ଖାଇବା ବିଶୃଙ୍ଖଳା

”ବର୍ତ୍ତମାନ ଚିକିତ୍ସକମାନେ ଅତିବେଶି ପରିମାଣର ଖାଇବାକୁ ମାନସିକ ଅସ୍ଥିରତା ଯଥା ଡିପ୍ରେସନ ଓ ଉଦ୍‌ବେଗ ସହିତ ଯୋଡୁଛନ୍ତି। ସେମାନଙ୍କ ମତରେ ବେଶି ଖାଇବା ମାନସିକ ବିଶୃଙ୍ଖଳାର ସୂଚନା ଦିଏ। ଏହାଦ୍ୱାରା ବ୍ୟକ୍ତିଟି ନିଜକୁ ଲଜ୍ଜିତ ଓ ଦୋଷୀ ଅନୁଭବ କରିଥାଏ। ଫଳରେ ସେପରି ବ୍ୟକ୍ତିମାନେ ମଦ୍ୟପାନ ଓ ନିଶାସେବନର ଆଶ୍ରୟ ନେଇଥାନ୍ତି ଏବଂ
ସେମାନଙ୍କର ଆମତ୍ହତ୍ୟା ପ୍ରବଣତା ପ୍ରକାଶ
ପାଏ।“

କିଶୋର କିଶୋରୀମାନେ ସାଧାରଣତଃ ଟିକେ ବେଶି ଖାଇଥାନ୍ତି। ବୟସ୍କ ହେଲାପରେ ମଧ୍ୟ କେତେକଙ୍କ କ୍ଷେତ୍ରରେ ସେ ଅଭ୍ୟାସ ଚାଲୁରହେ। ବର୍ତ୍ତମାନ ଚିକିତ୍ସକମାନେ ଅତିବେଶି ପରିମାଣର ଖାଇବାକୁ ମାନସିକ ଅସ୍ଥିରତା ଯଥା ଡିପ୍ରେସନ ଓ ଉଦ୍‌ବେଗ ସହିତ ଯୋଡୁଛନ୍ତି। ସେମାନଙ୍କ ମତରେ ବେଶି ଖାଇବା ମାନସିକ ବିଶୃଙ୍ଖଳାର ସୂଚନା ଦିଏ। ଏହାଦ୍ୱାରା ବ୍ୟକ୍ତିଟି ନିଜକୁ ଲଜ୍ଜିତ ଓ ଦୋଷୀ ଅନୁଭବ କରିଥାଏ। ଫଳରେ ସେପରି ବ୍ୟକ୍ତିମାନେ ମଦ୍ୟପାନ ଓ ନିଶାସେବନର ଆଶ୍ରୟ ନେଇଥାନ୍ତି ଏବଂ ସେମାନଙ୍କର ଆମତ୍ହତ୍ୟା ପ୍ରବଣତା ପ୍ରକାଶ ପାଏ। ଖାଇବା ବିଶୃଙ୍ଖଳା ଯୋଗୁ ଶାରୀରିକ, ମାନସିକ, ସ୍ବାସ୍ଥ୍ୟ ଏବଂ କାର୍ଯ୍ୟ କରିବାର ଦକ୍ଷତା ନକାରାମତ୍କ ଭାବେ ପ୍ରଭାବିତ ହୋଇଥାଏ। ସାଧାରଣତଃ ଖାଇବା ବିଶୃଙ୍ଖଳା ମଧ୍ୟରେ ଆନୋରେକ୍ସିଆ ନର୍ଭୋସା(Anorexia nervosa), ବୁଲିମିଆ ନର୍ଭୋସା ଏବଂ ବିଙ୍ଗେ ଖାଇବା ବିଶୃଙ୍ଖଳା(binge eating disorder) ପ୍ରଧାନ। ନିଦାନ ବିଳମ୍ବିତ ହେବାର ଅନ୍ୟ କାରଣଟି ହେଲା ପରିବାର ସଦସ୍ୟ ଓ ଚିକିତ୍ସକମାନେ ବିଶୃଙ୍ଖଳାର ଲକ୍ଷଣକୁ ଅଣଦେଖା କରିବା। ଆନୋରେକ୍ସିଆ ନର୍ଭୋସାରେ ଆକ୍ରାନ୍ତ ବ୍ୟକ୍ତିମାନେ ଓଜନ ବଢ଼ିଯିବା କାରଣରୁ ଖାଇବା ପ୍ରତି ଅଧିକ ସଚେତନ ହୋଇଥାନ୍ତି। ସେମାନଙ୍କର ଓଜନ କମ୍‌ ଥିଲେ ମଧ୍ୟ ସେମାନେ ଖାଦ୍ୟ ନିୟନ୍ତ୍ରଣ କରିଥାନ୍ତି। ବୁଲିମିଆରେ ପୀଡ଼ିତ ବ୍ୟକ୍ତିମାନେ ଖାଇବା ଉପରେ ନିୟନ୍ତ୍ରଣ ରଖିପାରନ୍ତି ନାହିଁ। ବିଙ୍ଗେ ଖାଇବା ବିଶୃଙ୍ଖଳା ଥିଲେ ବ୍ୟକ୍ତିମାନେ ଖୁସିରେ ମାତି ଅତ୍ୟଧିକ ଖାଆନ୍ତି ଏବଂ ଯାହା ଖାଇଥାନ୍ତି ତାକୁ ବାନ୍ତି କରନ୍ତି।
ନିମ୍ନଲିଖିତ ଲକ୍ଷଣ ମାନ ଦେଖାଗଲେ ପରିବାରର ସଦସ୍ୟମାନେ ଖାଇବା ବିଶୃଙ୍ଖଳା ଥାଇପାରେ ବୋଲି ସନ୍ଦେହ କରିବା ଉଚିତ। ବ୍ୟକ୍ତି ଜଣକ ଯଦି ମଝିରେ ମଝିରେ ଖାଇବା ବନ୍ଦ କରେ ଏବଂ ନ ଖାଇବା ପାଇଁ କ୍ଷମା ଚାହିଁଥାଏ। ଭୋଜନକୁ ନିରାମିଷ ଖାଦ୍ୟରେ ସୀମିତ ରଖେ ଏବଂ ସ୍ବାସ୍ଥ୍ୟକର ଖାଦ୍ୟ ପ୍ରତି ଦୃଷ୍ଟି କେନ୍ଦ୍ରୀଭୂତ କରେ। ପରିବାରର ଲୋକମାନେ ଯାହା ଖାଉଥାନ୍ତି ତାଙ୍କୁ ପସନ୍ଦ ଲାଗେନାହିଁ। ସାମାଜିକ କାର୍ଯ୍ୟକ୍ଷେତ୍ରଠାରୁ ଦୂରେଇ ରହେ। ନିଜ ରୂପକୁ ବାରମ୍ବାର ଦର୍ପଣରେ ଦେଖି ତ୍ରୁଟି ଜାଣିବାକୁ ଚେଷ୍ଟାକରେ। ଥରକୁ ଥର ବହୁ ପରିମାଣର ମିଠା ଦ୍ରବ୍ୟ ଓ ତୈଳଯୁକ୍ତ ଖାଦ୍ୟ ଖାଇବା ସହିତ ଓଜନ ହ୍ରାସ ପାଇଁ ଝାଡ଼ା କରାଇବା ଔଷଧ ଓ ଉଦ୍ଭିଦଜାତ ଔଷଧ ଖାଇଥାଏ। ବହୁ ସମୟ ପର୍ଯ୍ୟନ୍ତ ବ୍ୟାୟାମ କରେ। ଖାଇବା ଭିତରେ ଝାଡ଼ାଯାଏ। ସାଧାରଣ ଖାଇବା ପରିମାଣଠାରୁ ଯଥେଷ୍ଟ ଅଧିକ ଖାଏ। ନିଜକୁ ଦୋଷୀ ଓ ଲଜ୍ଜିତ କଲାପରି ବିରକ୍ତିକର ମତାମତ ପ୍ରକାଶ କରେ। ବାରମ୍ବାର ବାନ୍ତି ହେବା ଫଳରେ ଦାନ୍ତର ଏନାମେଲ ନଷ୍ଟ ହୋଇଯାଏ।
ବିଶୃଙ୍ଖଳା ସହିତ ଡିପ୍ରେସନ ଓ ଉଦ୍‌ବେଗ ଓତପ୍ରୋତ ଭାବେ ଜଡ଼ିତ। ଏହାର ଚିକିତ୍ସା ପାଇଁ ମାନସିକ ରୋଗ ବିଶେଷଜ୍ଞ, ସେମାନଙ୍କର ଓଜନ କମ୍‌ ଥିଲେ ମଧ୍ୟ ସେମାନେ ଖାଦ୍ୟ ନିୟନ୍ତ୍ରଣ କରିଥାନ୍ତି। ବୁଲିମିଆରେ ପୀଡ଼ିତ ବ୍ୟକ୍ତିମାନେ ଖାଇବା ଉପରେ ନିୟନ୍ତ୍ରଣ ରଖିପାରନ୍ତି ନାହିଁ। ବିଙ୍ଗେ ଖାଇବା ବିଶୃଙ୍ଖଳା ଥିଲେ ବ୍ୟକ୍ତିମାନେ ଖୁସିରେ ମାତି ଅତ୍ୟଧିକ ଖାଆନ୍ତି ଏବଂ ଯାହା ଖାଇଥାନ୍ତି ତାକୁ ବାନ୍ତି କରନ୍ତି।
