ଘରୋଇକରଣ ହେବ ଅଧିକ ରାଷ୍ଟ୍ରାୟତ୍ତ ସଂସ୍ଥା

ନୂଆଦିଲ୍ଲୀ,୧୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା କବଳିତ ଅର୍ଥ ବ୍ୟବସ୍ଥାକୁ ପୁନର୍ଜିବିତ ଲାଗି ୨୦ ଲକ୍ଷ କୋଟି ଟଙ୍କାର ଆର୍ଥତ୍କ ପ୍ୟାକେଜ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ଏହାର ୫ମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଘୋଷଣା କରିଛନ୍ତି। ଦେଶର ବିଭିନ୍ନ କ୍ଷେତ୍ର ଲାଗି ଢାଞ୍ଚାଗତ ସଂସ୍କାର ଏହି ଘୋଷଣା ମଧ୍ୟରେ ସାମିଲ ରହିଥିବା ସେ ସୂଚନା ଦେଇଛନ୍ତି। ଏଗୁଡ଼ିକ ଦେଶର ବିକାଶଧାରାକୁ ତ୍ୱରାନ୍ବିତ କରିବା ନେଇ ସେ ଆଶାବାଦୀ ଥିବା କହିଛନ୍ତି। ଅଣ ଷ୍ଟ୍ରାଟେଜିକ କ୍ଷେତ୍ରରେ ଅଧିକ ରାଷ୍ଟ୍ରାୟତ୍ତ ସଂସ୍ଥାର ଘରୋଇକରଣ ହେବ ବୋଲି ଜଣାପଡିଛି। ଗଣମାଧ୍ୟମକୁ ସୂଚନା ଦେଇ ସୀତାରାମନ କହିଛନ୍ତି ଯେ, ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ଲାଗି ୪୦ ହଜାର କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବରାଦ କରିଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାର ଅଧିକ ଅର୍ଥ ଖର୍ଚ୍ଚ କରିବା ନେଇ ଯୋଜନା ରଖାଯାଇଛି। ମହାମାରୀକୁ ରୋକିବା ଲାଗି ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସ୍ବାସ୍ଥ୍ୟ କ୍ଷେତ୍ର ୧୫ ହଜାର କୋଟି ଟଙ୍କା ଘୋଷଣା କରାଯାଇଛି। ଏହାବାଦ ଆଗାମୀ ଗୋଟିଏ ବର୍ଷ ଲାଗି ନୂଆ ଦେବାଳିଆ ଉପରେ କାର୍ଯ୍ୟାନୁଷ୍ଠାନ ବନ୍ଦ ରଖାଯାଇଛି। ସେହିଭଳି ଦେବାଳିଆ କାର୍ଯ୍ୟାନୁଷ୍ଠାନ ଲାଗି ରହିଥିବା ସୀମା ୧ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କାକୁ ବଢ଼ାଯାଇଛି। କମ୍ପାନୀ ଆଇନରେ ସାମାନ୍ୟ ଟେକ୍ନିକାଲ ତ୍ରୁଟିକୁ ଅପରାଧମୁକ୍ତ କରାଯାଇଛି। ଗୁରୁତର ଅପରାଧ କ୍ଷେତ୍ରରେ ରହିଥିବା ଧାରାକୁ ଇଣ୍ଟରନାଲ ଆଡଜୁଡିକେଶନ ମେକାନିଜମ ପରିସରଭୁକ୍ତ କରାଯିବ। ଭାରତୀୟ କମ୍ପାନୀଗୁଡ଼ିକ ବିଦେଶୀ ବଜାରରେ ସେମାନଙ୍କ ସିକ୍ୟୁରିଟି ସିଧାସଳଖ ସୂଚୀଭୁକ୍ତ କରାଇବା ଲାଗି ଅନୁମତି ମିଳିଥିବା ଜଣାପଡ଼ିଛି।
ସେ ପୁଣି କହିଛନ୍ତି ଯେ, ସରକାର ସବୁ କ୍ଷେତ୍ରକୁ ଘରୋଇ କମ୍ପାନୀଙ୍କ ଲାଗି ଖୋଲା କରିଛନ୍ତି। ମାତ୍ର କିଛି ବଛା ବଛା କ୍ଷେତ୍ରରେ ସରକାରୀ କମ୍ପାନୀଗୁଡ଼ିକ କାମ କରିବେ। ଷ୍ଟ୍ରାଟେଜିକ ସେକ୍ଟରରେ ଅନ୍ତତଃ ପକ୍ଷେ ଗୋଟିଏ ରାଷ୍ଟ୍ରାୟତ୍ତ କମ୍ପାନୀ କାମ କରିବ। ଏହି କ୍ଷେତ୍ରରେ ମଧ୍ୟ ଘରୋଇ କମ୍ପାନୀଗୁଡ଼ିକୁ ଅନୁମତି ଦିଆଯିବ। ଅଣ ଷ୍ଟ୍ରାଟେଜିକ କ୍ଷେତ୍ରରେ କାମ କରୁଥିବା ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକ ଘରୋଇକରଣ ହେବ। ସ୍ଥିତିର ଅନୁଧ୍ୟାନ କରିବା ପରେ ଏ ନେଇ ଚୂଡ଼ାନ୍ତ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ଏହାବାଦ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକର ଋଣ ସୀମାକୁ ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ୩%ରୁ ୫%କୁ ବଢ଼ାଇଛନ୍ତି। ସରକାର ଘୋଷଣା କରିଥିବା ମୋଟ ୨୦ ଲକ୍ଷ କୋଟି ଟଙ୍କାର ଆଶ୍ୱସ୍ତି ପ୍ୟାକେଜ ମଧ୍ୟରେ ରିଜର୍ଭ ବ୍ୟାଙ୍କର ୮.୦୧ ଲକ୍ଷ କୋଟି ଟଙ୍କାର ଲିକ୍ୟୁଡିଟି ସହାୟତା ସାମିଲ ରହିଛି। ସେହିଭଳି ସରକାର ୧.୭୦ ଲକ୍ଷ କୋଟି ଟଙ୍କାର ଗରିବ କଲ୍ୟାଣ ଯୋଜନାକୁ ମିଶାଇ ଆଉ ୧.୯୨ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ହାତକୁ ନେଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପ୍ରଥମ ପର୍ଯ୍ୟାୟରେ ୫.୯୪ ଲକ୍ଷ କୋଟି, ଦ୍ୱିତୀୟ ପର୍ଯ୍ୟାୟରେ ୩.୧୦ ଲକ୍ଷ କୋଟି , ୩ୟରେ ୧.୫୦ ଲକ୍ଷ କୋଟି, ଚତୁର୍ଥ ଏବଂ ପଞ୍ଚମ ପର୍ଯ୍ୟାୟ ଲାଗି ମୋଟ ୪୮ ହଜାର କୋଟି ଟଙ୍କାର ଯୋଜନା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?