‘ଗଙ୍ଗୁବାଈ କାଠିୟାଓ୍ବାଡି’ର ପ୍ରଥମ ପୋଷ୍ଟର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲିଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି। ବି-ଟାଉନର ସବୁ କଳାକାରଙ୍କ ସ୍ବପ୍ନ, ଜୀବନରେ ଥରେ ହେଉ ପଛେ ତାଙ୍କ ଫିଲ୍ମରେ କାମ କରିବେ। ତେବେ ବଲିଉଡ୍‌ର ଟ୍ୟାଲେଣ୍ଟଡ୍‌ ନାୟିକା ଆଲିୟା ଭଟ୍ଟଙ୍କ ଏହି ସ୍ବପ୍ନ କିନ୍ତୁ ପୂରଣ ହୋଇଛି। ଖୁବ୍‌ଶୀଘ୍ର ସେ ଭନ୍‌ସାଲିଙ୍କ ଅପ୍‌କମିଂ ଫିଲ୍ମ ‘ଗଙ୍ଗୁବାଈ କାଠିୟାଓ୍ବାଡି’ରେ ନଜରକୁ ଆସିବେ।
ଫିଲ୍ମ ‘ଗଙ୍ଗୁବାଈ କାଠିୟାଓ୍ବାଡିି’ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଯାଇଛିି। ମଙ୍ଗଳବାର ନିଜ ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲ୍‌ରୁ ଆଲିୟା ଏହାକୁ ଶେୟାର କରିଛନ୍ତି। ଏହି ମୋଶନ୍‌ ପୋଷ୍ଟରଟି ଖୁବ୍‌ ସାଦାସିଧା ହୋଇଥିବାବେଳେ ଏଥିରେ କ୍ରିଏଟିଭିଟିର ଝଲକ କିନ୍ତୁ ଦେଖିବାକୁ ମିଳିଛି। ଏହାସହ ବୁଧବାର ଫିଲ୍ମର ପ୍ରଥମ ଲୁକ୍‌ ମଧ୍ୟ ରିଲିଜ୍‌ କରାଯିବ ବୋଲି ଏଥିରେ ସୂଚନା ରହିଛି। ତେବେ ତା’ପୂର୍ବରୁ ଆମେ ଆପଣଙ୍କୁ ଫିଲ୍ମରେ ଆଲିୟାଙ୍କ ଅବତାର ବିଷୟରେ କିଛି ଉତ୍ସାହଜନକ ସୂଚନା ଦେଉଛୁ।
ଫିଲ୍ମ ‘ଗଙ୍ଗୁବାଈ କାଠିୟାଓ୍ବାଡି’ରେ ଆଲିୟାଙ୍କ ଲୁକ୍‌ ଦେଖିବାକୁ ଫ୍ୟାନ୍‌ମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ହେଲେ ଫିଲ୍ମରେ ଅଭିନୟ କରିବା ଆଲିୟାଙ୍କ ପାଇଁ ଏତେ ସହଜ ହେବନାହିଁ। ସେ ପ୍ରଥମଥର ଭନ୍‌ସାଲିଙ୍କ ସହ କାମ କରିବାକୁ ଯାଉଛନ୍ତି। ଏଥିପାଇଁ ସେ ନିଜକୁ ପ୍ରସ୍ତୁତ କରୁଛନ୍ତି। ରିଲିଜ୍‌ ହୋଇଥିବା ପ୍ରଥମ ମୋଶନ୍‌ ପୋଷ୍ଟରରୁ ଯାହା ଜଣାପଡ଼ୁଛି, ଫିିଲ୍ମରେ ଦମ୍‌ଦାର ମ୍ୟୁଜିକ୍‌ ନିଶ୍ଚୟ ରହିଛି। ତେବେ ଆଲିୟାଙ୍କୁ ଗୀତ ଗାଉଥିବା ବା ନାଚୁଥିବା ଅବସ୍ଥାରେ ଦେଖିବାକୁ ମିଳିବ ନାହିଁ। ଏହାସହ ତାଙ୍କୁ ଡାଏଲଗ୍‌ ରେକର୍ଡ କରିବାକୁ ପୁଣି ଡବିଂ କରିବାର ସୁଯୋଗ ମିଳିବ ନାହିଁ। ବରଂ ଶୁଟିଂ ସମୟରେ ସେଟ୍‌ରେ ଯେଉଁ ଡାଏଲଗ୍‌ ରେକର୍ଡ ହେବ, ସେଗୁଡ଼ିକୁ ଫିଲ୍ମରେ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ଏ ସବୁକୁ ଦୃଷ୍ଟିରେ ରଖି ଆଲିୟା ଗୁଜରାଟୀ ଭାଷା ଏବଂ ବିଶେଷକରି କାଠିୟାଓ୍ବାଡି ଭାଷା କହିବା, ଚାଲିଚଳନ ଏବଂ ପରମ୍ପରା ଆଦିକୁ ଶିଖୁଛନ୍ତି। ଫିଲ୍ମଟି ପ୍ରକୃତରେ ଆଲିୟାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି। ଚଳିତବର୍ଷ ସେପ୍ଟେମ୍ବରରେ ଫିଲ୍ମଟି ରିଲିଜ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଲିଣ୍ଡସେ ଗ୍ରାହାମଙ୍କ ମୃତ୍ୟୁ; ରୁଷୀୟ ତୈଳ କ୍ରୟ ଉପରେ ଭାରତକୁ ଦେଇଥିଲେ ଧମକ

ଓ୍ବାଶିଂଟନ,୧୨।୭: ଦକ୍ଷିଣ କାରୋଲିନାର ଦୀର୍ଘକାଳୀନ ରିପବ୍ଲିକାନ ସାଂସଦ ଆମେରିକାର ସେନେଟର ଲିଣ୍ଡସେ ଗ୍ରାହାମଙ୍କ ଦେହାନ୍ତ ହୋଇଛି। ତାଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ଘନିଷ୍ଠ ସହଯୋଗୀ…

୧୧ ଭାରତୀୟ ଥିବା ଜାହାଜ ଉପରକୁ ଆକ୍ରମଣ କଲା ଇରାନ, ଜଣେ ନିଖୋଜ, ପ୍ରତିକ୍ରିୟା ଦେଲା ଭାରତ

ନୂଆଦିଲ୍ଲୀ/ତେହରାନ,୧୨।୭: ହର୍ମୁଜ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ନେଇ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଓମାନ ଉପକୂଳରେ ଯେତେବେଳେ ଏହି ଆକ୍ରମଣ ଘଟିଥିଲା…

ଇରାନ କେବେ ଖୋଲିବ ହର୍ମୁଜ ପ୍ରଣାଳୀ? IRGC ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ରଖିଲା ଏହି ସର୍ତ୍ତ

ତେହରାନ,୧୨।୭: ପଶ୍ଚିମ ଏସିଆରେ ଇରାନ ଏବଂ ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ସାମରିକ ଉତ୍ତେଜନା ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ଜୀବନରେଖା ହର୍ମୁଜ ପ୍ରଣାଳୀ ସମ୍ପର୍କରେ…

‘ତାଙ୍କ ସ୍ବର ସର୍ବଦା ବଞ୍ଚି ରହିବ…’: କିମ୍ବଦନ୍ତୀ ଗାୟିକା ଏସ. ଜାନକୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସିଦ୍ଧ ପ୍ଲେବ୍ୟାକ ସିଙ୍ଗର ଏସ. ଜାନକୀ ଆମ୍ମାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି, ତାଙ୍କ ବିୟୋଗକୁ ସଙ୍ଗୀତ ଏବଂ ସଂସ୍କୃତି ଜଗତ…

ଏକ୍ସଟ୍ରା ଟାଇମରେ ଆର୍ଜେଣ୍ଟିନାର ରୋମାଞ୍ଚକର ବିଜୟ; ସେମିଫାଇନାଲରେ ପହଞ୍ଚିଲା Messiଙ୍କ ଦଳ

କାନସାସ ସିଟି,୧୨।୭: ମ୍ୟାଚ ଅତିରିକ୍ତ ସମୟରେ ଯିବା ସହିତ ଆର୍ଜେଣ୍ଟିନା ପ୍ରଶଂସକଙ୍କ ହୃଦୟ ଧଡ଼ଧଡ଼ ହବା ଆରମ୍ଭ ହୋଇଥିଲା। ଆର୍ଜେଣ୍ଟିନା ଦଶମ ମିନିଟରେ ପ୍ରଥମ ଗୋଲ ସ୍କୋର…

ଓଲଟିଲା ପିଆଜ ବୋଝେଇ ଟ୍ରକ୍‌, ଯିଏ ପାରିଲେ ମନଇଚ୍ଛା ବୋହିନେଲେ

କେନ୍ଦୁଝର,୧୨ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ସକାଳେ କେନ୍ଦୁଝର ଜିଲାର ଜୁଡ଼ିଆ ଘାଟିରେ ଏକ ପିଆଜ ବୋଝେଇ ଟ୍ରକ୍‌ ଓଲଟି ୨ ଜଣ ଆହତ ହୋଇଛନ୍ତି। ଉକ୍ତ ପିଆଜ…

ଉଦଳାରୁ ସମସ୍ତ ରୁଟ୍‌ରେ ବସ ଚଳାଚଳ ବନ୍ଦ

ଉଦଳା,୭।୧୨(ସନ୍ତୋଷ କୁମାର ବାଛିନ): ଉଦଳାରୁ ଆଜିଠାରୁ ସମସ୍ତ ରୁଟ୍‌କୁ ବସ ଚଳାଚଳ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତକାଲି ଉଦଳା ବସ…

ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ବନ୍ୟାଜଳ

କଟକ,୧୨ା୭: ମୁଣ୍ଡଳିରେ ପହଞ୍ଚିଛି ହୀରାକୁଦର ପ୍ରଥମ ବନ୍ୟାଜଳ। ଗତ ୯ ତାରିଖରେ ହୀରାକୁଦ ଜଳଭଣ୍ଡାର ତା’ର ୪ଟି ଗେଟ୍‌ ଖୋଲିଥିଲା। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri