ଘରୋଇ ହସ୍ପିଟାଲରେ ଦଳିତ କର୍ମଚାରୀଙ୍କୁ ନିର୍ଯାତନା : କମିଶନଙ୍କ ନିର୍ଦ୍ଦେଶ ପରେ ମାମଲା ରୁଜୁ କରୁନି ପୋଲିସ

ଭୁବନେଶ୍ୱର,୧୯।୮(ବ୍ୟୁରୋ) : ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଅନେକ ଦିନ ଧରି ଉପରିସ୍ଥ କର୍ମଚାରୀ ଦ୍ୱାରା ନିର୍ଯାତିତ ହେଉଥିଲେ। ଏ ନେଇ ପ୍ରତିବାଦ କରିବା ସହ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାରୁ ଚାକିରିରୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି। ଏ ସମ୍ପର୍କରେ ଥାନାରେ ଅଭିଯୋଗ କଲେ ମଧ୍ୟ ମାମଲା ରୁଜୁ କରାଯାଉନାହିଁ। ନ୍ୟାୟ ପାଇବା ନେଇ ନିର୍ଯାତିତ ଯୁବକ ମାନବାଧିକାର କମିଶନଙ୍କଠାରୁ ଆରମ୍ଭ କରି ଡିସିପି ଏବଂ ସିପିଙ୍କ ନିକଟରେ ଅଭିଯୋଗ କଲେ। ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଥାନା ଅଧିକାରୀ ମାମଲା ରୁଜୁ କରୁ ନ ଥିବା ନେଇ ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ ଚନ୍ଦ୍ରଶେଖରପୁର ଏମଆଇଜି-୨, ବ୍ଲକ-୪, ଘର ନଂ. ଇ-୧୨ରେ ମାନସ ରଞ୍ଜନ ସେଠୀ ରୁହନ୍ତି। ମାନସଙ୍କ ଅଭିଯୋଗ ମୁତାବକ, ସେ ୫ ବର୍ଷ ଧରି ଏକ ଘରୋଇ ହସ୍ପିଟାଲରେ ଲ୍ୟାବ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ। ଲ୍ୟାବରେ କାର୍ଯ୍ୟରତ ଜଣେ ଉଚ୍ଚ ଜାତିର ମହିଳା କର୍ମଚାରୀ ଓ ଅନ୍ୟ କିଛି କର୍ମଚାରୀ କିଛି ଦିନ ହେବ ନାନାଦି ନିର୍ଯାତନା ଦେଉଛନ୍ତି। ହସ୍ପିଟାଲ ବାହାରୁ ଆସୁଥିବା ରକ୍ତ ନମୁନାକୁ ବେଆଇନ ଭାବେ ପରୀକ୍ଷା କରିବାକୁ ମାନସଙ୍କୁ ବାଧ୍ୟ କରୁଛନ୍ତି। ଏଥିରେ ସହଯୋଗ ନ କରିବାରୁ ତାଙ୍କୁ ଚାକିରି ଛାଡି ଚାଲିଯିବାକୁ ବାଟ କରାଯାଉଛି। ଉପରିସ୍ଥ ଅଧିକାରୀଙ୍କ ନିକଟରେ ତାଙ୍କ ନାମରେ ମିଥ୍ୟା ଅଭିଯୋଗ କରାଯାଉଛି। ଏଥିସହ ଲ୍ୟାବରୁ ତାଙ୍କୁ ପାଣି ପିଇବାକୁ ମନା କରାଯିବା ସହ ଜାତିଆଣ ନେଇ ଟାହିଟାପରା କରାଯାଉଛି। ଏ ନେଇ ଡିସିପି ଏବଂ ସିପିଙ୍କୁ ଜଣାଇବା ସହ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିବା ପରେ ଥାନା ଅଭିଯୋଗ କରିବା ନେଇ କମିଶନ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ଗତ ୧୪ ତାରିଖରୁ ଥାନାରୁ ଅଭିଯୋଗ କରାଗଲେ ମଧ୍ୟ ତଦନ୍ତକାରୀ ଅଧିକାରୀ ମାମଲା ରୁଜୁ କରୁନାହାନ୍ତି । ବାରମ୍ବାର ଥାନାକୁ ଦଉଡିବା ପରେ ସେ ନିରାଶ ହୋଇ ଫେରୁଛନ୍ତି ବୋଲି ଗଣମାଧ୍ୟମରେ ନ୍ୟାୟ ପାଇବା ନେଇ ଅଭିଯୋଗ ଆଣିଛନ୍ତି। ଏ ନେଇ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ମାନସ ଜଣେ ମହିଳା କର୍ମଚାରୀ ଓ ଅନ୍ୟମାନଙ୍କ ନାମରେ ଅଭିଯୋଗ ଆଣିଥିଲେ। ଏତଲା କପିରେ କିଛି ଭୁଲକୁ ସଂଶୋଧନ କରାଯିବା ସହ ରବିବାର ରାତି ସୁଦ୍ଧା ମାମଲା ରୁଜୁ ହେବ। ଏ ନେଇ ତଦନ୍ତ କରିବା ପରେ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସାରା ରାଜ୍ୟରେ ବର୍ଷା ବିତ୍ପାତ: ବଦଳିଗଲା ସ୍ମାର୍ଟସିଟି ଭୁବନେଶ୍ୱରର ଚିତ୍ର, ଜୀବନଯାତ୍ରା…

ଭୁବନେଶ୍ୱର,୬ା୭(ବନ୍ଦନା ସେଠୀ): ରାଜ୍ୟରେ ଲଘୁଚାପଜନିତ ମୌସୁମୀ ବର୍ଷା ସାଧାରଣ ଜୀବନଯାତ୍ରାକୁ ଗୁରୁତର ପ୍ରଭାବିତ କରିଛି। ତିନିଦିନର ଲଗାଣ ବର୍ଷାରେ ବିଭିନ୍ନ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁ…

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri