ଘର ପରିସରରେ ଶୌଚାଳୟ ଟାଙ୍କି ନିର୍ମାଣ ନିର୍ଦ୍ଦେଶ ଦେଲା ବିଏମ୍‌ସି : ପାଇଖାନା ମଇଳା ଡ୍ରେନକୁ ଛାଡ଼ିଲେ ଜରିମାନା

ଭୁବନେଶ୍ୱର, ୧୨।୭(ବ୍ୟୁରୋ) : ନିଜ ଘରୁ ବାହାରୁ ଥିବା ମଳଯୁକ୍ତ ମଇଳା ଓ ପଚା ମଇଳାକୁ କୌଣସି ଡ୍ରେନ କିମ୍ବା ନଦୀକୁ ପାଇପ ଯୋଗେ ଛାଡୁଥିଲେ ଏବେ ସେଥିପାଇଁ ଦଣ୍ଡିତ ହେବାକୁ ପଡ଼ିବ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଓଡ଼ିଶା ମହାନଗର ନିଗମ ଆଇନ, ୨୦୦୩ର ଧାରା ୫୧୮, ୫୧୯, ୬୫୮ ଓ ୬୫୯ ଦ୍ୱାରା ଏହି ନିର୍ଦ୍ଦେଶନାମାକୁ ବିଏମ୍‌ସି ଜାରି କରିଛି। ଏହାକୁ ମହାନଗର ନିଗମ ମଳଯୁକ୍ତ ମଇଳା ଓ ପଚା ମଇଳା ପରିଚାଳନା ବିନିମୟ ୨୦୧୮ (ଫେକାଲ ସ୍ଲଜ୍‌ ଆଣ୍ଡ ସେପ୍ଟିଜ୍‌ ମ୍ୟାନେଜ୍‌ମେଣ୍ଟ ତଥା ଏଫଏସ୍‌ଏସ୍‌ଏମ୍‌) ଭାବେ ନାମିତ କରାଯାଇଛି। ଅନ୍ୟ ରାଜ୍ୟଗୁଡିକ ଅପେକ୍ଷା ଓଡ଼ିଶାରେ ପ୍ରଥମ ଭାବେ ଏହି ବ୍ୟବସ୍ଥାକୁ ଆରମ୍ଭ କରାଯାଇଛି। ଏବେଠାରୁ ଏହାକୁ ବିଏମ୍‌ସି ଅଧୀନରେ ଥିବା ଅଞ୍ଚଳରେ ଜାରି କରିବାକୁ ସ୍ଥିର ହୋଇଛି। ନିର୍ଦ୍ଦେଶନାମାରେ ଲିଖିତ ତାରିଖଠାରୁ ଏହାକୁ କାର୍ଯ୍ୟକାରୀ କରାଯିବ। ଏ ନେଇ ବାସୁଆଘାଈରେ ମଳବର୍ଜ୍ୟ ପରିଚାଳନା କରିବା ଲାଗି ବିଏମ୍‌ସି ପକ୍ଷରୁ ୭୫ କେଏଲଡିର ଏକ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କରାଯାଇଛି।
ରାଜ୍ୟ ସରକାର ଏହି ପରିଚାଳନାରେ ସହମତି ପ୍ରକାଶ କରିବା ପରେ ଏବେ ବିଏମ୍‌ସି ପକ୍ଷରୁ ସମସ୍ତ ଓ୍ବାର୍ଡ ଅଫିସରଙ୍କୁ ଓ୍ବାର୍ଡରେ ସର୍ବେକ୍ଷଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ନିଜ ଘର ପରିସରରେ ମଳବର୍ଜ୍ୟ ପରିଚାଳନା କରିବା ଲାଗି ସ୍ବତନ୍ତ୍ର ଟାଙ୍କି ନ କରି ସିଧାସଳଖ ଭାବେ ଡ୍ରେନ କିମ୍ବା ନଦୀକୁ ପାଇଖାନା ପାଇପ୍‌ ଛାଡିଛନ୍ତି ସେମାନଙ୍କୁ ପ୍ରାଥମିକ ଭାବେ ନୋଟିସ୍‌ ଦିଆଯିବ। ଯଦି ସେମାନେ ଏ ନେଇ ମାସକ ମଧ୍ୟରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ସେଥିପାଇଁ ଜରିମାନା ସ୍ବରୂପ ତାଙ୍କୁ ୫ ହଜାର ଟଙ୍କା ଦେବାକୁ ପଡିବ। ଯେଉଁମାନେ ପାଇଖାନାରେ ଟାଙ୍କି ରଖିନାହାନ୍ତି ସେମାନଙ୍କୁ ଟାଙ୍କି ନିର୍ମାଣ କରିବାକୁ ପଡ଼ିବ ବୋଲି ଉକ୍ତ ନିର୍ଦ୍ଦେଶନାମାରେ ଲିଖିତ ହୋଇଥିବା ବେଳେ ବିଏମ୍‌ସିରେ ଏ ନେଇ ଜଣାଇବା ଲାଗି କୁହାଯାଇଛି।
ଏ ନେଇ ବିଏମ୍‌ସି ଅତିରିକ୍ତ ଆୟୁକ୍ତ ଶ୍ରୀମନ୍ତ ମିଶ୍ର କହିଛନ୍ତି, ଓ୍ବାର୍ଡ ଅଫିସରମାନେ ସର୍ବେକ୍ଷଣ ରିପୋର୍ଟ ଦେବା ପରେ ବିଏମ୍‌ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସ୍ବେରେଜ୍‌ ଟିଟ୍‌ମେଣ୍ଟ ପ୍ଲାଣ୍ଟ ଜାମ ରହିବା, ରାସ୍ତା ଉପରେ ଆବର୍ଜନା ପାଣି ଭାସିବା ନେଇ ଅଭିଯୋଗ ଆସୁଥିବାରୁ ବିଏମ୍‌ସି ଏହି ପଦକ୍ଷେପ ଗ୍ରହଣ କରିଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ମଳବର୍ଜ୍ୟ ପରିଚାଳନା ପାଇଁ ସ୍ବତନ୍ତ୍ର ଭାବେ ଗାଡି ଓ କର୍ମଚାରୀଙ୍କୁ ମଧ୍ୟ ତାଲିମ୍‌ ଦିଆଯାଇଛି। ସେମାନେ ଆବଶ୍ୟକ ଉପକରଣ ସହ ମଳବର୍ଜ୍ୟ ଟାଙ୍କିକୁ କିପରି ସାବଧାନତାର ସହ ସଫା କରିବେ ସେନେଇ ତାଙ୍କୁ ବିଏମ୍‌ସି ପକ୍ଷରୁ ପ୍ରଶିକ୍ଷଣ ଯୋଗାଇ ଦିଆଯିବା ସହ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଲୋକେ ତାଙ୍କ ମଳବର୍ଜ୍ୟକୁ ଅନ୍ୟ ମଜୁରିଆମାନଙ୍କ ଦ୍ୱାରା ଅସାବଧାନତାରେ ସଫା କରିବା ଛାଡି ସାବଧାନତା ସହ ତାକୁ ନିୟୋଜିତ କର୍ମଚାରୀମାନଙ୍କ ଦ୍ୱାରା ସଫା କରି ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟକୁ ପଠାଇବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri