ଗାଁର ନାମ ପିଟାପିଟି

କେନ୍ଦୁଝର, ୧୫ା୭(ସ୍ବ.ପ୍ର.)-(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝରରୁ ନରଣପୁର-ବ୍ରାହ୍ମଣୀପାଳ ରାସ୍ତାରେ ଗଲେ ହରିଚନ୍ଦନପୁର ପହଞ୍ଚିବା ପୂର୍ବରୁ ଏକ ଗ୍ରାମ ପଡେ, ଯାହାର ନାମ ପିଟାପିଟି। ରାସ୍ତାରେ ଯାତାୟାତ କରୁଥିବା ଲୋକେ ଏହାର ନାମକରଣକୁ ନେଇ ଉତ୍ସାହିତ ହୋଇ ଉଠନ୍ତି। କେହି କେହି ଏହି ଗ୍ରାମରେ ଓହ୍ଲାଇ ନାମ ଫଳକ ପାଖରେ ସେଲ୍‌ଫି ନେଇଥାନ୍ତି। ଅନେକ ଏହି ନାମକୁ ନେଇ ଥଟ୍ଟାମଜା କରିଥାନ୍ତି ଓ ଅନେକ ଅପବାଦ କରିଥାନ୍ତି। ସମସ୍ତେ ଭାବନ୍ତି ଏହା ଏକ ଗଣ୍ଡଗୋଳିଆ ଗ୍ରାମ ହୋଇଥିବ ା ଏଣୁ ଏହି ନାମକୁ ନେଇ ଅନେକ ସମୟରେ ସ୍ଥାନୀୟ ଲୋକମାନେ ମଧ୍ୟ ଚିନ୍ତାବ୍ୟକ୍ତ କରନ୍ତି। କିନ୍ତୁ ଅନେକେ ଏହି ଗ୍ରାମର ନାମକୁ ନେଇ ଗର୍ବିତ ମନେ କରନ୍ତି। ତେବେ ପାଖକୁ ନ ଗଲେ କେହି ଜାଣି ପାରିବେନି। ଗାଁ ଲୋକଙ୍କ ମନରେ ରହିଛି ଗଭୀର ପ୍ରେମ। କାହିଁ କେଉଁ କାଳରୁ ଏକାଠି ରହିଆସୁଛନ୍ତି। ପିଢ଼ି ପରେ ପିଢ଼ି ବିତିଗଲାଣି କିନ୍ତୁ ସମସ୍ତେ ଏକ ମନ ହୋଇ ରହିଛନ୍ତି। ଗାଁ ଲୋକଙ୍କ ଏକତା ହିଁ ଏହି ଗାଁକୁ ମହନୀୟତାର ପରିଚୟ ଦେଇଛି।
ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ କହିବା ଅନୁଯାୟୀ ଗ୍ରାମଟି ୨୫୦ ବର୍ଷ ପୂର୍ବେ ସ୍ଥାପିତ ହୋଇଛି। ସେ ସମୟରେ ଏହି ସ୍ଥାନଟି ଘଞ୍ଚ ଅରଣ୍ୟରେ ପରିପୂର୍ଣ୍ଣ ଥିଲା ଓ ବିଭିନ୍ନ ପଶୁପକ୍ଷୀଙ୍କ ବାସସ୍ଥଳୀ ରହିଥିଲା। ଏହି ଅରଣ୍ୟ ମଧ୍ୟରେ ପ୍ରଥମେ ପିଟା କମାର ସମ୍ପ୍ରଦାୟର ପ୍ରାୟ ୬ରୁ ୮ ପରିବାର ଲୋକମାନେ ଆସି ବସତି ସ୍ଥାପନ କରିଥିଲେ। ସେମାନେ ଲୁହା କାମ କରିବା ସହିତ ଜଙ୍ଗଲରୁ ଫଳମୂଳ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିଲେ। କିଛି ବର୍ଷ ରହିବାପରେ କୌଣସି କାରଣରୁ ନିଜ ନିଜ ମଧ୍ୟରେ ବାଦବିବାଦ ଲାଗିରହିବାରୁ ମାରପିଟ ହୋଇ ଗାଁ ଛାଡି ଚାଲିଯାଇଥିଲେ। ପିଟାପିଟି ନାମ କିପରି ହୋଇଛି ଠିକ କେହି କହିପାରୁ ନ ଥିଲେ ହେଁ ବୋଧହୁଏ ପିଟାକମାର ସମ୍ପ୍ରଦାୟର ନାମକୁ ନେଇ ନାମିତ ହୋଇଛି ପିଟାପିଟି।
ସ୍ଥାନଟିର ପରିବେଶ କୃଷିକାର୍ଯ୍ୟ ପାଇଁ ଅନୂକୂଳ ହୋଇଥିବାରୁ ପରବର୍ତ୍ତୀ ସମୟରେ ଢେଙ୍କାନାଳ ଜିଲାର ଚଷା, ସେଠୀ, ବାରିକ ସମ୍ପ୍ରଦାୟର ଲୋକମାନେ ଆସି ବସତି ସ୍ଥାପନ କରି ଚାଷ କାମ ଆରମ୍ଭ କରିଥିଲେ। ଏହି ସମ୍ପ୍ରଦାୟର ଲୋକମାନେ ଗ୍ରାମଟିକୁ ପିଟାପିଟି ନାମ କରଣ କରିଥିଲେ। ବର୍ତ୍ତମାନ ମୁଣ୍ଡା, ନାଏକ, କିସାନ, ମହାନ୍ତ, ପାତ୍ର, ନାହାକ, ବ୍ରାହ୍ମଣ, କମାର, ଚଷା, ସେଠୀ, ବାରିକ ଆଦି ସମ୍ପଦାୟର ଲୋକମାନେ ବସବାସ କରୁଛନ୍ତି ବୋଲି ଏ ନେଇ ତର୍ଜମା କରିଥିବା ସ୍ଥାନୀୟ ପରେଶ ଚନ୍ଦ୍ର ସେଠୀ କୁହନ୍ତି।
ପିଟାପିଟି ଗ୍ରାମଟି କେନ୍ଦୁଝର ଜିଲା ସଦର ମହକୁମାଠାରୁ ଦୂରତା ୪୫ କି.ମି.। ହରିଚନ୍ଦନପୁର ବ୍ଲକ ମୁଖ୍ୟାଳୟଠାରୁ ୫ କି.ମି. ଦୂରରେ ଅବସ୍ଥିତ। ଗ୍ରାମରେ ୩୯୮ ପରିବାର ହୋଇଥିବାବେଳେ ଲୋକସଂଖ୍ୟା ପାଖାପାଖି ୧୫୩୭ ହେବ। ୨୦୦୦ ମସିହାରେ ଏହି ଗ୍ରାମ ସମେତ ୫ଟି ରାଜସ୍ବ ଗ୍ରାମକୁ ନେଇ ପିଟାପିଟି ପଞ୍ଚାୟତ ଗଠିତ ହୋଇଛି। ଏହି ପଞ୍ଚାୟତରେ ବିଭିନ୍ନ ଜାତିର ଲୋକ ବସବାସ କରୁଥିବାରୁ ବାରମାସରେ ତେରପର୍ବ ଏକାଠି ପାଳନ କରାଯାଇଥାଏ। ସେଥିମଧ୍ୟରୁ ମୁଖ୍ୟ ପର୍ବ ଭାବେ ରଜ, ମାଘେ ପର୍ବ, ଅଶାଢ଼ି, ଗହ୍ମାପୂର୍ଣ୍ଣିମା, ମକର, ପ୍ରଥମାଷ୍ଟମୀ, ଦୀପାବଳି ପାଳନ କରାଯାଏ ା ଗ୍ରାମବାସୀ ଭାଇଚାରା ମନୋଭାବ ରକ୍ଷାକରି ପର୍ବପର୍ବାଣି ପାଳନ କରିଥାନ୍ତି। ଗ୍ରାମଟି ଆଦିବାସୀ ବହୁଳ ହୋଇଥିବାରୁ ଆଦିବାସୀ ପର୍ବଗୁଡ଼ିକ ପାରମ୍ପରିକ ରୀତିନୀତିରେ ମହାଆଡମ୍ବରରେ ପାଳନ କରନ୍ତି। ଏହି ଗ୍ରାମର ଚତୁଃପାର୍ଶ୍ୱ ପାହାଡ ଓ ଜଙ୍ଗଲରେ ପରିପୂର୍ଣ୍ଣ , ଦକ୍ଷିଣ ଦିଗରେ କୁରେଇଁ ଯୋଡି ନଦୀ,କୁଆଝରଣ ପାହାଡ, ଉତ୍ତର ଦିଗରେ ଜାମୁନାଳିଆ ନାଳ ଓ ପାହାଡ ଘେରା ଜଙ୍ଗଲ ଅବସ୍ଥାନ କରୁଛି ା ନିକଟରେ ଅଛି କୁଆଝରଣ ଗ୍ରାମ ା ଲୋକମାନେ ସାଧାରଣତଃ ବଣଜଙ୍ଗଲ ତଥା ଚାଷ ଉପରେ ଜୀବିକା ନିର୍ବାହ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri