Posted inଜାତୀୟ

ଚନ୍ଦ୍ରପୃଷ୍ଠର ସାନି ଫଟୋ ଜାରିକଲା ଇସ୍ରୋ

ଚେନ୍ନାଇ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପୁନର୍ବାର ଚନ୍ଦ୍ରର ପୃଷ୍ଠଭାଗ ଓ ଏଠାରେ ଥିବା ମୃତ ଆଗ୍ନେୟଗିରି ମୁଖ (କ୍ରେଟର)ର ଫଟୋ ପ୍ରକାଶ କରିଛି। ଚନ୍ଦ୍ରୟାନ-୨ ସ୍ପେସ୍‌କ୍ରାଫ୍ଟର ଟେରାଇନ୍‌ ମ୍ୟାପିଂ କ୍ୟାମେରା-୨ ଦ୍ୱାରା ଏହିସବୁ ଫଟୋ ଉତ୍ତୋଳନ କରାଯାଇଛି। ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଚନ୍ଦ୍ରପୃଷ୍ଠର ୪,୩୭୫ କିଲୋମିଟର ଉଚ୍ଚତାରୁ ଅଗଷ୍ଟ ୨୩ରେ ଏହିସବୁ ଫଟୋ ଉଠାଯାଇଥିଲା। ଉତ୍ତୋଳନ କରାଯାଇଥିବା କ୍ରେଟରଗୁଡିକର ନାମ ଜାକସନ୍‌, ମିତ୍ର, ମାଚ୍‌ ଓ କୋରୋଲେଭ୍‌ ରଖାଯାଇଛି। ଚନ୍ଦ୍ରର ଉତ୍ତର ଗୋଲାର୍ଦ୍ଧରେ ଥିବା ଜାକସନ୍‌ର ବ୍ୟାସ ୭୧ କିଲୋମିଟର। ପଶ୍ଚିମ ଭାଗରେ ଥିବା ମାଚ୍‌ କ୍ରେଟର ନିକଟରେ ମିତ୍ର କ୍ରେଟର ରହିଛି। ଏହାର ବ୍ୟାସ ୯୨ କିଲୋମିଟର। ଏହାର ନାମକରଣ ପ୍ରଫେସର ଶିଶିର କୁମାର ମିତ୍ରଙ୍କ ନାମାନୁସାରେ ହୋଇଛି। ମିତ୍ର ହେଉଛନ୍ତି ଜଣେ ଭାରତୀୟ ପଦାର୍ଥବିଦ୍ୟାବିତ୍‌ ଏବଂ ପଦ୍ମ ଭୂଷଣ ପୁରସ୍କାରପ୍ରାପ୍ତ ବୈଜ୍ଞାନିକ। ଆୟୋନୋସ୍ଫିୟର ଓ ରେଡିଓଫିଜିକ୍ସ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। କୋରୋଲେଭ କ୍ରେଟର ବ୍ୟାସ ୪୩୭ କିଲୋମିଟର ହୋଇଥିବାବେଳେ ଏହା ମଧ୍ୟରେ ବିଭିନ୍ନ ଆକୃତିର ଅନେକ ଛୋଟ ଛୋଟ ଗହ୍ବର ରହିଛି।
ଆଉ ଯେଉଁ ବୃହତ୍‌ କ୍ରେଟର ଫଟୋ ଉତ୍ତୋଳନ କରାଯାଇଛି, ସେହି ଦୁଇଟି ହେଉଛି ସମରଫେଲ୍ଡ ଏବଂ କିର୍କଉଡ୍‌। ଚନ୍ଦ୍ରର ଉତ୍ତର ଅକ୍ଷାଂଶରେ ଥିବା ସମରଫେଲ୍ଡର ବ୍ୟାସ ୧୬୯ କିଲୋମିଟର। ଉକ୍ତ କ୍ରେଟର ନାମକରଣ ଜର୍ମାନ ପଦାର୍ଥବିଜ୍ଞାନୀ ଡ. ଆରନୋଲ୍ଡ ସମରଫେଲ୍ଡଙ୍କ ନାମାନୁସାରେ ହୋଇଛି। ଚନ୍ଦ୍ରର ଉତ୍ତର-ପୂର୍ବ ଭାଗରେ ଥିବା କିର୍କଉଡ କ୍ରେଟର ନାମକରଣ ଆମେରିକୀୟ ଜ୍ୟୋତିର୍ବିଜ୍ଞାନୀ ଡାନିଏଲ୍‌ କିର୍କଉଡ୍‌ଙ୍କ ନାମାନୁସାରେ ହୋଇଛି। କିର୍କଉଡ୍‌ର ବ୍ୟାସ ପାଖାପାଖି ୬୮କିଲୋମିଟର।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ବରଗଡ଼ରେ ବଢ଼ିଲା ସ୍କୁଲ-କଲେଜ ଛୁଟି ଅବଧି, ଏହି ଦିନ ଖୋଲିବ

ବରଗଡ଼,୧୮।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କୁଲ, କଲେଜର ଗ୍ରୀଷ୍ମ ଅବକାଶ(ଖରାଛୁଟି) ଅବଧିକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପାଣିପାଗ ବିଭାଗର ରିପୋର୍ଟକୁ ନେଇ…

୪ ନୂଆ ଟାଉନ୍‌ ପ୍ଲାନ୍‌ ସ୍କିମ୍‌ ଘୋଷଣାକଲା ବିଡିଏ

ଭୁବନେଶ୍ୱର,୧୮ା୬(ରବିନାରାୟଣ ଜେନା): ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ଓଡିଏ) ଆକ୍ଟର ୧୯୮୨ର ଧାରା ୨୩(୧)ର ବ୍ୟବସ୍ଥା ଅନୁଯାୟୀ, ବିଡିଏ ଭୁବନେଶ୍ୱର ବିକାଶ ଯୋଜନା ଅଞ୍ଚଳ (ବିଡିପିଏ)ରେ ୪ଟି ନୂଆ…

ମାଟିତଳୁ ମିଳିଲା ବଙ୍କର ହିଲ୍‌ ଯୁଦ୍ଧ ସମୟର ଦୁର୍ଗ, ଗୁଳି

ବୋଷ୍ଟନ, ୧୮ା୬ (ଏ.ପି.): ଆମେରିକାର ସ୍ୱାଧୀନତା ସଂଗ୍ରାମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଣାଙ୍ଗନ ଭାବେ ପରିଚିତ ‘ବଙ୍କର ହିଲ୍‌’ର ମାଟି ତଳୁ ପ୍ରତ୍ନତତ୍ତ୍ୱବିତ୍‌ମାନେ ୧୭୭୫ ମସିହା ଯୁଦ୍ଧର ଅନେକ…

ଫିଲ୍ମ ଷ୍ଟାଇଲ୍‌ ଲୁଟ୍‌ ପରେ ପୋଲିସର ଏନ୍‌କାଉଣ୍ଟର, ୨ ସୁନା ଲୁଟେରା ଗୁରୁତର

ଅନୁଗୋଳ,୧୮।୬( ଜ୍ୟୋତି ରଞ୍ଜନ ସାହୁ ): ତାଳଚେରରେ ଏକ ସୁନା ରିଫାଇନେରୀ ଦୋକାନରେ ଫିଲ୍ମ ଷ୍ଟାଇଲରେ ଲୁଟ୍‌ ଘଟଣା ପରେ ଅନୁଗୋଳ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଆମେରିକା-ଇରାନ ମଧ୍ୟରେ ୧୪ ସୂତ୍ରୀ ବୁଝାମଣାପତ୍ର ସ୍ୱାକ୍ଷରିତ, ଡିଜିଟାଲ୍‌ ସ୍ୱାକ୍ଷର କଲେ…

ଓ୍ବାଶିଂଟନ, ୧୮।୬: ମାସ ମାସ ଧରି ଚାଲିଥିବା ଦୀର୍ଘ ଅଚଳାବସ୍ଥା ପରେ, ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ…

ଜୁଲାଇ ୧୫ରେ କାର୍ଯ୍ୟକାରୀ ହେବ ଭାରତ-ବ୍ରିଟେନ୍‌ ଟ୍ରେଡ୍‌ ଡିଲ୍‌

ଏଭିଆନ୍‌-ଲେସ୍‌-ବାଏନ୍ସ, ୧୮।୬: ଭାରତ ଓ ବ୍ରିଟେନ୍‌ ମଧ୍ୟରେ ବିସ୍ତୃତ ଅର୍ଥନୈତିକ ଓ ବାଣିଜ୍ୟ ଚୁକ୍ତିନାମା ଜୁଲାଇ ୧୫ରୁ କାର୍ଯ୍ୟକାରୀ ହେବ। ଏହି ଐତିହାସିକ ଚୁକ୍ତି ସ୍ବାକ୍ଷର ହେବାର…

ମୋଦିଙ୍କୁ ଭେଟିବା ପରେ ଭନ୍‌ ଡେର୍‌ ଲେୟେନ୍‌ଙ୍କ ଘୋଷଣା, ବର୍ଷ ଶେଷ ସୁଦ୍ଧା ଭାରତ-ୟୁରୋପୀୟ ସଂଘ ମଧ୍ୟରେ…

ଏଭିଆନ୍‌-ଲେସ୍‌ବାଏନ୍ସ,୧୮।୬(ପି.ଟି.): ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ଏବଂ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ମହତ୍ତ୍ୱାକାଂକ୍ଷୀ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫ୍‌ଟିଏ) ସ୍ବାକ୍ଷର ହେବ ବୋଲି ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri