Odisha Elections 2024

ଘରକୁ ଫେରିବା ପାଇଁ ସାଇକେଲ ଚୋରିକଲେ ପ୍ରବାସୀ ଶ୍ରମିକ: ଚିଠି ଲେଖି କ୍ଷମା ବି ମାଗିଲେ

ଲକ୍ଷ୍ନୌ,୧୬।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏହାଯୋଗୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକ ଘରକୁ ଫେରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିକଟରେ ରାଜସ୍ଥାନରେ ଶ୍ରମିକ ଭାବେ କାମ କରୁଥିବା ଉତ୍ତରପ୍ରଦେଶ ବରେଲୀର ମହମ୍ମଦ ଇକ୍‌ବାଲ ଘରକୁ ଫେରିବା ପାଇଁ ସାଇକେଲ ଚୋରି କରିଛନ୍ତି। ପାଖରେ ଟଙ୍କା ନ ଥିବାରୁ ସେ ଏପରି କରିଛନ୍ତି। ତେବେ ସାଇକେଲ ମାଲିକ ସାହିବ ସିଂଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି କ୍ଷମାପ୍ରାର୍ଥନା ମଧ୍ୟ କରିଛନ୍ତି। ପାଖରେ ଟଙ୍କା ନ ଥିବାରୁ ୨୫୦ କିଲୋମିଟର ଦୂର ଘରକୁ ଆସିବା ଲାଗି ଅନ୍ୟ କୌଣସି ଉପାୟ ନ ପାଇ ସେ ଏଭଳି କରିଥିବା କହିଛନ୍ତି। ଚିଠିରେ ଇକ୍‌ବାଲ ଲେଖିଛନ୍ତି ‘ମେଁ ମଜଦୁର୍‌ ହୁଁ, ଔର ମଜବୁର୍‌ ଭି’। ମୁଁ ଆପଣଙ୍କର ଦୋଷୀ ମଧ୍ୟ। ବାଧ୍ୟ ହୋଇ ଆପଣଙ୍କ ସାଇକେଲ ନେଇଯାଉଛି। ମୋପାଖରେ ଦିବ୍ୟାଙ୍ଗ ଛୋଟ ଛୁଆ ବି ରହିଛି। ତେଣୁ ଘରକୁ ଫେରିବା ପାଇଁ ଏପରି କରିଥିବା ଇକ୍‌ବାଲ ଚିଠିରେ ଲେଖିଛନ୍ତି। ସାହିବ ସିଂ ଏହି ଚିଠିକୁ ଏବେ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି। ଚିଠିକୁ ନେଇ ବହୁ ସୋସିଆଲ୍‌ ମିଡ଼ିଆର ୟୁଜର ପ୍ରବାସୀ ଶ୍ରମିକଙ୍କ ଭୋଗୁ ଥିବା ସମସ୍ୟା ଯୋଗୁ ବେଶ୍‌ ଭାବୁକ ହୋଇପଡ଼ି କମେଣ୍ଟ୍‌ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକା ବ୍ରେକ୍‌ଅପ୍‌ କରିଦେବାରୁ ଖର୍ଚ୍ଚର ହିସାବ ପଠାଇଲେ ଚାର୍ଟାର୍ଡ ପ୍ରେମିକ, ତାଲିକା ଦେଖିଲେ…

ଆଜିକାଲି ରିଲେସନଶିପ୍‌ ତାସ ପରି ହୋଇଗଲାଣି। କ୍ଷଣିକ ମଧ୍ୟରେ ବାଜି ପଲଟି ଯାଉଛି। କିଛି ସମ୍ପର୍କ ମଧ୍ୟ ଠିକ୍‌ ଏମିତି ହୋଇଗଲାଣି। କିଛି ଦିନ କିମ୍ବା...

ସ୍ମରଣୀୟ ଦିବସ ଏଭରେଷ୍ଟ ଡେ’

ପ୍ରତିବର୍ଷ ମେ’ ୨୯କୁ ଅନ୍ତର୍ଜାତୀୟ ଏଭରେଷ୍ଟ ଡେ’ ଭାବେ ପାଳନ କରାଯାଉଛି। ୧୯୫୩ର ଏହି ଦିନରେ ସୁଉଚ୍ଚ ଏଭରେଷ୍ଟ ଆରୋହଣ କରିବାରେ ସକ୍ଷମ ହୋଇଥିଲେ ନେପାଳର...

ସିଂହ ଏକାକି କରିଦେଲା ବିଶାଳକାୟ ହାତୀର ଶିକାର, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ

ଜଙ୍ଗଲର ସବୁଠାରୁ ଘାତକ ଶିକାରୀ ତାଲିକାରେ ସିଂହର ସ୍ଥାନ ପ୍ରଥମ। ହେଲେ କିଛି ବନ୍ୟଜନ୍ତୁ ଏଭଳି ରହିଛି ଯାହାଙ୍କ ଶିକାର କରିବା ସିଂହ ପାଇଁ କଷ୍ଟକର...

କିଏ ଏହି IPS DS Kutey, ଯାହାଙ୍କୁ ନେଇ ରାଜ୍ୟରେ ଚହଳ

ଭୁବନେଶ୍ୱର,୨୮।୫: ନିଲମ୍ବିତ ହୋଇଛନ୍ତି IPS ଅଫିସର ଡିଏସ କୁଟ୍ଟେ। IPS କୁଟ୍ଟେଙ୍କୁ ସସପେଣ୍ଡ କରିଛନ୍ତି ଭାରତୀୟ ନିର୍ବାଚନ କମିଶନର (ECI)। CMOରେ ସ୍ପେଶାଲ ସେକ୍ରେଟାରୀ ଭାବେ...

ଭଲ ଦରମା ସତ୍ତ୍ୱେ ସଞ୍ଚୟ କରିପାରୁ ନାହାନ୍ତି କି? ଆପଣାନ୍ତୁ ୫୦:୩୦:୨୦ ଫର୍ମୁଲା, ରହିବନି ଅବଶୋଷ

ସାଧାରଣତଃ ଟଙ୍କା ସଞ୍ଚୟ କରିବା ଏକ କଳା ବୋଲି କୁହାଯାଏ। ସମସ୍ତଙ୍କ ପାଖରେ ତାହା ନ ଥାଏ। ଅଧିକାଂଶ ଲୋକ ଭଲ ଦରମା ପାଉଥିଲେ ହେଁ...

ବ୍ରିଟେନ୍‌ରେ ବିଶ୍ବର ସବୁଠାରୁ ଛୋଟ ଜେଲ

ଲଣ୍ଡନ: ଯେତେବେଳେ ବିଭିନ୍ନ ଜେଲ ବିଷୟରେ ଆଲୋଚନା ହୁଏ ସେତେବେଳେ ଦିଲ୍ଲୀର ତିହାର ଜେଲ ଏବଂ ପୁଣେର ୟେରୱାଡ଼ା ଜେଲ କଥା ମନକୁ ଆସିଥାଏ। ଭାରତର...

କର୍ମାନୁଯାୟୀ ଦଣ୍ଡ, ପୁଣି ଗୋଟିଏ ଜନ୍ମରେ

ଏ ସଂସାରରେ ଯିଏ ଯେମିତି କର୍ମ କରିବ, ସେ ସେମିତି ଫଳ ପାଇବ। ଭଲ କର୍ମ ର ଭଲ ଫଳ। ଖରାପ କର୍ମର ଖରାପ ଫଳ।...

କଳାଗ୍ରାମ ସାରଙ୍ଗଯୋଡ଼ି

ଏଠି ସଞ୍ଜ ନଇଁ ଆସିଲେ ପ୍ରତିଦିନ ଚାଲେ ଲୋକକଳାର ସାଧନା। ଗାଁ ଭାଗବତ ଘରେ କଳାକାରମାନେ ଏକାଠି ହୁଅନ୍ତି। ଭାଗବତ ପଢ଼ାଯାଏ, ଠାକୁରଙ୍କୁ ପ୍ରାର୍ଥନା କରାଯାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri