Posted inଜାତୀୟ

ଗୋଟିଏ ପିଆଜର ଦାମ୍‌ ୬୦ଟଙ୍କା: କିଣିବାକୁ ଗ୍ରାହକ ଆଗ୍ରହୀ

ସିରସା,୧୪।୧୨: ଦେଶର ବିଭିନ୍ନ ରାଜ୍ୟରେ ଏବେ ପିଆଜ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ଏହାର ବର୍ଦ୍ଧିତ ମୂଲ୍ୟ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏବେ କିନ୍ତୁ ହରିୟାଣାର ସିରସାରେ ବିକ୍ରି ହେଉଥିବା ଏକ ନିଆରା ପିଆଜ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ହରିୟାଣାରେ ଏବେ ପିଆଜ କିଲୋ ପ୍ରତି ଦାମ୍‌ ୮୦ରୁ ୧୦୦ଟଙ୍କା ଥିବା ବେଳେ ଏବେ ପରିବା ବଜାରକୁ ଆସିଥିବା ଏକ ନିଆରା ପିଆଜ ଗୋଟିଏର ଦାମ୍‌ ୫୫ରୁ ୬୦ ଟଙ୍କାରେ ମିଳୁଛି। ତେବେ ଏହି ଗୋଟିଏ ପିଆଜର ଓଜନ ୬୦୦ରୁ ୭୦୦ ଗ୍ରାମ ରହିଛି।

ଆକାର ବଡ ଓ ଓଜନ ଅଧିକ ହୋଇଥିବାରୁ ଏକ କିଲୋରେ ଗୋଟିଏ ବା ଦୁଇଟି ପିଆଜ ଆସୁଛି। ଏହାସହ ଏହି ପିଆଜର ଦାମ୍‌ ଅନ୍ୟ ପିଆଜ ଅପେକ୍ଷା କିଲୋ ପ୍ରତି ୧୦ଟଙ୍କା କମ୍‌ ରହିଛି ବୋଲି କୁହାଯାଉଛି। ତୁର୍କିରୁ ଆସିଥିବା ଏହି ପିଆଜ ଗ୍ରାହକଙ୍କୁ ବେଶ ପସନ୍ଦ ଆସିଛି ବୋଲି କୁହାଯାଉଛି। ଲାଲ ପିଆଜର ଦାମ ଅପେକ୍ଷା ଏହାର ଦାମ୍‌ ୧୦ ଟଙ୍କା କମ୍‌ ରହିଛି। ପ୍ରାୟ ୨ ଦିନ ହେବ ଏହା ବଜାରକୁ ଆସିଥିବା ବେଳେ ଲୋକେ ଏହାକୁ ନେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ହୋଟେଲ ଓ ରେସ୍ତୋରାଁରେ ଏବେ ଏହି ପିଆଜର ଚାହିଦା ବଢିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଭେନ୍ଦୁ ସରକାରଙ୍କ ବୁଲଡୋଜର ଆକ୍ସନ, ହାଓଡା ରେଲଓ୍ବେ ଷ୍ଟେଶନ ବାହାରୁ ହଟାଇଲେ…

କୋଲକାତା,୧୭।୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ଶୁଭେନ୍ଦୁ ଅଧିକାରୀ ‘ଆକ୍ସନ ମୋଡ’ ରେ ଥିବା ଦେଖାଯାଉଛି। ସମଗ୍ର ବଙ୍ଗଳାରେ ଅରାଜକତା ବିରୁଦ୍ଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ…

ଠିକାଦାରଠାରୁ ଆଖିବୁଜା ଲାଞ୍ଚ ନେଇ ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିଲେ ଯନ୍ତ୍ରୀ-ସହଯୋଗୀ, ବିଲ୍‌ କରାଇବା ପାଇଁ କହି…

ଖଣ୍ଡପଡ଼ା,୧୭ା୫: ନୟାଗଡ଼ର ଭାପୁର ଆରଡବ୍ଲ୍ୟୁ ସେକ୍ସନ, କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ନୟାଗଡ଼…

କଙ୍ଗୋ-ଉଗାଣ୍ଡାରେ ଇବୋଲା ଭାଇରସ ପ୍ରକୋପ; WHO ଘୋଷଣା କଲା ହେଲଥ ଏମରଜେନ୍ସି

କାମ୍ପାଲା,୧୬।୫: ଦୁଇଟି ଆଫ୍ରିକୀୟ ରାଷ୍ଟ୍ରରେ ଇବୋଲା ଭାଇରସର ପ୍ରକୋପ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଏହାକୁ ଏକ…

କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼

ସୁନ୍ଦରଗଡ଼, ୧୭।୫ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସହରର ପ୍ରତିଷ୍ଠିତ କୋଇଲା ପରିବହନ ବ୍ୟବସାୟୀ ସଞ୍ଜୟ ନନ୍ଦ (ପିଲୁ)ଙ୍କ ବାସଭବନ ଉପରକୁ ଶନିବାର ବିଳମ୍ବିତ ରାତିରେ ଗୁଳିମାଡ଼…

ହର୍ମୁଜ ସଙ୍କଟ ମଧ୍ୟରେ, ଭାରତ ପାଇଁ ଆସିଲା ଦୁଇଟି ଖରାପ ଖବର, ଯାହା ଗଭୀର ଚିନ୍ତାର କାରଣ

ନୂଆଦିଲ୍ଲୀ,୧୭।୫: ସମଗ୍ର ବିଶ୍ୱ ହର୍ମୁଜ ଷ୍ଟ୍ରେଟ ସଙ୍କଟରୁ ସୃଷ୍ଟି ହୋଇଥିବା ତୈଳ ସଙ୍କଟ ସହିତ ସଂଘର୍ଷ କରୁଛି। ଏହା ମଧ୍ୟରେ, ଦୁଇଟି ଘଟଣା ସାମ୍ନାକୁ ଆସିଛି ଯାହା…

ତୈଳ ସଙ୍କଟ ମଧ୍ୟରେ ଆଶ୍ୱସ୍ତି: ହର୍ମୁଜ ଦେଇ ଭାରତରେ ପହଞ୍ଚିଲା ୨୦୦୦୦ ଟନ୍‌ର ଏଲ୍‌ପିଜି ଟ୍ୟାଙ୍କର

ନୂଆଦିଲ୍ଲୀ,୧୭ା୫: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ତୈଳ ଯୋଗାଣ ନେଇ ବିଶ୍ୱ ଚିନ୍ତା ମଧ୍ୟରେ ଭାରତକୁ କିଛିଟା ଆଶ୍ୱସ୍ତି ମିଳିଛି। ପ୍ରାୟ ୨୦୦୦୦ ଟନ୍‌ ଏଲପିଜି…

ବାଇକରେ ଆସି ଛେଳି ଗୁହାଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଅମରପାଲି, ୧୭।୦୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତର ଦୁର୍ଗାଦେବୀପାଲି ଗ୍ରାମରେ ଜଣେ ଚାଷୀଙ୍କ ଛେଳି ଗୁହାଳରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଥିବା…

ରାୟଗଡ଼ା ଲିଙ୍ଗମଝୋଲା ଗାଁରେ ହାତୀ ଉପଦ୍ରବ: ଘର ଭାଙ୍ଗିଲେ, ଲେକେ ଦୌଡ଼ିଲେ

କଲ୍ୟାଣସିଂହପୁର, ୧୭।୫ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ପାର୍ସଲି ପଞ୍ଚାୟତର ଲିଙ୍ଗମଝୋଲା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ରାତି ଅଧରେ ଏକ ୧୦ଟିକିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri