ଗ୍ରାମ୍ୟ ରାସ୍ତା ପାଲଟିଛି ମରଣଯନ୍ତା

ଝୁମ୍ପୁରା, ୧।୯ (ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଜଙ୍ଗଲାଞ୍ଚଳରେ ଅବସ୍ଥିତ ନୟାଗଡ ପଞ୍ଚାୟତର ପୁରୁଣାପାଣି ଗ୍ରାମ୍ୟ ରାସ୍ତା ପାଲଟିଛି ମରଣଯନ୍ତା। ରାସ୍ତାସାରା ଖାଲଢିପ ସାଙ୍ଗକୁ କାଦୁଅ ପଚପଚ। କାଦୁଅ ଶୁଖିଗଲେ ପ୍ରବଳ ଧୂଳି। ବର୍ତ୍ତମାନର ରାସ୍ତା ଏପରି ହୋଇଛି ଯେ, ବାଇକରେ ଯିବା ତ ଦୂରର କଥା, ପାଦରେ ଚାଲି ଚାଲି ମଧ୍ୟ ଯାତାୟାତ ସମ୍ଭବ ନୁହେଁ। ଏ ନେଇ ରାସ୍ତା ପାର୍ଶ୍ୱରେ ରହିଥିବା ରାହାଡିଗୁଡା, ନାଏକ ସାହି, ପୁରୁଣାପାଣି ଗ୍ରାମବାସୀ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କରି ଚାଲିଛନ୍ତି। ରାସ୍ତା ନିର୍ମାଣ ପାଇଁ ଆନ୍ଦୋଳନ ହୋଇଛି, ହେଲେ ଏଯାଏଁ ରାସ୍ତା ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ୧୬ନଂ ଜିଲା ପରିଷଦ ସଦସ୍ୟ ସୋମନାଥ ମୁଣ୍ଡା ଏ ନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଗ୍ରାମ୍ୟ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରି ରାସ୍ତା ନିର୍ମାଣ ପାଇଁ ଦାବି ଜଣାଇଛନ୍ତି।
ଭୌଗୋଳିକ ଦୃଷ୍ଟି କୋଣରୁ ପୁରୁଣାପାଣି ଗ୍ରାମ୍ୟ ରାସ୍ତା ବୈତରଣୀ ନଦୀ ପାର୍ଶ୍ୱରେ ରହିଛି। ଅନ୍ୟ ଗୋଟିଏ ପାର୍ଶ୍ୱରେ ବହୁ ଦୂର ବ୍ୟାପୀ ପାହାଡ ଓ ଜଙ୍ଗଲ। ନୟାଗଡ ବୈତରଣୀ ନଦୀର ପୋଲ ପାଖ କିଡକୋ ରାସ୍ତାକୁ ସଂଯୋଗ କରୁଥିବା ପୁରୁଣାପାଣି ଗ୍ରାମ୍ୟ ରାସ୍ତାର ଦୈର୍ଘ୍ୟ ୪କି.ମି। ଏହି ୪ କି.ମି. ଦୈର୍ଘ୍ୟ ରାସ୍ତା ପାର୍ଶ୍ୱରେ ରହିଛି ପୁରୁଣାପାଣି ଗ୍ରାମ ସମେତ ରାହାଡିଗୁଡା ଗ୍ରାମ ଏବଂ ନାଏକ ସାହି। ପୁରୁଣାପାଣି ଗ୍ରାମ ନୟାଗଡ ଗ୍ରାମ ପଞ୍ଚାୟତର ୧ନଂ ୱାର୍ଡରେ ରହିଥିବାବେଳେ ୱାର୍ଡ ନଂ ୧୦ ଏବଂ ୱାର୍ଡ ନଂ ୧୧ର ଅଂଶ ବିଶେଷ ହେଉଛି ରାହାଡିଗୁଡା ଗ୍ରାମ ଏବଂ ନାଏକ ସାହି। ଏହି ୨ଟି ଗ୍ରାମ ଓ ନାଏକ ସାହିର ଭୋଟର ସଂଖ୍ୟା ୩୫୦ ରହିଥିବା ବେଳେ ଲୋକ ସଂଖ୍ୟା ୫୦୦ରୁ ଊର୍ଦ୍ଧ୍ୱ। ଆଦିବାସୀ ଅଧ୍ୟୁଷିତ ଏହି ଗ୍ରାମ ଦ୍ୱୟ ଓ ନାଏକ ସାହି ବାସିନ୍ଦାଙ୍କ ଜୀବନ ଜୀବିକା ହେଉଛି କୃଷି କାର୍ଯ୍ୟ ସହିତ ଶ୍ରମ ମଜୁରି। ଜଙ୍ଗଲାଞ୍ଚଳ ତଥା ପାଖରେ ବୈତରଣୀ ନଦୀ ପ୍ରବାହିତ ହେଉଥିବାରୁ ଗ୍ରାମବାସୀଙ୍କୁ ବର୍ଷ ସାରା ହାତୀ ଭୟ ସହିତ ସରୀସୃପ ଭୟ ଲାଗି ରହିଥାଏ। ବିପଦସଙ୍କୁଳ ରାସ୍ତା ଯୋଗୁ ଗ୍ରାମବାସୀ, ସାହି ବାସିନ୍ଦା ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି। ସରକାରୀ ଆମ୍ବୁଲାନ୍ସ ସେବା ପୁରୁଣାପାଣି ଗ୍ରାମକୁ ଏଯାଏ ପହଞ୍ଚି ପାରୁନାହିଁ। ଏହି ଗ୍ରାମ ଗୁଡ଼ିକରେ ଥିବା ପ୍ରାଥମିକ ବିଦ୍ୟାଳୟରେ ରାସ୍ତା ସମସ୍ୟା ଯୋଗୁ ସାଧାରଣତଃ ଉପସ୍ଥାନ ସଂଖ୍ୟା କମ ରହୁଛି। ସେହିପରି ପୁରୁଣାପାଣି ଗ୍ରାମରୁ ନୟାଗଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ୬କି.ମି. ଦୂର। ରାସ୍ତା ସମସ୍ୟା ଯୋଗୁ ପଞ୍ଚାୟତ କାର୍ଯ୍ୟାଳୟରୁ ପିଡିଏସ ସାମଗ୍ରୀ ସଂଗ୍ରହ କରିବା ପାଇଁ ଗ୍ରାମବାସୀ ବହୁ ଅସୁବିଧା ଭୋଗିଥାନ୍ତି। ବିପଦସଙ୍କୁଳ ରାସ୍ତା ମରାମତି ତଥା ହସ୍ତାନ୍ତର ବିଷୟରେ ପଚାରିବାରୁ ଝୁମ୍ପୁରା ବିଡିଓ ଜୟଶ୍ରୀ ବେଉରା କହିଛନ୍ତି ଯେ, ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ। ଝୁମ୍ପୁରା ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ବଳଭଦ୍ର ମାରାଣ୍ଡିଙ୍କୁ ପଚାରିବାରୁ ରାସ୍ତା ନିର୍ମାଣ ପାଇଁ ପ୍ରପୋଜାଲ ରହିଛି। ଜିଲା ପ୍ରଶାସନର ଅନୁମତି ପରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

୩ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୭ା୪: ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ...

ବନ କର୍ମଚାରୀଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୩

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜର ନୟାକୋଟ ବିଟ୍‌ର ଫରେଷ୍ଟର ଏବଂ ସ୍କ୍ବାଡ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣାରେ ବନ ବିଭାଗ ୩ଜଣଙ୍କୁ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri