ଗ୍ରାହକଙ୍କ ପସନ୍ଦ ପ୍ରିମିୟମ ପ୍ରଡକ୍ଟ: ସାମ୍‌ସଙ୍ଗ ଭିପି

ଭୁବନେଶ୍ୱର,୧୨-୧୦(ବ୍ୟୁରୋ): ଭାରତୀୟ ଗ୍ରାହକମାନେ କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ କ୍ରୟ ବେଳେ ପ୍ରିମିୟମ ପ୍ରଡକ୍ଟକୁ ଅଧିକ ପସନ୍ଦ କରୁଛନ୍ତି। ଟିଭି, ଫ୍ରିଜ ଭଳି ପ୍ରଡକ୍ଟ କ୍ରୟ ସମୟରେ ବଡ ସ୍କ୍ରିନ ଓ ସ୍ମାର୍ଟ ଟିଭି ଏବଂ ଅଧିକ ଷ୍ଟୋରେଜ କ୍ଷମତା ଥିବା ଫ୍ରିଜକୁ ଗ୍ରାହକ ଚୟନ କରୁଥିବା ସାମ୍‌ସଙ୍ଗ କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍ସ ଉପସଭାପତି ଋଷି ସୁରି ଏଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାରେ କମ୍ପାନୀ ଉକ୍ତ ବର୍ଗରେ ୨ ଅଙ୍କ ବିଶିଷ୍ଟ ବ୍ୟବସାୟ ଅଭିବୃଦ୍ଧି ହାସଲ କରିଛି। ଏହି ଧାରାକୁ ଆଗାମୀ ଦିନରେ ବଜାୟ ରଖିବା ନେଇ ଆଶାବାଦୀ। ମାନ୍ଦାବସ୍ଥା ସତ୍ତ୍ୱେ କମ୍ପାନୀ ପାର୍ବଣରେ ଭଲ କାରବାର କରିଛି। କମ୍ପାନୀର ପ୍ରଡକ୍ଟଗୁଡିକ ଭାରତୀୟ ଗ୍ରାହକଙ୍କ ଆବଶ୍ୟକତା ଆଧାରରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି। ମେକ୍‌ ଇନ ଇଣ୍ଡିଆକୁ ସାମ୍‌ସଙ୍ଗ ଗୁରୁତ୍ୱ ଦେଉଛି। ଟିଭି, ମାଇକ୍ରୋଓ୍ବେଭ ଓଭନ ଏବଂ ଟପ୍‌ ଲୋଡିଂ ଓ୍ବାଶିଂମେଶିନ ବର୍ଗରେ ବିକ୍ରି କ୍ଷେତ୍ରରେ ଓଡ଼ିଶାରେ ଶୀର୍ଷ ସ୍ଥାନ ବଜାୟ ରଖିବାକୁ ସକ୍ଷମ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି। ଏକ୍ଷେତ୍ରରେ କମ୍ପାନୀର ବଜାର ଅଂଶ ଯଥାକ୍ରମେ ୩୧%,୩୪% ଏବଂ ୩୬% ରହିଛି। ଟାୟାର ୨ ଏବଂ ସହରଗୁଡିକରେ ମଧ୍ୟ ବଡ ଡିସପ୍ଲେ ଟିଭି ବିକ୍ରି ଭଲ ରହିଛି। ୟୁଏସ୍‌ଡି ଟିଭି ବିକ୍ରି କ୍ଷେତ୍ରରେ ଓଡ଼ିଶାରେ କମ୍ପାନୀ ୩୩% ବଜାର ଅଂଶ ହାସଲ କରିଛି। ସେହିଭଳି କମ୍ପାନୀ ଭୁବନେଶ୍ୱରରେ ସ୍ମାର୍ଟ ଟିଭି ବର୍ଗରେ ୩୪%, ଫ୍ରଷ୍ଟ ଫ୍ରି ରେଫ୍ରିଜରେଟର ବର୍ଗରେ ୬୨% ଅଂଶ ହାସଲ କରିଛି। ପାର୍ବଣ ଉପଲକ୍ଷେ କମ୍ପାନୀ ପକ୍ଷରୁ ‘ଆଡ୍‌ ମୋର ଲଭ ଟୁ ୟୋର ସେଲିବ୍ରେଶନ’ କ୍ୟାମ୍ପେନ ଆରମ୍ଭ କରାଯାଇଥିବା ସୂରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri