Posted inଖେଳ

ଖେଳରତ୍ନ, ଦ୍ରୋଣାଚାର୍ଯ୍ୟ ପାଇଁ ଅଞ୍ଜୁମ, ଜଶପାଲଙ୍କ ନାମ ସୁପାରିସ

ନୂଆଦିଲ୍ଲୀ,୧୪।୫(ପି.ଟି.): ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆର୍‌ଏଆଇ) ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ମହିଳା ଶୁଟର ଅଞ୍ଜୁମ ମୋଦ୍‌ଗିଲ୍‌ଙ୍କ ନାମ ସୁପାରିସ କରିଛି। ସେହିପରି ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ କ୍ରମାଗତ ଦ୍ୱିତୀୟ ବର୍ଷ ଲାଗି ଜସ୍‌ପାଲ ରାଣାଙ୍କ ନାମ ସୁପାରିସ କରାଯାଇଛି।
ଅନ୍ୟପଟରେ ଅର୍ଜୁନ ପୁରସ୍କାର ପାଇଁ ଚାମ୍ପିୟନ ପିସ୍ତଲ ଶୁଟର ସୌରଭ ଚୌଧୁରୀ ଓ ଅଭିଷେକ ବର୍ମାଙ୍କ ନାମ ମଧ୍ୟ ଏନଆରଏଆଇ ସୁପାରିସ କରିଛି। ପରେ ମହିଳା ଶୁଟର ମନୁ ଭାକର ଓ ଯୁବ ଉଦୀୟମାନ ଶୁଟର ଏଲାଭେନିଲ ଭାଲାରିଭାନଙ୍କ ନାମ ମଧ୍ୟ ଏହି ପୁରସ୍କାର ପାଇଁ ସୁପାରିସ କରାଯାଇଛି। ଅଞ୍ଜୁମ ଓ ଜଶପାଲ ଯଥାକ୍ରମେ ଖେଳରତ୍ନ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବୋଲି ଏନ୍‌ଆରଏଆଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
୨୦୦୮ରୁ ୨୬ ବର୍ଷୀୟ ଅଞ୍ଜୁମ୍‌ ଶୁଟିଂରେ ପଦାର୍ପଣ କଲେଣି। ସେ ମଧ୍ୟ ଅନ୍ୟଜଣେ ଶୁଟରଙ୍କ ସହ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ପ୍ଲେସ ହାସଲ କରିଥିଲେ। ଚଣ୍ଡିଗଡର ଏହି ମହିଳା ଶୁଟର ୧୦ମି. ଏୟାର ରାଇଫଲ ଇଭେଣ୍ଟରେ କୋଟା ପ୍ଲେସ୍‌ ହାସଲ କରିଥିଲେ। ଗତବର୍ଷ ସେ ଓ ଦିବ୍ୟାଂଶ ସିଂ ପାନଓ୍ବାର ମ୍ୟୁନିକ୍‌ ଓ ବେଜିଂରେ ଅନୁଷ୍ଠିତ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ ୧୦ ମି. ଏୟାର ରାଇଫଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ମଧ୍ୟ ରିଓ ଡି ଜେନିରୋରେ ଅନୁଷ୍ଠିତ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ୧୦ମି. ଏୟାର ରାଇଫଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ। ସେହିପରି ଗତ ଡିସେମ୍ବରରେ ଭୋପାଳରେ ଅନୁଷ୍ଠିତ ୬୩ତମ ଜାତୀୟ ଶୁଟିଂ ଚାମ୍ପିୟନଶିପ୍‌ରେ ସେ ମହିଳା ୫୦ ମି. ୩ପି ଇଭେଣ୍ଟରେ ଟାଇଟଲ ଜିତିଥିଲେ। ଖେଳରତ୍ନ ପୁରସ୍କାର ବାବଦରେ ଏକ ପଦକ, ପ୍ରମାଣପତ୍ର ଓ ୭.୫ ଲକ୍ଷ ଟଙ୍କା ନଗଦ ଅର୍ଥରାଶି ପ୍ରଦାନ କରାଯାଇଥାଏ।
ଗତବର୍ଷ ରାଣାଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଦିଆ ନ ଯିବାରୁ ବିବାଦ ସୃଷ୍ଟି ହୋଇଥିଲା। ୪୩ ବର୍ଷୀୟ ରାଣା ଏସିଆନ୍‌ ଗେମ୍ସରେ ଏକାଧିକ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେ ମନୁ ଭାକର, ସୌରଭ ଓ ଅନିଶ ଭାନଓ୍ବାଲାଙ୍କ ଭଳି ବିଶ୍ୱସ୍ତରୀୟ ଶୁଟର ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏଥର ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇବେ ବୋଲି ରାଣା ବେଶ୍‌ ଆଶାବାଦୀ ଅଛନ୍ତି। ଅଭିଜ୍ଞ, ସଫଳ ତଥା ଜଣାଶୁଣା କୋଚ୍‌ମାନଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ। ସେହିପରି ଅଭିଷେକ ଓ ସୌରଭ ମଧ୍ୟ ଦମ୍‌ଦାର ପ୍ରଦର୍ଶନ କରି ଅର୍ଜୁନ ପୁରସ୍କାର ପାଇଁ ଦୃଢ ଦାବିଦାର ଭାବେ ଉଭା ହୋଇଛନ୍ତି। ୩୦ ବର୍ଷୀୟ ଅଭିଷେକ ଗତ ଏପ୍ରିଲରେ ବେଜିଂରେ ଅନୁଷ୍ଠିତ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ସ୍ବର୍ଣ୍ଣ ପଦକ ଜିତି ଭାରତ ପାଇଁ ପଞ୍ଚମ ଅଲିମ୍ପିକ୍‌ କୋଟା ପ୍ଲେସ୍‌ ହାସଲ କରିଥିଲେ। ସେହିପରି ସୌରଭ ଭୋପାଳ ଜାତୀୟ କ୍ରୀଡ଼ାରେ ୧୦ ମି. ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ବର୍ମା ଏହି ପ୍ରତିଯୋଗିତାରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?