ନିମ୍ନଲିଖିତ ଲକ୍ଷଣ ମାନ ଦେଖାଗଲେ ପରିବାରର ସଦସ୍ୟମାନେ ଖାଇବା ବିଶୃଙ୍ଖଳା ଥାଇପାରେ ବୋଲି ସନ୍ଦେହ କରିବା ଉଚିତ। ବ୍ୟକ୍ତି ଜଣକ ଯଦି ମଝିରେ ମଝିରେ ଖାଇବା ବନ୍ଦ କରେ ଏବଂ ନ ଖାଇବା ପାଇଁ କ୍ଷମା ଚାହିଁଥାଏ। ଭୋଜନକୁ ନିରାମିଷ ଖାଦ୍ୟରେ ସୀମିତ ରଖେ ଏବଂ ସ୍ବାସ୍ଥ୍ୟକର ଖାଦ୍ୟ ପ୍ରତି ଦୃଷ୍ଟି କେନ୍ଦ୍ରୀଭୂତ କରେ। ପରିବାରର ଲୋକମାନେ ଯାହା ଖାଉଥାନ୍ତି ତାଙ୍କୁ ପସନ୍ଦ ଲାଗେନାହିଁ। ସାମାଜିକ କାର୍ଯ୍ୟକ୍ଷେତ୍ରଠାରୁ ଦୂରେଇ ରହେ। ନିଜ ରୂପକୁ ବାରମ୍ବାର ଦର୍ପଣରେ ଦେଖି ତ୍ରୁଟି ଜାଣିବାକୁ ଚେଷ୍ଟାକରେ। ଥରକୁ ଥର ବହୁ ପରିମାଣର ମିଠା ଦ୍ରବ୍ୟ ଓ ତୈଳଯୁକ୍ତ ଖାଦ୍ୟ ଖାଇବା ସହିତ ଓଜନ ହ୍ରାସ ପାଇଁ ଝାଡ଼ା କରାଇବା ଔଷଧ ଓ ଉଦ୍ଭିଦଜାତ ଔଷଧ ଖାଇଥାଏ। ବହୁ ସମୟ ପର୍ଯ୍ୟନ୍ତ ବ୍ୟାୟାମ କରେ। ଖାଇବା ଭିତରେ ଝାଡ଼ାଯାଏ। ସାଧାରଣ ଖାଇବା ପରିମାଣଠାରୁ ଯଥେଷ୍ଟ ଅଧିକ ଖାଏ। ନିଜକୁ ଦୋଷୀ ଓ ଲଜ୍ଜିତ କଲାପରି ବିରକ୍ତିକର ମତାମତ ପ୍ରକାଶ କରେ। ବାରମ୍ବାର ବାନ୍ତି ହେବା ଫଳରେ ଦାନ୍ତର ଏନାମେଲ ନଷ୍ଟ ହୋଇଯାଏ।
ବିଶୃଙ୍ଖଳା ସହିତ ଡିପ୍ରେସନ ଓ ଉଦ୍‌ବେଗ ଓତପ୍ରୋତ ଭାବେ ଜଡ଼ିତ। ଏହାର ଚିକିତ୍ସା ପାଇଁ ମାନସିକ ରୋଗ ବିଶେଷଜ୍ଞ, ଗ୍ୟାଷ୍ଟ୍ରୋଇଣ୍ଟେରୋଲୋଜିଷ୍ଟ (ଖାଦ୍ୟନଳୀ ସମ୍ପର୍କିତ ରୋଗ ବିଶେଷଜ୍ଞ) ଓ ପୁଷ୍ଟି ବିଜ୍ଞାନୀଙ୍କ ମିଳିତ ସୁପାରିସ ଆବଶ୍ୟକ। ଖାଇବା ବିଶୃଙ୍ଖଳାରୁ ମୁକ୍ତି ପାଇବା ପାଇଁ କୌଣସି ଔଷଧ ନାହିଁ କହିଲେ ଚଳେ। ତଥାପି କେତେକ ଔଷଧ ଖାଇବାର ଇଚ୍ଛାକୁ ଦମନ କରିପାରିବ। ଖାଇବା ବିଶୃଙ୍ଖଳା ଲକ୍ଷଣ ସମୂହ ସାଧାରଣତଃ ଶରୀରର ଓଜନ, ଗଠନ ଓ ଆକାରକୁ ନେଇ ବିକଶିତ ହୋଇଥାଏ। ଏହି ବିଶୃଙ୍ଖଳା ହୃତ୍‌ପିଣ୍ଡ, ପଚନତନ୍ତ୍ର, ଅସ୍ଥି, ଦାନ୍ତ ଓ ପାଟିର ପ୍ରଭୂତ କ୍ଷତି କରିବା ସହିତ ଅନ୍ୟ ରୋଗକୁ ଆମନ୍ତ୍ରଣ କରିଥାଏ।

ଡ. ମୁରାରି ମୋହନ ଦାଶ

-ଜି/ଏଲ୍‌-୧, ଭିଏସ୍‌ଏସ୍‌
ନଗର, ଭୁବନେଶ୍ୱର
ମୋ: ୯୪୩୭୧୧୦୭୧୫


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri