Posted inଖେଳ

ଗୋଟିଏ ବର୍ଷରେ ସର୍ବାଧିକ ଶତକ

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଅଧିକ ସଂଖ୍ୟାରେ ଶତକ ହାସଲ କରିବା ନିଶ୍ଚିତ ଭାବେ ଏକ ବଡ଼ ସଫଳତା। ଏଥିରେ ସଚିନ ତେନ୍ଦୁଲକର, ରିକି ପଣ୍ଟିଂ, ବିରାଟ କୋହଲି ସବୁଠାରୁ ଆଗରେ ରହିଛନ୍ତି …

କ୍ରିକେଟରେ ଶତକ ହାସଲ କରିବା ଏକ ସ୍ବତନ୍ତ୍ର କଳା। ଅବଶ୍ୟ ସମସ୍ତଙ୍କ ପାଖରେ କଳା ନ ଥାଏ। କେତେଜଣ ହାତଗଣତି ବ୍ୟାଟ୍ସମ୍ୟାନ ନିଜ ଦକ୍ଷତା ଓ ପ୍ରତିଭା ଯୋଗୁ ଅନାୟାସରେ ଗୋଟିଏ ପରେ ଗୋଟିଏ ଶତକ ହାସଲ କରିବାର କ୍ଷମତା ରଖିଥାନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ସଚିନ ତେନ୍ଦୁଲକର, ଜ୍ୟାକ କାଲିସ୍‌, ରିକି ପଣ୍ଟିଂ ଓ କୁମାର ସାଙ୍ଗକାରା। ଏହି ବ୍ୟାଟ୍ସମ୍ୟାନମାନେ ଅନ୍ୟମାନଙ୍କ ତୁଳନାରେ ଶତକ ହାସଲ ଦୃଷ୍ଟିକୋଣରୁ ବହୁ ଆଗରେ ରହିଛନ୍ତି। ୨୦୧୯ରେ ଭାରତୀୟ ଓପନର ରୋହିତ ଶର୍ମା ଶତକ ହାସଲ ତାଲିକାରେ ବହୁ ଆଗରେ ରହିଛନ୍ତି। ୩ଟି ଯାକ ଫର୍ମାଟ ଦୃଷ୍ଟିକୋଣରୁ ଚଳିତ ବର୍ଷ ଏପର୍ଯ୍ୟନ୍ତ ୮ଟି ଲେଖାଏ ଶତକ ହାସଲ କରି ସର୍ବାଗ୍ରେ ରହିଛନ୍ତି।
ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଶତକ ହାସଲ କରିଥିବା ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଅରବିନ୍ଦ ଡି ସିଲଭା (୧୯୯୭), ତିଲକରତ୍ନେ ଦିଲସାନ (୨୦୦୯), ରାହୁଲ ଡ୍ରାଭିଡ୍‌ (୧୯୯୯) ଓ ହାସିମ ଅମଲା (୨୦୧୦)। ଏମାନେ ସମସ୍ତେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୦ଟି ଶତକ ହାସଲ କରିଥିଲେ।
ରିକି ପଣ୍ଟିଂ (୧୧ ଶତକ, ୨୦୦୩) ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ରୂପେ ପରିଗଣିତ ହୁଅନ୍ତି। ସେ ଏକଦା ବିଶ୍ୱ କ୍ରିକେଟରେ ବୋଲରଙ୍କ ପାଇଁ ଦୁଃସ୍ବପ୍ନ ଥିଲେ। ପୁଲ୍‌ ଶଟ୍‌ ଖେଳିବାରେ ସେ ଧୂରନ୍ଧର ଥିଲେ। କ୍ରମାଗତ ଭାବେ ସ୍ଥିର ପ୍ରଦର୍ଶନ କରି ସେ ଦଳକୁ ବହୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ବିଜୟୀ କରାଇଛନ୍ତି। ତାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦୁଇଥର ବିଶ୍ୱକପ୍‌ ଟାଇଟଲ ହାସଲ କରିଥିଲା। ୩ଟି ଯାକ ଫର୍ମାଟରେ ସେ ବିଶ୍ୱର ତୃତୀୟ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ସାବ୍ୟସ୍ତ ହୋଇଛନ୍ତି। କୁମାର ସାଙ୍ଗକାରା ଓ ସଚିନ ତେନ୍ଦୁଲକରଙ୍କ ପଛରେ ସେ ରହିଛନ୍ତି। ୨୦୦୩ରେ ସେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏହି ବର୍ଷ ସେ ୪୫ଟି ମ୍ୟାଚ୍‌ ଖେଳି ୨୬୫୭ ରନ ସଂଗ୍ରହ କରିବା ସହ ୧୧ଟି ଶତକ ଅର୍ଜନ କରିଥିଲେ। ଏଥିରେ ୬ଟି ଟେଷ୍ଟ ଓ ୫ଟି ଦିନିକିଆ ଶତକ ସାମିଲ ରହିଛି। ସେ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି।
ବିରାଟ କୋହଲି (୨୦୧୭ ଓ ୨୦୧୮ରେ ୧୧ଟି ଶତକ)ଭାରତୀୟ ଅଧିନାୟକ ବିରାଟ୍‌ କୋହଲି ବର୍ତ୍ତମାନ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ରୂପେ ପରିଗଣିତ ହେଉଛନ୍ତି। ପ୍ରତ୍ୟେକ ମ୍ୟାଚ୍‌ ଖେଳିବା ବେଳେ ସେ ରେକର୍ଡ ଭାଙ୍ଗିଥାନ୍ତି। କ୍ରିକେଟର ୩ଟି ଯାକ ଫର୍ମାଟରେ କୋହଲିଙ୍କ ଆଭରେଜ ୫୦ରୁ ଊର୍ଦ୍ଧ୍ୱ ରହିଛି। ଏହା ତାଙ୍କ ପ୍ରଦର୍ଶନରେ ସ୍ଥିରତା ଦର୍ଶାଉଛି। ୨୦୧୭ ଓ ୨୦୧୮ରେ ସେ ୧୧ଟି ଲେଖାଏ ଶତକ ହାସଲ କରିଥିଲେ। ୨୦୧୭େରେ ସେ ୬ଟି ଟେଷ୍ଟ ଓ ୫ଟି ଦିନିକିଆ ଶତକ ଅର୍ଜନ କରିଥିଲେ। ସେହିପରି ୨୦୧୮ରେ ମଧ୍ୟ ସେ ଏହି ପ୍ରଦର୍ଶନକୁ ଦୋହରାଇଥିଲେ। ଚଳିତ ବର୍ଷ ସେ ଏପର୍ଯ୍ୟନ୍ତ ୬ଟି ଶତକ ହାସଲ କରିଛନ୍ତି।
ସଚିନ ତେନ୍ଦୁଲକର (୧୯୯୮ରେ ୧୨ଟି ଶତକ) କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ୧୯୯୮ରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏହି ବର୍ଷ ସେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୨, ୫୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରି ରେକର୍ଡ ସୃଷ୍ଟି କରିଥିଲେ। ପୁଣି ଏହି ବର୍ଷ ସେ ଦିନିକିଆରେ ରେକର୍ଡ ୯ଟି ଶତକ ଅର୍ଜନ କରିଥିଲେ। ସେ ସବୁ ଫର୍ମାଟ ଦୃଷ୍ଟିକୋଣରୁ ସର୍ବାଧିକ ୨୫୪୧ ରନ ସଂଗ୍ରହ କରିଥିଲେ। ୯ଟି ଦିନିକିଆ ଶତକ ସହ ଟେଷ୍ଟରେ ୩ଟି ଶତକ ହାସଲ କରିଥିଲେ। ସେ ଏହି ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri