Odisha Elections 2024

ଗ୍ରାହକ ନିରାପତ୍ତାକୁ ଫୋକସ୍‌

 

କୋଭିଡ୍‌ ଯୋଗୁ ବଜାର ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ିଛି। କଟକଣା କୋହଳ ହେଉଥିବାରୁ ବଜାର ଧୀରେ ଧୀରେ ସ୍ବାଭାବିକ ହେଉଛି। ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହୁଥିବାରୁ ସେମାନେ ବାହାରକୁ ବାହାରିବାକୁ ଡରୁଛନ୍ତି। ବଜାର ସ୍ବାଭାବିକ ହେଉଥିଲେ ମଧ୍ୟ ଲୋକ ଆସିବା କମ୍‌ ରହୁଛି। କେତେକ କ୍ଷେତ୍ରରେ ସରକାର ଜାରି କରିଥିବା କଟକଣା ହେଉ କିମ୍ବା ଗ୍ରାହକଙ୍କ ମଧ୍ୟରେ ଡର ଯୋଗୁ ବଜାର ପ୍ରଭାବିତ ରହିଛି। କାରବାର ଟିକିଏ ଭଲ ସ୍ଥିତିକୁ ଆସିବା ଲାଗି ସମୟ ଲାଗିବ। ଚାହିଦା ହ୍ରାସ ସହ ଅନ୍ୟ ସମସ୍ୟା ଏବେ ବଜାରରେ ଲାଗି ରହିଛି। କଟକଣା ସହ କାରବାର ଏବଂ ଗ୍ରାହକ, କର୍ମଚାରୀଙ୍କ ନିରାପତ୍ତାକୁ ବାଣିଜି୍ୟକ ସଂସ୍ଥାଗୁଡ଼ିକୁ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି। କୋଭିଡ୍‌-୧୯ ଯୋଗୁ ବଜାରରେ ଉପୁଜିଥିବା ସ୍ଥିତିକୁ ନେଇ କାରବାର ସହ ଜଡ଼ିତ ବ୍ୟକ୍ତିବିଶେଷ ଦେଇଥିବା ପ୍ରତିକ୍ରିୟା…
– ସକାଳ ୭ରୁ ସନ୍ଧ୍ୟା ୬ ଯାଏ ଷ୍ଟୋର ଖୋଲିବା ଲାଗି କୁହାଯାଇଛି। ବାଣିଜି୍ୟକ ଦୃଷ୍ଟିକୋଣରୁ ଏହି ସମୟ କାରବାର ଲାଗି ଠିକ୍‌ ହେଉନି। କାରଣ ଲୋକମାନେ ସାଧାରଣତଃ ସନ୍ଧ୍ୟାରେ ଆସି କିଣାକିଣି କରିଥାନ୍ତି। ଦୋକାନ ୬ଟା ବେଳେ ବନ୍ଦ ହୋଇଯାଉଛି। ସନ୍ଧ୍ୟାରେ କିଣାକିଣି କରିବାକୁ ଲୋକଙ୍କର ଦୀର୍ଘଦିନର ଅଭ୍ୟାସ ରହିଛି। ଖରାବେଳେ ଲୋକେ ଆସୁନାହାନ୍ତି। ସରକାରଙ୍କ କଟକଣା ଠିକ୍‌ । ମାତ୍ର କାରବାର ସମୟ ସକାଳ ୧୦ରୁ ରାତି ୮ ଯାଏ ରହିଲେ ଭଲ ହୁଅନ୍ତା। ହୁଏତ ମାର୍କେଟ କିଛି ଭଲ କରନ୍ତା। ମାର୍କେଟରେ କାରବାର ସମ୍ଭାବନା ରହିଛି। କାରଣ ବଜାର ଗତ କିଛି ସପ୍ତାହ ଧରି ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ଲୋକେ ଦରକାର ମୁତାବକ ମଧ୍ୟ ଠିକ୍‌ରେ କ୍ରୟ କରି ପାରିନାହାନ୍ତି। କରୋନା ଭ୍ୟାକ୍ସିନ ଆସି ନ ଥିବାରୁ କଟକଣା ସହ ଆଗକୁ ବଢ଼ିବାକୁ ହେବ। ଷ୍ଟୋରରେ ଲୋକଙ୍କୁ ସଚେତନ କରାଯାଉଛି। ଷ୍ଟୋରରେ ମାସ୍କ ମଧ୍ୟ ପ୍ରଦାନ କରାଯାଉଛି। କଟକଣା ରହିଥିବାରୁ ବଜାର ସମ୍ପୂର୍ଣ୍ଣ ଭଲ ସ୍ଥିତିକୁ ଆସିନି।
-ଅନିଲ ଅଗ୍ରଓ୍ବାଲ, ଏମ୍‌ଡି, ରୂପକଲ୍ୟାଣୀ

– ଭୁବନେଶ୍ୱରରେ ପ୍ରାୟ ସବୁ ଦୋକାନ ଖୋଲିଗଲାଣି। ଆମେ ମଧ୍ୟ ସ୍ଥିତିକୁ ଦେଖି ଗତ ୨ ଦିନ ହେବ ଷ୍ଟୋର ଖୋଲିଛୁ। କଷ୍ଟମର ଫ୍ଲୋ ସେତେ ନାହିଁ। ଆମର ଲକ୍‌ଜ୍ୟୁରି ଆଇଟମ୍‌ ଶୋ’ରୁମ୍‌ ହୋଇଥିବାରୁ କଷ୍ଟମର ଆସିବା ଲାଗି ଟିକିଏ ସମୟ ଲାଗିବ। କଷ୍ଟମର ବର୍ତ୍ତମାନ ଆସୁଛନ୍ତି। ହେଲେ ସଂଖ୍ୟା ବହୁତ କମ୍‌ ରହିଛି। ଲୋକ ବର୍ତ୍ତମାନର ସ୍ଥିତିକୁ ନେଇ ବହୁ ସଚେତନ ଅଛନ୍ତି। ସରକାରଙ୍କ କଟକଣାକୁ ମାନୁଛନ୍ତି। ଲକ୍‌ଜ୍ୟୁରି ଆଇଟମ ରହିଥିବାରୁ ଗ୍ରାହକ ପ୍ରଡକ୍ଟ କ୍ରୟ କରୁଛନ୍ତି। ଫିଟିଂ କରିବା ବେଳେ ବାହାର ଲୋକ ସେମାନଙ୍କ ଘରକୁ ଯାଆନ୍ତୁ ବୋଲି ଗ୍ରାହକ ଚାହଁୁନାହାନ୍ତି। କମ୍ପାନୀ ଏବଂ ଷ୍ଟୋର ପକ୍ଷରୁ ସୁରକ୍ଷାକୁ ଧ୍ୟାନରେ ରଖାଯାଇଛି। କଷ୍ଟମରଙ୍କ ପାଇଁ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ଯଦି ୧୫ ଦିନ କିମ୍ବା୧ ମାସ ମଧ୍ୟରେ ବଜାର ଟିକିଏ ସୁଧୁରେ ତେବେ କାରବାର ଭଲ ହେବା ନେଇ ଆଶାବାଦୀ।
– ଇନ୍ଦ୍ରଜିତ ମହାନ୍ତି, ଏଏସ୍‌ଏମ୍‌, ଷ୍ଟାଇଲ ସ୍ପା

– ଚାହିଦା କମ୍‌ ରହିଥିବାରୁ ବର୍ତ୍ତମାନ ପ୍ରଡକ୍ସନ ନାହିଁ। ଲୋକମାନେ ଜରୁରୀ ସାମଗ୍ରୀ କ୍ରୟକୁ ବିଚାର କରୁଛନ୍ତି। କରୋନା ଯୋଗୁ ଖରାଦିନ କାରବାର ସମ୍ପୂର୍ଣ୍ଣ ଚଳିତ ବର୍ଷ ବିଗିଡିଯାଇଛି। ବର୍ତ୍ତମାନ ଲୋକଙ୍କ ନିକଟରେ ନଗଦ କମିଥିବାରୁ ଆଇସ୍‌କ୍ରିମ ଚକୋଲେଟ ଶିଳ୍ପ ଉପରେ ଗଭୀର ପ୍ରଭାବ ରହିଛି। କରୋନା ସହ ଆମକୁ ଏମିତି ବଢ଼ିବାକୁ ହେବ। କଟକଣା ଯୋଗୁ ବର୍ତ୍ତମାନ ବାହାଘର ଏବଂ ଅନ୍ୟ କାର୍ଯ୍ୟକ୍ରମ ବନ୍ଦ ରହିଥିବାରୁ ବଜାରରେ ଦୀର୍ଘମିଆଦୀ ପ୍ରଭାବ ରହିବ। ମାର୍ଚ୍ଚ, ଏପ୍ରିଲ, ମେ ଏବଂ ଜୁନ ପିକ୍‌ ସିଜନ ରହିଥାଏ। ମାତ୍ର କରୋନା ଯୋଗୁ କାରବାର କ୍ଷତିଗ୍ରସ୍ତ। ଆଗାମୀ ଦିନରେ ସ୍ଥିତି ସାମାନ୍ୟ ସୁଧୁରିଲେ ମଧ୍ୟ ବଜାର ଉପରେ ପ୍ରଭାବିତ ରହିବ। ଭ୍ୟାକ୍ସିନ୍‌ ନ ଥିବାରୁ ଲୋକଙ୍କ ମନରେ ଭୟ ରହିବ। ବଜାରକୁ ଦେଖି ସେହି ଅନୁସାରେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।
– କରିମ କବିରୁଦ୍ଦିନ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରାଇଭେଟ ଲିମିଟେଡ୍‌

ଗତ ୩ ଦିନ ହେବ ପୁରୀ ଷ୍ଟୋର ଖୋଲାଯାଇଛି। ଭୁବନେଶ୍ୱର ଷ୍ଟୋର ଗୋଟିଏ ଦିନ ଖୋଲିବା ପରେ ବନ୍ଦ ରହିଛି। କାରବାର ସମ୍ପୂର୍ଣ୍ଣ ପ୍ରଭାବିତ ରହିଛି। ଷ୍ଟୋର ଖୋଲିଲେ ମଧ୍ୟ ଗ୍ରାହକ ଏତେଟା ଆସୁନାହାନ୍ତି। ହ୍ୟାଣ୍ଡଲୁମ୍‌ ପ୍ରଡକ୍ଟ ଚାହିଦା ପର୍ଯ୍ୟଟକଙ୍କ ସହ ଲିଙ୍କ୍‌ ରଖୁଛି। ବର୍ତ୍ତମାନ କରୋନା ଯୋଗୁ ପର୍ଯ୍ୟଟନ ଶିଳ୍ପ ସମ୍ପୂର୍ଣ୍ଣ ବିଗିଡ଼ିଥିବାରୁ ହ୍ୟାଣ୍ଡଲୁମ୍‌ ପ୍ରଡକ୍ଟର ବିକ୍ରି ନାହିଁ। ବଜାର ଧୀରେ ଧୀରେ ଖୋଲିଲେ ଏଥିରେ ସାମାନ୍ୟ ପରିବର୍ତ୍ତନ ଆସିବା ନେଇ ଆଶାବାଦୀ।
– ଲଲାଟେନ୍ଦୁ ମହାନ୍ତି, ପାର୍ଟନର , ପ୍ରିୟଦର୍ଶିନୀ


Enter your email to get our daily news in your inbox.

All Right Reserved By Dharitri.Com

ଲଗାତାର ୬ ମାସ ପାଇଁ ଓଡ଼ିଶାରେ ଦରଦାମ୍ ସବୁଠୁ ଅଧିକ

ଭୁବନେଶ୍ୱର,୧୮।୫: ବିଭିନ୍ନ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଦୃଷ୍ଟିରୁ ଓଡ଼ିଶା ଲଗାତାର ୬ ମାସ ହେଲା ଦେଶର ସବୁଠାରୁ ମହଙ୍ଗା ପାଲଟିଛି। ଓଡ଼ିଶାରେ ଗତ ୬ ମାସ...

ଆମେରିକାରେ ଜୟଆଲୁକ୍କାସ୍‌ର ମେଗା ବିସ୍ତାର ଯୋଜନା

ଭୁବନେଶ୍ୱର, ୧୮।୫: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅନ୍ତଃରାଷ୍ଟ୍ରୀୟ ଜୁଏଲେରି ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ୍‌’ର ନୂତନ ଆଉଟ୍‌ଲେଟ୍‌ ଏବଂ ବିସ୍ତାର ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ସର୍ବୋଚ୍ଚ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୧୮।୫: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଦରବୃଦ୍ଧି କାରଣରୁ (କ୍ରମାଗତ ଭାବେ) ଘରୋଇ ବଜାରରେ (କ୍ରମାଗତ ଭାବେ) ଉଭୟ ସୁନା ଓ ରୁପା ଦର ବୃଦ୍ଧି ପାଉଛି। ଏପରିକି...

ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍‌ମେଣ୍ଟ ପାର୍କ

ଭୁବନେଶ୍ୱର,୧୮।୫ (ଅନୁରାଧା ମହାରଣା): ଭାରତର ସର୍ବବୃହତ୍‌ ପାର୍କ ଚେନ୍‌ କୁହାଯାଉଥିବା ୱଣ୍ଡେର୍ଲା ହଲିଡେଜ୍‌ ପକ୍ଷରୁ ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍‌ମେଣ୍ଟ ପାର୍କ ନିର୍ମାଣ ହୋଇଛି। ଭୁବନେଶ୍ୱରଠାରୁ ୨୨.୫ କି.ମି....

ଓସ୍‌ମେ ମହିଳା ଶିଳ୍ପୋଦ୍ୟୋଗୀ ସଂଘର ନୂତନ କର୍ମକର୍ତ୍ତା

ଭୁବନେଶ୍ୱର,୧୮।୫: ରାଜ୍ୟର ପ୍ରମୁଖ ଶିଳ୍ପ ସଂଘ ତଥା କଟକ ଖପୁରିଆ ଶିଳ୍ପାଞ୍ଚଳଠାରେ ଥିବା ଓଡ଼ିଶା ଆସମ୍ବଲି ଅଫ୍‌ ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍‌ (ଓଏଏସ୍‌ଏମ୍‌ଇ ବା...

ଓସିପିଏଲ୍‌ ପକ୍ଷରୁ ଦିନିକିଆ କର୍ମଶାଳା

ଭୁବନେଶ୍ୱର,୧୮।୫: ଓଡ଼ିଶା କୋଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌ (ଓସିପିଏଲ୍‌)ର ମନୋହରପୁର ୟୁନିଟ୍‌ ପକ୍ଷରୁ ଆୟୋଜିତ ଏକ ଦିନିକିଆ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

ଭି-ମାର୍ଟର ନୂତନ ଟି-ଶାର୍ଟ ରେଞ୍ଜ

ନୂଆଦିଲ୍ଲୀ,୧୮।୫: ଦେଶର ପ୍ରମୁଖ ଫ୍ୟାଶନ ରିଟେଲର ଭି-ମାର୍ଟ (ଭି-ମାର୍ଟ ରିଟେଲ ଲିମିଟେଡ୍‌)ର ନୂତନ ଟି-ଶାର୍ଟ ରେଞ୍ଜ ନିକଟରେ ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

୨୦୨୪ରେ ଭାରତର ଜିଡିପି ଅଭିବୃଦ୍ଧି ଆକଳନ ୬.୯% ପର୍ଯ୍ୟନ୍ତ ବୃଦ୍ଧି କଲା ଜାତିସଂଘ

ନୂଆଦିଲ୍ଲୀ,୧୭।୫: ମିଳିତ ଜାତିସଂଘ ୨୦୨୪ ପାଇଁ ଭାରତର ଅଭିବୃଦ୍ଧି ଆକଳନକୁ ସଂଶୋଧନ କରିଛି ଏବଂ ଚଳିତ ବର୍ଷ ଅର୍ଥନୀତି ପ୍ରାୟ ୭% ବୃଦ୍ଧି ପାଇବ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri