ଗୋଟିଏ ଦିନରେ ପହଞ୍ଚିଲା ୩ ସ୍ପେଶାଲ ଟ୍ରେନ

ବଲାଙ୍ଗୀର ଅଫିସ, ୧୮ା୫: ବଲାଙ୍ଗୀର ରେଳଷ୍ଟେଶନରେ ସୋମବାର ଗୋଟିଏ ଦିନରେ ୩ଟି ଶ୍ରମିକ ସ୍ପେଶାଲ ଟ୍ରେନ ଆସି ପହଞ୍ଚତ୍ଥିଲା। ଏହି ତିନି ଟ୍ରେନ୍‌ରେ ବଲାଙ୍ଗୀର ସମେତ ଓଡିଶାର ୩୦ଜିଲାର ପ୍ରାୟ ୪ ହଜାର ପ୍ରବାସୀ ଆସିଥିଲେ। ଭୋର ୪ଟାରେ ବିଶାଖାପାଟଣାରୁ ଆସିଥିବା ଶ୍ରମିକ ସ୍ପେଶାଲ ଟ୍ରେନ ପହଞ୍ଚିଥିଲା। ଏହି ଟ୍ରେନ୍‌ରେ ୧୪୧୭ ଜଣ ପ୍ରବାସୀ ଆସିଥିଲେ। ଥର୍ମାଲ ସ୍କ୍ରିନିଂ ପରେ ସେମାନଙ୍କ ପଞ୍ଜୀକରଣ କରାଯାଇଥିଲା। ପରେ ସେମାନଙ୍କୁ ଶୁଖିଲା ଖାଦ୍ୟ ଓ ପାଣି ଯୋଗାଇ ଦିଆଯାଇଥିଲା। ଏହାପରେ ବିଭିନ୍ନ ଯାନବାହନରେ ଭିନ୍ନ ଭିନ୍ନ ଜିଲାକୁ ପଠାଯାଇଥିଲା। ବଲାଙ୍ଗୀର ଜିଲାର ୭୮୨, ସୁନ୍ଦରଗଡର ୧୮, ବରଗଡର ୪୯, ଢ଼େଙ୍କାନାଳର ୭୦, ଗଞ୍ଜାମର ୫୬, ଜଗତସିଂପୁରର ୨୨, ଭଦ୍ରକର ୪, ରାୟଗଡାର ୨୦, ବାଲେଶ୍ୱରର ୬୦, କଟକର ୪୦, ଯାଜପୁର ୧୯, କେନ୍ଦ୍ରପଡାର ୨୮, ମୟୁରଭଞ୍ଜର ୨୦, ସମ୍ବଲପୁର ୨, ଦେବଗଡର ୫ଜଣଙ୍କୁ ମିଶାଇ ସମୁଦାୟ ୧୪୧୭ ଜଣ ପ୍ରବାସୀ ଆସିଥିଲେ। ଦ୍ୱିତୀୟ ଟ୍ରେନ୍‌ ତାମିଲନାଡୁର ତିରୁଭଲ୍ଲୁର ଷ୍ଟେଶନ୍‌ରୁ ବଲାଙ୍ଗୀର ଆସିଥିଲା। ଅପରାହ୍ଣରେ ପହଞ୍ଚିଥିବା ଏହି ଟ୍ରେନ୍‌ରେ ୧୩୩୧ ଜଣ ପ୍ରବାସୀ ଆସି ପହଞ୍ଚିଥିଲେ। ସେଥିରେ ବଲାଙ୍ଗୀର ଜିଲାର ସର୍ବାଧିକ ୭୨୫ ଜଣ ରହିଛନ୍ତି। ସେହିପରି ନୂଆପଡାର ୧୮୧, କଳାହାଣ୍ଡିର ୧୬୫, ଗଞ୍ଜାମର ୬୨, ନବରଙ୍ଗପୁର ୨୯, ସୁବର୍ଣ୍ଣପୁର ୧୨, ଖୋର୍ଦ୍ଧାର ୨୪, ଯାଜପୁରର ୧୫, ଭଦ୍ରକର ୧୧, କୋରାପୁଟର ୧୪, କଟକର ୫, ବାଲେଶ୍ୱର ୫, ଦେବଗଡର ୭ ସମେତ ଅନ୍ୟ ଜିଲାର ମିଶି ୧୩୩୧ ଜଣ ପ୍ରବାସୀ ଆସିଥିଲେ। ସେ ସମସ୍ତଙ୍କୁ ମଧ୍ୟ ନିଜ ଜିଲାର କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଇ ଦିଆଯାଇଛି। ସନ୍ଧ୍ୟା ପ୍ରାୟ ୭ଟାରେ ଗୁଜୁରାଟର ରାଜକୋଟରୁ ଆସିଥିବା ତୃତୀୟ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ବଲାଙ୍ଗୀରରେ ପହଞ୍ଚିଛି। ଏହି ଟ୍ରେନ୍‌ରେ ଆସିଥିବା ପ୍ରବାସୀଙ୍କ ପଞ୍ଜୀକରଣ କରାଯାଉଛି। ଏହି ଟ୍ରେନ୍‌ରେ ମଧ୍ୟ ୩୦ ଜିଲାର ଶ୍ରମିକ ଆସିଥିବା କୁହାଯାଉଛି। ଜିଲାପାଳ ଅରିନ୍ଦମ ଡାକୁଆ, ଏସପି ସନ୍ଦୀପ ମାଡକର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ…

ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା

ଭୁବନେଶ୍ୱର,୩୦ା୮(ବନ୍ଦନା ସେଠୀ): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସେସ୍‌ (ଡେଣ୍ଟାଲ) କ୍ୟାଡରରେ କାର୍ଯ୍ୟରତ ଦନ୍ତ ଚିକିତ୍ସକଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା…

ସ୍ମାର୍ଟ ପୋଲିସିଂ’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୦ସୂତ୍ରୀ ବ୍ଲୁ-ପ୍ରିଣ୍ଟ: ଜାଣନ୍ତୁ କ’ଣ…

ଭୁବନେଶ୍ୱର, ୩୦।୮ (ସୁନିତ୍‌ ମିଶ୍ର): ଭୁବନେଶ୍ୱରସ୍ଥିତ ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri