ଗୋଲ୍ଡ ଆମ୍‌ନେଷ୍ଟି ସ୍କିମ୍‌ ନେଇ ସରକାରଙ୍କ ପ୍ରସ୍ତାବ ନାହିଁ

ନୂଆଦିଲ୍ଲୀ,୧-୧୧: ଚୋରା ସୁନା ଉପରେ କାର୍ଯ୍ୟାନଷ୍ଠାନ ଅନ୍ତର୍ଗତ ଗୋଲ୍ଡ ଆମ୍‌ନେଷ୍ଟି ସ୍କିମ୍‌ ଆଣିବା ଲାଗି ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ। ଏଭଳି ଏକ ସ୍କିମଖ ଆସିବ ବୋଲି ବୁଧବାର ଗଣମାଧ୍ୟମରେ ଏକ ରିପୋର୍ଟ ଆସିବା ପରେ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ଲୋକମାନେ ସେମାନଙ୍କ ଚୋରା ସୁନାକୁ ଏହି ସ୍କିମରେ ଘୋଷଣା କରିବା ସହ କିଛି ଟିକସ ଦେଇ ଏହାକୁ ଧଳା କରିପାରିବେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ଆୟକର ବିଭାଗ ପକ୍ଷରୁ ଏଭଳି କୌଣସି ସ୍କିମ ଆଣିବାକୁ ପ୍ରସ୍ତାବ ନ ଥିବା କୁହାଯାଇଛି। ବଜେଟ ପ୍ରସ୍ତୁତି ଚାଲିଥିବା ବେଳେ ଏଭଳି ବିଭିନ୍ନ କଳ୍ପନାତ୍ମକ ରିପୋର୍ଟ ଆସିଥାଏ ବୋଲି କୁହାଯାଇଛି। ୨୦୧୭ରେ ଆସିଥିବା ଆୟ ଘୋଷଣା ଯୋଜନା-୨ ଏତେଟା ସଫଳ ହୋଇନ ଥିବାରୁ ନୂଆ ସ୍କିମକୁ ସଫଳ କରାଇବା ନେଇ ପଦକ୍ଷେପ ନିଆଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ବିନା ରସିଦରେ ସୁନା କ୍ରୟ କିମ୍ବା କଳାଟଙ୍କା ଛପାଇବା ଲାଗି ସୁନା କ୍ରୟରେ ଟିକସ ଦେଇ ଏହାକୁ ଲୋକମାନେ ଧଳାରେ ରୂପାନ୍ତରିତ କରିବା ନେଇ ଖବର ପ୍ରକାଶ ପାଇଥିଲା। ସୂଚନା ଯୋଗ୍ୟ ଦେଶ ମଧ୍ୟରେ ୨୦,୦୦୦ ଟନ୍‌ ସୁନା ପଡି ରହିଛି। ସେହିଭଳି ବେଆଇନ ଆମଦାନୀ, ପୂର୍ବପୁରୁଷଙ୍କ ହୋଲଡିଂକୁ ବିଚାର କଲେ ଏହା ୨୫ରୁ ୩୦ ହଜାର ଟନ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri