Posted inଜାତୀୟ

ଗୃହରେ ଭିଡ଼ହିଂସା, ଶିଶୁମୃତ୍ୟୁ ତାତି

ନୂଆଦିଲ୍ଲୀ,୨୭ା୬(ପି.ଟି./ଆଇଏଏନ୍‌ଏସ୍‌): ଭାଜପା ଶାସିତ ଝାଡ଼ଖଣ୍ଡସ୍ଥିତ ଷଢ଼େଇକଳା-ଖରସୁଆଁ ଜିଲାର ମୁସ୍‌ଲିମ୍‌ ଯୁବକ ତବ୍‌ରେଜ୍‌ ଅନ୍‌ସାରୀଙ୍କୁ ଚୋରି ସନ୍ଦେହରେ ଧରି ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରିବା ପରେ ପିଟିପିଟି ମାରିଦେବା ଘଟଣାକୁ ନେଇ ବିବାଦ ଥମୁନାହିଁ। ଏହି ଭିଡ଼ହିଂସାର ତାତି ବୁଧବାର ପାର୍ଲାମେଣ୍ଟରେ ଅନୁଭୂତ ହୋଇଛି। ବିରୋଧୀ ଦଳଗୁଡ଼ିକର ସଦସ୍ୟମାନେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀରବତା ଭାଙ୍ଗିଛନ୍ତି। ଏହି ଘଟଣା ତାଙ୍କୁ କଷ୍ଟ ଦେଇଛି। କିନ୍ତୁ ଏଥିପାଇଁ ରାଜ୍ୟକୁ ଦାୟୀ କରାଯିବା ଅନୁଚିତ ବୋଲି ମୋଦି କହିଛନ୍ତି। ସେହିପରି ବିହାରର ମୁଜାଫରପୁରରେ ମସ୍ତିଷ୍କ ଜ୍ୱରରେ ପ୍ରାୟ ଦେଢ଼ଶହ ଶିଶୁଙ୍କ ମୃତ୍ୟୁକୁ ନେଇ ଉଠିଥିବା ବିବାଦ ପ୍ରସଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀ ବିବୃତି ରଖିଛନ୍ତି।
ଉଭୟ ଗୃହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଲୋକ ସଭାରେ ମଙ୍ଗଳବାର ଗୃହୀତ ହୋଇଥିବାବେଳେ ରାଜ୍ୟ ସଭାରେ ବୁଧବାର ଧ୍ୱନିମତରେ ପାରିତ ହୋଇଛି। ବିରୋଧୀ କଂଗ୍ରେସ ପକ୍ଷରୁ ଆଗତ ୨୦୦ରୁ ଊର୍ଦ୍ଧ୍ୱ ସଂଶୋଧନ ପ୍ରତ୍ୟାହୃତ ହେବା ପରେ ଉଚ୍ଚ ସଦନରେ ଏହା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଘଣ୍ଟାଏ ଧରି ନିଜ ବକ୍ତବ୍ୟ ରଖି ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ମୋଦି କହିଥିଲେ, ଭିଡ଼ହିଂସା ତାଙ୍କୁ ଯନ୍ତ୍ରଣା ଦେଇଛି। ଦୋଷୀଙ୍କୁ କାଠଗଡ଼ାକୁ ଟାଣି କଠୋରଦଣ୍ଡ ଦିଆଯିବା ଜରୁରୀ। ରାଜ୍ୟ ସଭାରେ କେତେଜଣ ସଦସ୍ୟ ଝାଡ଼ଖଣ୍ଡକୁ ଭିଡ଼ହିଂସାର କେନ୍ଦ୍ରସ୍ଥଳ ବୋଲି କହୁଛନ୍ତି, ଯାହାକି ଭୁଲ। ଏକ ରାଜ୍ୟକୁ ଅପମାନିତ କରିବା ଅଧିକାର କାହାରି ନାହିଁ। କିନ୍ତୁ ଦେଶରେ ଯେତିକି ଭିଡ଼ହିଂସା ଘଟୁଛି ତାହା ଝାଡ଼ଖଣ୍ଡ ହେଉକି ପଶ୍ଚିମବଙ୍ଗ ଅଥବା କେରଳ ସେଗୁଡ଼ିକୁ ସମାନ ଭାବେ ବିବେଚନା କରି ଆଇନକୁ ତା’ ବାଟରେ ଯିବାକୁ ଦିଆଯିବା ଉଚିତ। ପ୍ରତ୍ୟେକ ନାଗରିକଙ୍କ ନିରାପତ୍ତା ସରକାରଙ୍କ ସାମ୍ବିଧାନିକ ଦାୟିତ୍ୱ।
ବିହାରରେ ଆକ୍ୟୁଟ୍‌ ଏନ୍‌ସେଫାଲିଟିସ୍‌ ସିଣ୍ଡ୍ରୋମ୍‌ (ଏଇଏସ୍‌) ବା ମସ୍ତିଷ୍କଜ୍ୱରରେ ଆକ୍ରାନ୍ତ ହୋଇ ଶିଶୁଙ୍କ ଗଣମୃତ୍ୟୁ ନେଇ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ। ସେ ଏହାକୁ ଏକ ଲଜ୍ଜାଜନକ ଏବଂ ୭ ଦଶନ୍ଧି ମଧ୍ୟରେ ସବୁଠୁ ବଡ଼ ବିଫଳତା ଭାବେ ଅଭିହିତ କରିବା ସହ ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ ଏପରି ରୋଗ ଜୀବନ ନେଉଛି ବୋଲି କହିଥିଲେ। ମୋଦି ବକ୍ତବ୍ୟ ରଖିବାବେଳେ ବିଭିନ୍ନ ପ୍ରସଙ୍ଗ ଉଠାଇ ବିରୋଧୀ କଂଗ୍ରେସକୁ ଟାର୍ଗେଟ କରିବାକୁ ଭୁଲି ନ ଥିଲେ। ସାଧାରଣ ନିର୍ବାଚନରେ ଭାଜପାର ବିପୁଳ ବିଜୟକୁ ନେଇ ପ୍ରଶ୍ନ ଉଠାଇ କଂଗ୍ରେସ ଦେଶର ଭୋଟରମାନଙ୍କୁ ଅପମାନିତ କରିଛି। ଇଭିଏମ୍‌ ଉପରେ ଏବଂ ଭାଜପାର ବିଜୟକୁ ନେଇ ବିରୋଧୀ ବ୍ୟବହାର କରୁଥିବା ଭାଷା ମତଦାତାଙ୍କୁ ମର୍ମାହତ କରିଛି ବୋଲି ସେ ସମାଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ: ଭାରତ ଯୋଗାଇବ ଇଣ୍ଡୋନେସିଆକୁ ସେହି ଅସ୍ତ୍ର, ଯାହା ପାକିସ୍ତାନକୁ ଥରାଇ ଦିଏ…

ନୂଆଦିଲ୍ଲୀ,୭।୭: ଭାରତ-ଇଣ୍ଡୋନେସିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ ହୋଇଛି। ଭାରତ ମଙ୍ଗଳବାର ଇଣ୍ଡୋନେସିଆକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଇ ଦେବା ନେଇ ଚୁକ୍ତି ସ୍ବାକ୍ଷର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri