ଗୋପନୀୟତା ଦ୍ୱାହି ଦେଲା କେନ୍ଦ୍ର;କଳାଧନର ସୂଚନା ମିିଳିବନି

ନୂଆଦିଲ୍ଲୀ,୧୮-୫: କେନ୍ଦ୍ର ସରକାର ସୁଇଜରଲାଣ୍ଡରୁ ପାଉଥିବା କଳାଧନ ସଂକ୍ରାନ୍ତୀୟ ସୂଚନା ଦେବାକୁ ମନା କରିଦେଇଛନ୍ତି। ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ଅଧୀନରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସରକାର ଗୋପନୀୟତାର ଦ୍ୱାହି ଦେଇଛନ୍ତି। ଭାରତ ଓ ସୁଇଜରଲାଣ୍ଡ ପ୍ରତ୍ୟେକ ମାମଲାର ସୂଚନା ଆଦାନପ୍ରଦାନ କରୁଛନ୍ତି। ତଦନୁଯାୟୀ ଯାଞ୍ଚ ହେଉଛି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ପ୍ରକ୍ରିୟା ଏବେ ଜାରି ରହିଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆର୍‌ଟିଆଇ ଜବାବରେ କୁହାଯାଇଛି ଯେ, ଗୋପନୀୟତା ନିୟମ ଅଧୀନରେ ସୁଇଜରଲାଣ୍ଡରୁ କଳାଧନ ସଂକ୍ରାନ୍ତୀୟ ସୂଚନା ଭାରତକୁ ମିଳୁଛି। ଆର୍‌ଟିଆଇରେ ସୁଇଜରଲାଣ୍ଡରୁ ମିଳୁଥିବା କଳାଧନ ସଂକ୍ରାନ୍ତୀୟ ମାମଲାର ସମସ୍ତ ସୂଚନା ମଗାଯାଇଥିଲା। ଏଥିରେ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କ ନାମ ଏବଂ ସେମାନଙ୍କ ବିରୋଧରେ କିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତାହା ଜଣାଇବାକୁ ଆର୍‌ଟିଆଇରେ ପ୍ରଶ୍ନ କରାଯାଇଥିଲା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଦୁଇ ଦେଶ କଳାଧନ ସଂକ୍ରାନ୍ତୀୟ ସୂଚନାକୁ ସ୍ବତଃ ଆଦାନପ୍ରଦାନ କରିବାକୁ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଏଥିନେଇ ଆବଶ୍ୟକ ଆଇନଗତ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ଫଳରେ ସୁଇଜରଲାଣ୍ଡରେ ଖୋଲାଯାଇଥିବା ଭାରତୀୟ ଆକାଉଣ୍ଟ ବିଷୟରେ ଚଳିତବର୍ଷଠାରୁ ସୂଚନା ମିଳିବା ଆରମ୍ଭ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ: ଚର୍ଚ୍ଚାରେ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୧୦।୬: ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ଏମ୍‌ପି ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର…

ପାର୍ବଣରେ ଚାନ୍ଦି ଭଣ୍ଡାରର ‘ଅରଣ୍ୟ’ ସମ୍ଭାର

ଭୁବନେଶ୍ୱର,୬ା୧୦(ସନ୍ତୋଷ ବେହେରା): ଚାନ୍ଦିଭଣ୍ଡାର ପକ୍ଷରୁ ଚଳିତ ପାର୍ବଣରେ ଗ୍ରାହକମାନଙ୍କ ଲାଗି ଅକ୍ସିଡାଇଜ୍‌ଡ୍‌ ରୁପା ଗହଣା ସମ୍ଭାର ‘ଅରଣ୍ୟ’ ଉପଲବ୍ଧ କରାଯାଇଛି। ନବରାତ୍ରି ଏବଂ ଦୁର୍ଗାପୂଜା ଅବସରରେ ଏହି…

ହଠାତ ଏମିତି ଏକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଲେ ଏହି କ୍ରିକେଟର, ଏକ ଭାବପ୍ରବଣ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଲେ…

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦରୁ ସମସ୍ତ ଫର୍ମାଟରେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଏହି…

‘ପ୍ରଥମେ ନିଜ ନେମ୍‌ ଟ୍ୟାଗ ଲଗାନ୍ତୁ…’ ସାମ୍ବାଦିକମାନଙ୍କ ପାଇଁ ଦିଲ୍ଲୀ ପୋଲିସର ପରାମର୍ଶ ଉପରେ ଦୀପକେଙ୍କ ବ୍ୟଙ୍ଗ

ନୂଆଦିଲ୍ଲୀ,୬।୧୦: ଏକ ସୋସିଆଲ ମିଡିଆ ପୋଷ୍ଟରେ, ଦିଲ୍ଲୀ ପୋଲିସ କହିଛି ଯେ କାହାଣୀ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ କିପରି ଗ୍ରହଣ କରାଯାଏ ତାହା ମଧ୍ୟ ସମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?