Posted inଖେଳ

ଚତୁର୍ଥ ଆଶେସ ଟେଷ୍ଟ: ଅଷ୍ଟ୍ରେଲିଆ ୧୮୫ ରନରେ ବିଜୟୀ

ମାଞ୍ଚେଷ୍ଟର, ୯।୯- ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଅନୁଷ୍ଠିତ ଚତୁର୍ଥ ଆଶେସ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୧୮୫ ରନରେ ଇଂଲଣ୍ଡକୁ ହରାଇ ଦେଇଛି। ୩୮୩ ରନ ବିଜୟ ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ରବିବାର ୫ମ ତଥା ଅନ୍ତିମ ଦିବସରେ ଦ୍ୱିତୀୟ ଇନିଂସରେ ୧୯୭ ରନରେ ଅଲଆଉଟ ହୋଇ ଯାଇଛି। ଫଳରେ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨-୧ରେ ଅଗ୍ରଣୀଲାଭ କରିଛି। ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ୨୧୧ ଏବଂ ଦ୍ୱିତୀୟ ଇନିଂସରେ ୮୨ ରନ କରିଥିବା ଷ୍ଟିଭ୍‌ ସ୍ମିଥ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଅନ୍ୟପକ୍ଷରେ ବିଜୟୀ ଅଷ୍ଟ୍ରେଲିଆ ମ୍ୟାଚରୁ ବିଶ୍ୱ ଚାମ୍ପିୟନଶିପ୍‌ ଅନ୍ତର୍ଗତ ୨୪ ପଏଣ୍ଟ ପାଇଛି। ୪ ମ୍ୟାଚରୁ ୨ ବିଜୟ, ୧ ପରାଜୟ ଓ ୧ ଡ୍ର ସହିତ ଏହି ଦଳର ପଏଣ୍ଟ ସଂଖ୍ୟା ୫୬ରେ ପହଞ୍ଚତ୍ଛି। ଦୁଇ ଦଳ ମଧ୍ୟରେ ଆଉ ଗୋଟିଏ ଟେଷ୍ଟ ଅନୁଷ୍ଠିତ ହେବ। ଏହି ମ୍ୟାଚର ଫଳାଫଳ ଯାହା ହେଉନା କାହିଁକି ଆଶେସ ଟ୍ରଫି ଅଷ୍ଟ୍ରେଲିଆ ନିକଟରେ ରହିବ।
୪ର୍ଥ ଦିବସର ଅସମାପ୍ତ ସ୍କୋର ୧୮/୨ରୁ ଖେଳ ଆରମ୍ଭ କରିଥିବା ଇଂଲଣ୍ଡ ସତର୍କତାର ସହ ଆଗକୁ ବଢ଼ିଥିଲା। ତେବେ ସ୍କୋର ୬୬ରେ ପହଞ୍ଚାଇଥିବାବେଳେ ଜାସନ ରୟଙ୍କୁ ଆଉଟ କରି ଅଷ୍ଟ୍ରେଲିଆକୁ ବ୍ରେକ୍‌ ଥ୍ରୁ ଦେଇଥିଲେ ପ୍ୟାଟ୍‌ କୁମିନ୍ସ। ୬୭ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଜାସନ ୪ ଚୌକା ସହାୟତାରେ ୩୧ ରନ କରିଥିବାବେଳେ କୁମିନ୍ସଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ସମ୍ପ୍ରତି ଇଂଲଣ୍ଡର ବ୍ୟାଟିଂ ମେରୁଦଣ୍ଡ ବିବେଚିତ ହେଉଥିବା ବେନ୍‌ ଷ୍ଟୋକ୍ସ ମାତ୍ର ୧ ରନ କରି କୁମିନ୍ସଙ୍କ ବଲ୍‌ରେ ଆଉଟ ହେବାରୁ ଇଂଲଣ୍ଡର ପରାଜୟ ଆସନ୍ନ ହୋଇ ଯାଇଥିଲା। ଆରମ୍ଭରୁ ଭଲ ଖେଳି ଅର୍ଦ୍ଧଶତକ ହାସଲ କରିଥିବା ଜୋ ଡେନ୍‌ଲି ୧୨୩ ବଲ୍‌ରୁ ୫୩ ରନ କରିଥିବାବେଳେ ନାଥାନ ଲିୟନଙ୍କ ଶିକାର ହୋଇଥିଲେ। ପରେ ଉଇକେଟ କିପର ଜନି ବେୟାରଷ୍ଟୋ(୨୫ ରନ, ୬୧ ବଲ୍‌)ଙ୍କୁ ଆଉଟ କରି ମିଚେଲ ଷ୍ଟାର୍କ ଅଷ୍ଟ୍ରେଲିଆ ସ୍ଥିତିକୁ ଅଧିକ ମଜଭୁତ କରି ଦେଇଥିଲେ। ଶେଷଭାଗରେ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିଥିବା ଜୋସ ବଟଲରଙ୍କୁ କ୍ଲିନ୍‌ ବୋଲ୍ଡ କରି ଇଂଲଣ୍ଡ ଶିବିରରେ ନୈରାଶ୍ୟ ଖେଳାଇ ଦେଇଥିଲେ ଜୋଶ ହାଜେଲଉଡ୍‌। ୧୧୧ ବଲ୍‌ର ସମ୍ମୁଖୀନ ହୋଇଥିବା ବଟଲର ୪ ଚୌକା ସହାୟତାରେ ୩୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ଜୋଫ୍ରା ଆର୍ଚର ମାତ୍ର ୧ ରନ କରିବାକୁ ସକ୍ଷମ ହୋଇଥିଲେ। କ୍ରେଗ୍‌ ଓଭର୍ଟନ ଓ ଜ୍ୟାକ ଲିଚ୍‌ କିଛି ସମୟ ଲଢ଼େଇ କରିଥିଲେ ହେଁ ତାହା ଇଂଲଣ୍ଡକୁ ପରାଜୟରୁ ରକ୍ଷା କରିବା ପାଇଁ ପର୍ଯ୍ୟାପ୍ତ ହୋଇ ନ ଥିଲା। ଓଭର୍ଟନ ୧୦୫ ବଲ୍‌ରୁ ୨୧ ଓ ଲିଚ୍‌ ୫୧ ବଲ୍‌ରୁ ୧୨ ରନ କରି ଆଉଟ ହୋଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍‌କୁମିନ୍ସ ସର୍ବାଧିକ ୪ଟି, ନାଥାନ ଲିୟନ ଓ ଜୋଶ୍‌ ହାଜେଲଉଡ୍‌ ୨ଟି ଲେଖାଏ ଏବଂ ମିଚେଲ ଷ୍ଟାର୍କ ଓ ମାର୍ନୁସ ଲାବୁସ୍କାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୪୯୭।
ଇଂଲଣ୍ଡ ପ୍ରଥମ ଇନିଂସ: ୩୦୧।
ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ: ୧୮୬/୬(ଘୋଷଣା)
ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୧୯୭/ଅଲଆଉଟ(ଜୋ ଡେନ୍‌ଲି-୫୩, ଜାସନ ରୟ-୩୧, ଜୋସ ବଟଲର-୩୪, କୁମିନ୍ସ-୪/୪୩, ହାଜେଲଉଡ-୨/୩୧, ଲିୟନ-୨/୫୧, ଷ୍ଟାର୍କ-୧/୪୬, ଲାବୁସ୍କାନ-୧/୯)।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ୧୨ ମୃତ

କିଭ୍‌,୧ା୯: ୟୁକ୍ରେନ୍‌ରେ ରୁଷିଆର ଆକ୍ରମଣରେ ଜଣେ ଭାରତୀୟଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ମଙ୍ଗଳବାର କହିଛନ୍ତି। ୟୁକ୍ରେନ୍‌ର ବିଭିନ୍ନ ସହର…

କାହିଁକି ବାରମ୍ୱାର ୨୬ ତାରିଖରେ ଘଟୁଛି ପ୍ରଳୟ? ଭେଙ୍ଗାବାବା ଖୋଲିଲେ ରହସ୍ୟ…

ନୂଆଦିଲ୍ଲୀ,୧।୯: ନେପାଳ-ତିବ୍ଦତ ସୀମାରେ ହିମାଳୟର ହିମବାହ (ଗ୍ଲେସିୟର) ଭାଙ୍ଗି ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ଓ ଭୂସ୍ଖଳନ ପରେ ଏବେ ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳିଯାଇଛି। ଶହ ଶହ…

ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ବିକ୍ରମ ପଣ୍ଡା: ଶତାଧିକ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରା

ବ୍ରହ୍ମପୁର,୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ବିଜେଡି ସଭାପତି ତଥା…

କନ୍ୟାସନ୍ତାନ ଜନ୍ମଦେବା ପରେ ଆଖି ବୁଜିଲେ ମା’

ପାଟଣା, ୧ା୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବଡ଼ପଶି ଗ୍ରାମର କମଳ କିଶୋର ଜେରାଇଙ୍କ ସ୍ତ୍ରୀ ତିଲୋତ୍ତମା ତିରିଆ (୨୫)ଙ୍କର ଚିକିତ୍ସାଧୀନ…

ସାହାଣୀ କପ୍‌ ଫୁଟ୍‌ବଲ୍‌: ୩ରେ ହେବ ଖେଳାଳି ଚୟନ, କେମିତି କରିବେ ଆବେଦନ ଜାଣନ୍ତୁ…

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କ୍ରୀଡ଼ା ସଂସ୍ଥା ଆନୁକୂଲ୍ୟରେ ସାହାଣୀ କପ୍‌ ସିନିଅର ପୁରୁଷ ଆନ୍ତଃ ଜିଲା ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ ପାଇଁ ଆସନ୍ତା ଗୁରୁବାର ଷ୍ଟାଡିୟମ୍‌…

ମହିଳାଙ୍କୁ ଫସାଇ ଏକାଧିକ ଥର ବଳାତ୍କାର, ଅନ୍ତରଙ୍ଗ ମୁହୁର୍ତ୍ତ ଫଟୋ ଭିଡିଓ ଭାଇରାଲ: ଅବସରପ୍ରାପ୍ତ ସାମରିକ କର୍ମଚାରୀ ଗିରଫ

ଦିଗପହଣ୍ଡି,୧|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ବିବାହିତା ମହିଳାଙ୍କୁ ପ୍ରେମଜାଲରେ ଫସାଇ ଏକାଧିକ ଥର ବଳାତ୍କାର କରିବା ସହ…

ନିୟମିତ ହେଉଛି ଭଡ଼ା ଆଦାୟ: ରକ୍ଷଣାବେକ୍ଷଣରେ ଅବହେଳା, ତେଜିଲା ଦୋକାନୀଙ୍କ ଅସନ୍ତୋଷ…

ଜୁନାଗଡ଼,୧ା୯(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏନ୍‌ଏସି ମାର୍କେଟ କମ୍ପ୍ଲେକ୍ସ ଜରାଜୀର୍ଣ୍ଣ ହୋଇପଡିଛି। ଏଠାରେ ୧୪ଟି ଗୃହ ଥିବାବେଳେ ମରାମତି…

୨୦ ହଜାର ଟଙ୍କା ଲାଞ୍ଚ ନେଇ ଜେଲ ଗଲେ ଶ୍ରମ ଅଧିକାରୀ

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri