Odisha Elections 2024

ଘର ପରିସରରେ ଶୌଚାଳୟ ଟାଙ୍କି ନିର୍ମାଣ ନିର୍ଦ୍ଦେଶ ଦେଲା ବିଏମ୍‌ସି : ପାଇଖାନା ମଇଳା ଡ୍ରେନକୁ ଛାଡ଼ିଲେ ଜରିମାନା

ଭୁବନେଶ୍ୱର, ୧୨।୭(ବ୍ୟୁରୋ) : ନିଜ ଘରୁ ବାହାରୁ ଥିବା ମଳଯୁକ୍ତ ମଇଳା ଓ ପଚା ମଇଳାକୁ କୌଣସି ଡ୍ରେନ କିମ୍ବା ନଦୀକୁ ପାଇପ ଯୋଗେ ଛାଡୁଥିଲେ ଏବେ ସେଥିପାଇଁ ଦଣ୍ଡିତ ହେବାକୁ ପଡ଼ିବ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଓଡ଼ିଶା ମହାନଗର ନିଗମ ଆଇନ, ୨୦୦୩ର ଧାରା ୫୧୮, ୫୧୯, ୬୫୮ ଓ ୬୫୯ ଦ୍ୱାରା ଏହି ନିର୍ଦ୍ଦେଶନାମାକୁ ବିଏମ୍‌ସି ଜାରି କରିଛି। ଏହାକୁ ମହାନଗର ନିଗମ ମଳଯୁକ୍ତ ମଇଳା ଓ ପଚା ମଇଳା ପରିଚାଳନା ବିନିମୟ ୨୦୧୮ (ଫେକାଲ ସ୍ଲଜ୍‌ ଆଣ୍ଡ ସେପ୍ଟିଜ୍‌ ମ୍ୟାନେଜ୍‌ମେଣ୍ଟ ତଥା ଏଫଏସ୍‌ଏସ୍‌ଏମ୍‌) ଭାବେ ନାମିତ କରାଯାଇଛି। ଅନ୍ୟ ରାଜ୍ୟଗୁଡିକ ଅପେକ୍ଷା ଓଡ଼ିଶାରେ ପ୍ରଥମ ଭାବେ ଏହି ବ୍ୟବସ୍ଥାକୁ ଆରମ୍ଭ କରାଯାଇଛି। ଏବେଠାରୁ ଏହାକୁ ବିଏମ୍‌ସି ଅଧୀନରେ ଥିବା ଅଞ୍ଚଳରେ ଜାରି କରିବାକୁ ସ୍ଥିର ହୋଇଛି। ନିର୍ଦ୍ଦେଶନାମାରେ ଲିଖିତ ତାରିଖଠାରୁ ଏହାକୁ କାର୍ଯ୍ୟକାରୀ କରାଯିବ। ଏ ନେଇ ବାସୁଆଘାଈରେ ମଳବର୍ଜ୍ୟ ପରିଚାଳନା କରିବା ଲାଗି ବିଏମ୍‌ସି ପକ୍ଷରୁ ୭୫ କେଏଲଡିର ଏକ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କରାଯାଇଛି।
ରାଜ୍ୟ ସରକାର ଏହି ପରିଚାଳନାରେ ସହମତି ପ୍ରକାଶ କରିବା ପରେ ଏବେ ବିଏମ୍‌ସି ପକ୍ଷରୁ ସମସ୍ତ ଓ୍ବାର୍ଡ ଅଫିସରଙ୍କୁ ଓ୍ବାର୍ଡରେ ସର୍ବେକ୍ଷଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ନିଜ ଘର ପରିସରରେ ମଳବର୍ଜ୍ୟ ପରିଚାଳନା କରିବା ଲାଗି ସ୍ବତନ୍ତ୍ର ଟାଙ୍କି ନ କରି ସିଧାସଳଖ ଭାବେ ଡ୍ରେନ କିମ୍ବା ନଦୀକୁ ପାଇଖାନା ପାଇପ୍‌ ଛାଡିଛନ୍ତି ସେମାନଙ୍କୁ ପ୍ରାଥମିକ ଭାବେ ନୋଟିସ୍‌ ଦିଆଯିବ। ଯଦି ସେମାନେ ଏ ନେଇ ମାସକ ମଧ୍ୟରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ସେଥିପାଇଁ ଜରିମାନା ସ୍ବରୂପ ତାଙ୍କୁ ୫ ହଜାର ଟଙ୍କା ଦେବାକୁ ପଡିବ। ଯେଉଁମାନେ ପାଇଖାନାରେ ଟାଙ୍କି ରଖିନାହାନ୍ତି ସେମାନଙ୍କୁ ଟାଙ୍କି ନିର୍ମାଣ କରିବାକୁ ପଡ଼ିବ ବୋଲି ଉକ୍ତ ନିର୍ଦ୍ଦେଶନାମାରେ ଲିଖିତ ହୋଇଥିବା ବେଳେ ବିଏମ୍‌ସିରେ ଏ ନେଇ ଜଣାଇବା ଲାଗି କୁହାଯାଇଛି।
ଏ ନେଇ ବିଏମ୍‌ସି ଅତିରିକ୍ତ ଆୟୁକ୍ତ ଶ୍ରୀମନ୍ତ ମିଶ୍ର କହିଛନ୍ତି, ଓ୍ବାର୍ଡ ଅଫିସରମାନେ ସର୍ବେକ୍ଷଣ ରିପୋର୍ଟ ଦେବା ପରେ ବିଏମ୍‌ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସ୍ବେରେଜ୍‌ ଟିଟ୍‌ମେଣ୍ଟ ପ୍ଲାଣ୍ଟ ଜାମ ରହିବା, ରାସ୍ତା ଉପରେ ଆବର୍ଜନା ପାଣି ଭାସିବା ନେଇ ଅଭିଯୋଗ ଆସୁଥିବାରୁ ବିଏମ୍‌ସି ଏହି ପଦକ୍ଷେପ ଗ୍ରହଣ କରିଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ମଳବର୍ଜ୍ୟ ପରିଚାଳନା ପାଇଁ ସ୍ବତନ୍ତ୍ର ଭାବେ ଗାଡି ଓ କର୍ମଚାରୀଙ୍କୁ ମଧ୍ୟ ତାଲିମ୍‌ ଦିଆଯାଇଛି। ସେମାନେ ଆବଶ୍ୟକ ଉପକରଣ ସହ ମଳବର୍ଜ୍ୟ ଟାଙ୍କିକୁ କିପରି ସାବଧାନତାର ସହ ସଫା କରିବେ ସେନେଇ ତାଙ୍କୁ ବିଏମ୍‌ସି ପକ୍ଷରୁ ପ୍ରଶିକ୍ଷଣ ଯୋଗାଇ ଦିଆଯିବା ସହ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଲୋକେ ତାଙ୍କ ମଳବର୍ଜ୍ୟକୁ ଅନ୍ୟ ମଜୁରିଆମାନଙ୍କ ଦ୍ୱାରା ଅସାବଧାନତାରେ ସଫା କରିବା ଛାଡି ସାବଧାନତା ସହ ତାକୁ ନିୟୋଜିତ କର୍ମଚାରୀମାନଙ୍କ ଦ୍ୱାରା ସଫା କରି ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟକୁ ପଠାଇବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିଲେ ସମୀର

ଭୁବନେଶ୍ୱର,୧୯ା୫: ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ରବିବାର ବିଜେଡି ଛାଡ଼ି ଭାଜପାରେ ମିଶିଛନ୍ତି। ଆଜି ସକାଳେ ସେ ତାଙ୍କ ପ୍ରାଥମିକ ସଦସ୍ୟ...

ଡିଜିପି ପରିବର୍ତ୍ତନ ଦାବି କଲା ଭାଜପା

ଭୁବନେଶ୍ୱର,୧୯।୫(ଅନୁରାଧା ମହାରଣା)ନିର୍ବାଚନ ହାରିବା ଭୟରେ ବିଜେଡି ସରକାରୀ କଳ, ବଳର ଅପବ୍ୟହାର କରିବା ସହ ରକ୍ତମୁଖା ହୋଇ ଭାଜପା କାର୍ଯ୍ୟକର୍ତ୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଛି।...

ରାଜନୈତିକ ନୁହେଁ, ନ୍ୟାୟ ପାଇଁ ଲଢ଼େଇ

ଭୁବନେଶ୍ୱର,୧୯।୫ (ଅନୁରାଧା ମହାରଣା)ପୁରୁଷ କମିଶନ ଗଠନ ପାଇଁ ଦୀର୍ଘବର୍ଷ ଧରି ଦାବି କରୁଥିବା ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ବିଧାନସଭା ଆସନ ପାଇଁ...

ଟ୍ରେଣ୍ଡ୍‌ କରୁଛି ‘ବାଏ ବାଏ ପାଣ୍ଡିଆନ୍‌’, ‘ଓଡ଼ିଶା ଲଭ୍‌ସ ପାଣ୍ଡିଆନ୍‌’

ଭୁବନେଶ୍ୱର, ୧୯।୫ (ବନ୍ଦନା ସେଠୀ)୨୦୨୪ ସାଧାରଣ ନିର୍ବାଚନକୁ ନେଇ ଉଭୟ ବିଜେଡି ଏବଂ ଭାଜପା ନେତା ପରସ୍ପରକୁ ଦୋଷ ଲଦିବା ସହ କାଦୁଅ ଫିଙ୍ଗାଫିଙ୍ଗି ହେବା...

ଆଜି ପୁଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୧୯।୫(ଅସମାପିକା ସାହୁ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରବିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚତ୍ ରାଜଭବନରେ ରହିବେ। ୨୦ ତାରିଖ...

ବିଜେଡି ଛାଡ଼ିଲେ ସମୀର ଦାଶ

ଭୁବନେଶ୍ୱର,୧୯।୫: ବିଜେଡିରୁ ଇସ୍ତଫା ଦେଇଛନ୍ତି ନିମାପଡ଼ା ବିଧାୟକ ସମୀର ଦାଶ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଭିଡିଓ ଜାରି କରି...

ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ, ଭିଡିଓ ଜାରି କରି ବର୍ଷିଲେ

ଭୁବନେଶ୍ୱର,୧୮।୫: ପୁଣି ଏକ ଭିଡିଓ ଜାରି କରି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଓଡ଼ିଶା ପ୍ରସଙ୍ଗରେ କହିବା ଆଗରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ...

ମୁଁ ଦଳରେ ନାହିଁ, ମୋତେ କିଭଳି ବହିଷ୍କାର କରାଗଲା: ବିଜୟ

ଭୁବନେଶ୍ୱର,୧୮।୫: ମୁଁ ଦଳରେ ନାହିଁ। ହେଲେ ମୋତେ କିପରି ବହିଷ୍କାର କରାଗଲା। ଏଭଳି ନିଷ୍ପତ୍ତି ନେଇ ଭାଜପା ଲୋକହସା ହୋଇଛି ବୋଲି ବରିଷ୍ଠ ନେତା ବିଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri