Posted inଜାତୀୟ

ଗଲ୍‌ଓ୍ବାନକୁ ନେଇ ଟଣାଓଟରା

ନୂଆଦିଲ୍ଲୀ, ୨୧ା୬: ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଚାଇନା ଏହାକୁ ନିଜ ଅଞ୍ଚଳ କହି ଭାରତକୁ ଅନୁପ୍ରବେଶ ଲାଗି ଉଦ୍ୟମ କରୁଛି ବୋଲି ଦୋଷ ଲଦୁଥିବା ବେଳେ ଭାରତ ଏଭଳି ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଗଲଓ୍ବାନ ଉପତ୍ୟକା ଚାଇନାର ନ ଥିଲା। ଏବେ ସେ ଆଶ୍ଚର୍ଯ୍ୟଜନକ ଭାବେ ନିଜର ବୋଲି ଦାବିକରୁଛି। ଚାଇନାର ଏହି ଅତିରଞ୍ଜିତ ଦାବି କେବେହେଲେ ଗ୍ରହଣଯୋଗ୍ୟ ନୁହେଁ । ଚାଇନା ସେନାର ଅନୁପ୍ରବେଶକୁ କେବେହେଲେ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି। ଏଲ୍‌ଏସି ନେଇ ଭାରତୀୟ ସେନା ଭଲଭାବେ ଜଡ଼ିତ। ଭାରତ-ଚାଇନା ସୀମାର ଗଲଓ୍ବାନ ଉପତ୍ୟକା ସହ ପ୍ରତିଟି ସେକ୍ଟରକୁ ସେମାନେ ଭଲଭାବେ ଜାଣନ୍ତି। ଭାରତୀୟ ସେନା କାହାର ଭୂଖଣ୍ଡରେ ପ୍ରବେଶ କରନ୍ତି ନାହିଁ। କେବଳ ସେମାନେ ସୀମାରେ ପାଟ୍ରୋଲିଂ କରିଥାନ୍ତି। ଚାଇନା ସେନା ଗତ ମେ ମାସରୁ ଏଲଏସି ଅତିକ୍ରମ କରି ଗଲଓ୍ବାନ ଘାଟି ଉପରେ ଜବରଦଖଲ କରିବାକୁ ଉଦ୍ୟମ କରୁଛି। ଚାଇନା ଦୁଇଦେଶର ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନାରେ ସୀମା ଶାନ୍ତି ଫେରାଇ ଆଣିବା ଲାଗି ହୋଇଥିବା ଆଲୋଚନାକୁ ସମ୍ମାନ ଜଣାଇବା ଉଚିତ ବୋଲି ଶ୍ରୀବାସ୍ତବ କହିଛନ୍ତି। ଗତ ୧୫ରେ ଭାରତ-ଚାଇନା ସେନା ମଧ୍ୟରେ ଗଲଓ୍ବାନ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ଭାରତର ୨୦ ଯବାନ ଶହୀଦ ହୋଇଥିଲେ। ସମସ୍ୟାର ସମାଧାନ ଲାଗି ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଥିବା ବେଳେ ଚାଇନା ଗଲଓ୍ବାନକୁ ନିଜର ବୋଲି ଦାବି କରିଆସୁଛି।

ବିବାଦୀୟ କରାଉଛନ୍ତି ବିରୋଧୀ

ଭାରତୀୟ ଅଞ୍ଚଳ ମଧ୍ୟରେ କେହି ପ୍ରବେଶ କରିନାହାନ୍ତି କିମ୍ବା କୌଣସି ସାମରିକ ଘାଟିକୁ ଅକ୍ତିଆର କରିନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସର୍ବଦଳୀୟ ବୈଠକରେ ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାକୁ ଲକ୍ଷ୍ୟ କରି କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ କେତେଜଣ ସମାଲୋଚନା କରିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଶନିବାର ତାହାକୁ ହାସ୍ୟାସ୍ପଦ ବ୍ୟାଖ୍ୟା ବୋଲି କହିଛି। ଜୁନ୍‌ ୧୫ ଗଲଓ୍ବାନ ସଂଘର୍ଷକୁ ନେଇ ପ୍ରଧାନମନ୍ତ୍ରୀ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ଆମ ସଶସ୍ତ୍ର ବଳର ସାହସିକତାକୁ ପ୍ରଶଂସା କରି ସେ କହିଥିଲେ, ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ଏପଟେ ଚାଇନାର ଉପସ୍ଥିତି ନାହିଁ। ଏହାକୁ ନେଇ କଂଗ୍ରେସ ସମେତ ଅନ୍ୟ ରଣନୀତି ବ୍ୟାପାର ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଥିଲେ। ଯଦି ଚାଇନା ସୈନ୍ୟ ଗଲଓ୍ବାନ ଉପତ୍ୟକାରେ ପ୍ରବେଶ କରିନାହିଁ ତେବେ ଭାରତୀୟ ଯବାନ କେଉଁଠି ଶହୀଦ ହେଲେ ବୋଲି ସେମାନେ ଜାଣିବାକୁ ଚାହିଁଛନ୍ତି। ମୋଦି ଚାଇନାକୁ କ୍ଲିନ୍‌ଚିଟ୍‌ ଦେଉଛନ୍ତି କି ବୋଲି ସେମାନେ ବିସ୍ମୟ ପ୍ରକଟ କରିଛନ୍ତି।
ଅନ୍ୟପକ୍ଷରେ ପିଏମ୍‌ଓ ପକ୍ଷରୁ କୁହାଯାଇଛି, ୧୬ ବିହାର ରେଜିମେଣ୍ଟର ଯବାନଙ୍କ ବଳିଦାନ ଚାଇନା ପକ୍ଷର ନିର୍ମାଣ ଯୋଜନାକୁ ପଣ୍ଡ କରିବା ସହ ଏଲ୍‌ଏସିରେ ସେମାନଙ୍କ ପ୍ରବେଶ ଉଦ୍ୟମକୁ ବିଫଳ କରିଛି। ଆମ ଭୂମିରେ ପ୍ରବେଶ ଉଦ୍ୟମ କରୁଥିବା ଚାଇନାକୁ ଆମ ସାହସୀ ଯୋଦ୍ଧାମାନେ ଉପଯୁକ୍ତ ଶିକ୍ଷା ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ, ଯାହା ଆମ ସଶସ୍ତ୍ର ବାହିନୀର ସ୍ବଭାବ ଓ ମୂଲ୍ୟବୋଧକୁ ଏକତ୍ର କରିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ପିଏମ୍‌ଓ କହିଛି। ସୀମା ସୁରକ୍ଷା କ୍ଷେତ୍ରରେ ଭାରତୀୟ ସେନା କୌଣସି ସୁଯୋଗ ହାତଛଡ଼ା କରି ନ ଥିବା ମୋଦି କହିଥିଲେ। କେତେକ ମହଲ ଏହାର କୌତୂହଳପୂର୍ଣ୍ଣ ବ୍ୟାଖ୍ୟା କରୁଥିବା ପିଏମ୍‌ଓ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବଳାତ୍କାର ଅଭିଯୋଗକୁ ନେଇ ତାତିଲେ ଛାତ୍ରୀଛାତ୍ର, କ୍ୟାମ୍ପସ୍‌ରେ ଭଙ୍ଗାରୁଜା

ଫଗଓ୍ବାରା,୨୭ା୯: ପଞ୍ଜାବର ଫଗଓ୍ବାରାସ୍ଥିତ ଲଭ୍‌ଲି ପ୍ରଫେସନାଲ ୟୁନିଭର୍ସିଟି (ଏଲ୍‌ପିୟୁ)ର ଜଣେ ଛାତ୍ରୀଙ୍କୁ କ୍ୟାମ୍ପସ୍‌ ଭିତରେ ଜଣେ ବାହାର ଲୋକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହାକୁ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?