Posted inଜାତୀୟ

ଗୋଆ କରୋନା ମୁକ୍ତ, ଆସିପାରିବେ ସ୍ଥାନୀୟ ପର୍ଯ୍ୟଟକ: ରାଜ୍ୟପାଳ

ପଣଜୀ,୨୩।୫: ଗୋଆ ଏବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ଗୋଆ ଏକେ କରୋନା ସଂକମ୍ରଣରୁ ମୁକ୍ତ ହୋଇଛି ବୋଲି ଶନିବାର ପ୍ରକାଶ କରିଛନ୍ତି ରାଜ୍ୟପାଳ ସତ୍ୟ ପାଲ ମଲିକ। ସେ କହିଛନ୍ତି ଗୋଆ କରୋନା ମୁକ୍ତ ହୋଇଥିବାରୁ ଏହି ଉପକୂଳ ରାଜ୍ୟକୁ ଏବେ ସ୍ଥାନୀୟ ପର୍ଯ୍ୟଟକ ଆସିପାରିବେ। କିନ୍ତୁ ବିଦେଶୀ ପର୍ଯ୍ୟଟକ ଆସିବାକୁ ସମୟ ଲାଗିବ। ତେବେ ଲକ୍‌ଡାଉନ ପାଇଁ ଗୋଆର ପର୍ଯ୍ୟଟନ ଶିଳ୍ପ ଉପରେ ବିଶେଷ ପ୍ରଭାବ ପଡିନାହିଁ ବୋଲି ମଲିକ କହିଛନ୍ତି। ଏଠାରେ ପ୍ରାୟ ସମସ୍ତ ଶିଳ୍ପାନୁଷ୍ଠାନ କାର୍ଯ୍ୟ କରୁଛି ଓ ସମସ୍ତେ କରୋନା ସଂକ୍ରମଣକୁ ନେଇ ବେଶ୍‌ ସଚେତନ ଅଛନ୍ତି। ତେବେ ବେରୋଜଗାରୀ ଗୋଆର ସମସ୍ୟା ନୁହେଁ। ଯଦି ଖଣି କାମ ଠିକ ଭାବରେ ଚାଲିବ ତେବେ ସେଥିରୁ ୩,୫୦୦ କୋଟି ରାଜସ୍ବ ସରକାରଙ୍କୁ ମଳିଯିବ ବୋଲି ସେ ମତ ରଖିଛନ୍ତି। କରୋନା ସଂକ୍ରମଣକୁ ନେଇ ପ୍ରବାସୀମାନେ ସାମାନ୍ୟ ଚିନ୍ତାର କାରଣ ପାଲଟିଥିବା ବେଳେ ଲକ୍‌ଡାଉନ ନିୟମକୁ ଗୋଆବାସୀ ଠିକ୍‌ ଭାବେ ପାଳନ କରିଥିବା ମଲିକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ ତାଣ୍ଡବ, ଟିଣ ଆଜବେଷ୍ଟ ପଡି କଟିଗଲା ଯୁବକଙ୍କ ହାତ

ଦେବଗଡ,୨୬।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି । ଅନେକ ଲୋକଙ୍କ ଘର ଦ୍ୱାର ଭାଙ୍ଗି ବାସହରା ହୋଇ ପଡିଛନ୍ତି ।…

ବଳାତ୍କାର ଅଭିଯୁକ୍ତ ରାମ ରହିମଙ୍କୁ ପୁଣି ମିଳିଲା ୩୦ ଦିନର ପାରୋଲ

ରୋହତକ,୨୬।୫: ଡେରା ସଚ୍ଚା ସୌଦା ମୁଖ୍ୟ ଏବଂ ଦୋଷୀ ସାବ୍ୟସ୍ତ ବଳାତ୍କାରୀ ଗୁରମିf ରାମ ରହିମଙ୍କୁ ପୁଣି ଥରେ ପାରୋଲ ମିଳିଛି। ଏଥର ସେ ୩୦ ଦିନ…

ଧାନବିଲରୁ ନିର୍ଗତ ଗ୍ରୀନହାଉସ୍‌ ଗ୍ୟାସ୍‌ ଏସିଆରେ ସର୍ବାଧିକ

ନୂଆଦିଲ୍ଲୀ, ୨୬।୫(ପି.ଟି.):୨୦୦୧ରୁ ୨୦୨୦ ମଧ୍ୟରେ ଧାନବିଲରୁ ନିର୍ଗତ ହେଉଥିବା ବିଶ୍ୱର ମୋଟ ସବୁଜ ଗୃହ ବାଷ୍ପ(ଗ୍ରୀନହାଉସ ଗ୍ୟାସ୍‌)ର ୯୦%ରୁ ଅଧିକ କେବଳ ଏସିଆରୁ ନିର୍ଗତ ହୋଇଛି, ଯେଉଁଥିରେ…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ଅସ୍ତ୍ରବିରତି ମଝିରେ ଇରାନର ଜାହାଜ ଉପରକୁ ଆମେରିକାର ବଡ଼ ଆକ୍ରମଣ, ୨ ଜାହାଜ…

ଓ୍ବାଶିଂଟନ,୨୬।୫: ଆମେରିକା ଏବଂ ଇରାନ ମଧ୍ୟରେ ବର୍ତ୍ତମାନ ଯୁଦ୍ଧବିରତି କାର୍ଯ୍ୟକାରୀ ହେଉଛି ଏବଂ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି । ତଥାପି, ଉତ୍ତେଜନା ସମ୍ପୂର୍ଣ୍ଣ ଭାବରେ…

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ: ପରିବାର ଲୋକେ ଦେଲେ ଚେତାବନୀ

ଭୁବନେଶ୍ୱର/ବାରଙ୍ଗ,୨୬ା୫(ତ୍ରିନାଥ ମହାନ୍ତି/ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ହାଜତରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗରେ ସୋମବାର ରାତିରେ ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟ ଚଣ୍ଡୀପ୍ରସାଦ ଗ୍ରାମର ଶତାଧିକ ମହିଳାପୁରୁଷ ରାତିତମାମ…

ମହିଳାଙ୍କୁ ପାଗଳ କଲା ପରକୀୟା ପ୍ରୀତି, ସ୍ବାମୀଙ୍କୁ ବିଦ୍ୟୁତ୍‌ ଶକ୍‌ ଦେଇ ମାରିଲେ ସ୍ତ୍ରୀ

ବରେଲି,୨୬।୫: ଉତ୍ତରପ୍ରଦେଶର ବରେଲିରେ ଜଣେ ମହିଳାଙ୍କ ପରକୀୟା ପ୍ରୀତିକୁ ସ୍ବାମୀ ବିରୋଧ କରିବାରୁ ସେ ପ୍ରେମିକ, ଭଉଣୀ ଓ ଭଉଣୀଙ୍କ ପୁରୁଷ ବନ୍ଧୁ ସହ ମିଶି ସ୍ବାମୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri