦।୬: ସରକାରଙ୍କ ନୂତନ ମୂଲ୍ୟ ସ୍ଥିରୀକରଣ ଯୋଜନା ଅନୁଯାୟୀ, ଘରୋଇ ବିମାନ କମ୍ପାନୀଗୁଡ଼ିକ ଏବେ ତିନି ବର୍ଷ ପର୍ଯ୍ୟନ୍ତ ବିମାନ ଟର୍ବାଇନ ଇନ୍ଧନ (ATF) ମୂଲ୍ୟ ସ୍ଥିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri