Posted inଫୁରସତ

ଗୋଲକିପର୍‌ ବିଲେଇ

ନୂଆଦିଲ୍ଲୀ: ବିଲେଇ ପୁଣି ଗୋଲ୍‌ କିପିଂ କିରପାରେ! ଏକଥା ଅନେକଙ୍କୁ ବିସ୍ମିତ କରିବା ସ୍ବାଭାବିକ। ହେଲେ ବିଲେଇର ଗୋଲ୍‌ କିପିଂ ଦକ୍ଷତାକୁ ଲୋକେ ଏବେ ସୋସିଆଲ୍‌ ମିଡିଆରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କ୍ରୀସ୍‌ ଡିକ୍ସନ ନାମକ ଜଣେ ୟୁଟ୍ୟୁବର ନିଜର ଏକ ଭିଡିଓ ଶେୟାର କରି ଏହା ଜଣାଇଛନ୍ତି। ଡିକ୍ସନ ଫୁଟବଲ୍‌ ଖେଳୁଥିବା ବେଳର ଏକ ଭିଡିିଓ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କ ପୋଷା ବିଲେଇ ଗୋଲ୍‌ କିପିଂ କରୁଛି। ଡିକ୍ସନ୍‌ ବାରମ୍ବାର ବଲ୍‌ଟିକୁ ଗୋଲ୍‌ପୋଷ୍ଟ ଭିତରକୁ ପହଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ବେଳେ ବିଲେଇଟି ସୁନ୍ଦର ଭାବରେ ଅଟକାଇ ପାରୁଛି। ବିଲେଇର ଏଭଳି ଦକ୍ଷତାକୁ ଦେଖିବା ପାଇଁ ଖୁବ୍‌ ମଜା ଲାଗୁଛି। ଏମିତିକି ଶେଷ ପର୍ଯ୍ୟନ୍ତ ବିଲେଇଟି ଡିକ୍ସନଙ୍କୁ ଗୋଲ୍‌ ସ୍କୋର କରିବାର ସୁଯୋଗ ଦେଉନାହିଁ। ସେଥିପାଇଁ ଏବେ ଏହି ଭିଡ଼ିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡ଼ିଓଟି ସୋସିଆଲ୍‌ ମିଡିଆରେ ଶେୟାର କରିବାର ମାତ୍ର ଦିନକ ପରେ ୩.୭ ମିଲିୟନ୍‌ରୁ ଅଧିକ ଲୋକ ଦେଖି ସାରିଛନ୍ତି। ପ୍ରାୟ ଦେଢ ଲକ୍ଷ ଲୋକ ଏହାକୁ ଲାଇକ୍‌ କରିଥିବା ବେଳେ ୩୪ହଜାରରୁ ଅଧିକ ଲୋକ ରିଟୁଇଟ୍‌ କରି ଛନ୍ତି। ଏହି ସଂଖ୍ୟା ଆହୁରି ବଢ଼ିବାରେ ଲାଗିଛି। ଭିଡିଓକୁ ଦେଖି ଲୋକେ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ଦେଇଛନ୍ତି। କେହି ବିଲେଇକୁ କୁକୁର ଭଳି ଦକ୍ଷ ବୋଲି ବର୍ଣ୍ଣନା କରିଥିବା ବେଳେ କେହି ଆଉକେହି ବିଲେଇକୁ ଖେଳ ପଡ଼ିଆରେ ଖେଳାଳିଙ୍କ ସହ ଭାଗ ନେବା ପାଇଁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେଲେ କଣ କରିବ CJP? ଆଶୁତୋଷ ରାଙ୍କା କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ସରକାରଙ୍କ ସହିତ ଏକ ବୈଠକ ପରେ, କକ୍ରୋଚ୍ ଜନତା ପାର୍ଟି ସ୍ପଷ୍ଟ କରିଛି ଯେ ପ୍ରାଥମିକ ଦାବି ହେଉଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ନିଶା କାରବାରରେ ପୋଲିସର ହାତ: ମୁହଁ ଖୋଲିଲେ ଇନ୍‌ଫର୍ମର

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ଥମିବା ନାଁ ନେଉନାହିଁ। ତେବେ କିଛି ପୋଲିସ କର୍ମଚାରୀ ନିଶା ବେପାରୀଙ୍କ ସହିତ ସମ୍ପର୍କ ରଖିଥିବା ଯୋଗୁ ଏଭଳି କାରବାରକୁ…

ବାବୁଙ୍କ ବିଦେଶଯାତ୍ରାରେ ଅଙ୍କୁଶ: ଏଣିକି ସରକାରଙ୍କ ଅନୁମତି ବାଧ୍ୟତାମୂଳକ

ଭୁବନେଶ୍ୱର,୨୫।୭ (ରବିନାରାୟଣ ଜେନା):ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଅଧିକାଂଶ ସମୟରେ ସରକାରଙ୍କ ବିନା ଅନୁମତିରେ ଛୁଟି ନେଇ ବ୍ୟକ୍ତିଗତ କାର୍ଯ୍ୟରେ ବିଦେଶ ଯାତ୍ରା କରୁଛନ୍ତି। ଏହାଦ୍ୱାରା କେବଳ…

ରେକର୍ଡ କଲା PM ମୋଦିଙ୍କ ଭିଡିଓ, ୨୪ ଘଣ୍ଟାରେ ସବୁଠୁ ଅଧିକ…

ନୂଆଦିଲ୍ଲୀ,୨୫।୭: CJP ବିକ୍ଷୋଭକାରୀ ଏବଂ ସରକାରଙ୍କ ମଧ୍ୟରେ ଶନିବାର ଆଉ ଏକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ଉପରେ କେନ୍ଦ୍ରିତ…

୩୦ ଯାଏ ବର୍ଷା, ଆଜି ୪ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୨୫ା୭(ବନ୍ଦନା ସେଠୀ):ବର୍ତ୍ତମାନ ଗାଙ୍ଗେୟ ପଶ୍ଚିମବଙ୍ଗର ଉତ୍ତରାଞ୍ଚଳ ଏବଂ ଏହାର ଆଖପାଖ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଏହା ପ୍ରଭାବରେ ରାଜ୍ୟରେ…

ସରକାରଙ୍କ ଉପରେ ବଢୁଛି ଚାପ: ଏବେ କ’ଣ କରିବେ ମୋଦି

ନୂଆଦିଲ୍ଲୀ,୨୫ା୭(ପି.ଟି./ଏଜେନ୍ସି): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସିଜେପି ପକ୍ଷରୁ ଚାଲିଥିବା ଆନ୍ଦୋଳନ ସରକାରଙ୍କ ଉପରେ ବଡ଼ ଚାପ ସୃଷ୍ଟି କରିଛି। ଶୁକ୍ରବାର ସରକାର ଓ…

ଶତାବ୍ଦୀର ସବୁଠାରୁ ମହଙ୍ଗା ଛାଡ଼ପତ୍ର; ସ୍ତ୍ରୀଙ୍କୁ ଏତେ କୋଟି ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ, ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ସିଓଲ,୨୫।୭: ଦକ୍ଷିଣ କୋରିଆର ଜଣାଶୁଣା ‘ଏସକେ ଗ୍ରୁପ’ର କୋଟିପତି ଚେୟାରମାନ ଚେ ତେ-ଓ୍ବନ ତାଙ୍କ ପୂର୍ବତନ ସ୍ତ୍ରୀ ରୋ ସୋ-ୟଙ୍ଗଙ୍କୁ ୯୪୪ ବିଲିୟନ ଓ୍ବନ୍‌ ପ୍ରାୟ ୬୪୦…

CJPର ନୂଆ ରଣନୀତି! ପୋଲିସ ଚିହ୍ନଟ ପାଇଁ ଆଣୁଛି….

ନୂଆଦିଲ୍ଲୀ,୨୫।୭(ପି.ଟି.): ଗତ ଜୁଲାଇ ୨୦ ‘ଚଲୋ ସଂସଦ’ ରାଲି ସମୟରେ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନରେ ସମ୍ପୃକ୍ତ ପୋଲିସ କର୍ମଚାରୀମାନଙ୍କୁ ଚିହ୍ନଟ କରିବା ପାଇଁ ‘କକ୍‌ରୋଚ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri