ଖାଇବା କମାଇଦେଲେଣି ଗ୍ରାମାଞ୍ଚଳର ୫୦% ପରିବାର

ନୂଆଦିଲ୍ଲୀ,୧୪ା୫(ପି.ଟି.): କରୋନା ମହାମାରୀ ଜନିତ ଲକ୍‌ଡାଉନ ଯୋଗୁ ଗ୍ରାମାଞ୍ଚଳ ଜନସାଧାରଣ ଖାଇବା କମାଇଦେଇଥିବା ଏକ ସର୍ଭେରୁ ଜଣାପଡ଼ିଛି। ଲକ୍‌ଡାଉନ ସମୟରେ ୧୨ଟି ରାଜ୍ୟରୁ ୫୦୦୦ରୁ ଊର୍ଦ୍ଧ୍ୱ ଗ୍ରାମୀଣ ପରିବାର ଉପରେ ଏକ ସର୍ଭେ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅଧା ପରିବାର ଲକ୍‌ଡାଉନ ବେଳେ ଖାଇବା କମାଇଦେଇଥିବା କହିଛନ୍ତି। ସେହିପରି ୬୮ ପ୍ରତିଶତ ପରିବାର ବ୍ୟଞ୍ଜନ ସଂଖ୍ୟା କମାଇଥିବା ସର୍ଭେରୁ ଜଣାପଡିଛି। ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ୮୪ ପ୍ରତିଶତ ପରିବାରକୁ ଖାଦ୍ୟଶସ୍ୟ ମିଳିଥିବାବେଳେ ୩୭%ଙ୍କ ଘରେ ରାଶନ ସାମଗ୍ରୀ ପହଞ୍ଚୁଛି। ୨୪ ପ୍ରତିଶତ ଖାଦ୍ୟଶସ୍ୟ ଗାଁର ଅନ୍ୟ ଲୋକଙ୍କଠାରୁ ଉଧାର ନେଉଥିବାବେଳେ ୧୨%ଙ୍କୁ ମାଗଣା ଖାଦ୍ୟ ମିଳୁଛି। ବୁଧବାର ଏକ ଇଣ୍ଟରନେଟ ସେମିନାରରେ ଏହି ରିପୋର୍ଟ ପ୍ରକାଶ ପାଇଛି।
ସର୍ଭେ ଅନୁଯାୟୀ ପରିବାରଗୁଡ଼ିକ ରବି ଅପେକ୍ଷା ଖରିଫ୍‌ ଶସ୍ୟ ଉପରେ ଅଧିକ ନିର୍ଭର କରିଥିଲେ। ଏବେ ସେମାନଙ୍କ ପାଖରେ ଗଚ୍ଛିତ ଶସ୍ୟ ସରି ସରି ଆସିଲାଣି। ତେଣୁ ସେମାନେ ଦିନକୁ କମ୍‌ ଥର ଖାଇବା ସହ ଅଳ୍ପ ଖାଇବାକୁ ବାଧ୍ୟ ହେଉଛନ୍ତି। ଅଧିକାଂଶ ପିଡିଏସ୍‌ ଉପରେ ନିର୍ଭର କରୁଛନ୍ତି। ଚଳିତ ବର୍ଷ ଲକ୍‌ଡାଉନ ଯୋଗୁ ଖରିଫ ଚାଷ ପାଇଁ ପ୍ରସ୍ତୁତି କମିଯାଇଛି। ଏଥିପାଇଁ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ବିହନ, ସାର ଓ କୃଷିଋଣ ଯୋଗାଇଦିଆଯିବା ଜରୁରୀ। ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରୁଥିବାରୁ ଗ୍ରାମାଞ୍ଚଳ ସ୍ଥିତି ଆହୁରି ଖରାପ ହେବ। ବାହାରେ କଳକାରଖାନାରେ କାମ କରୁଥିବା ଏହି ଲୋକମାନେ ଗାଁରେ କାମଧନ୍ଦା ନ ପାଇଁ ବେରୋଜଗାର ହେବେ। ଲକ୍‌ଡାଉନ ଏବଂ ଗୁଜବ ଗୋପାଳନ ଓ କୁକୁଡ଼ା ଚାଷକୁ ଗୁରୁତର ପ୍ରଭାବିତ କରିଛି। ଖର୍ଚ୍ଚ କମାଇବା ଲାଗି ଲୋକେ ଖାଦ୍ୟ ଅଭ୍ୟାସ ବଦଳାଇବାକୁ ବାଧ୍ୟ ହୋଇଛନ୍ତି। ଓଡ଼ିଶା ସମେତ ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ଝାଡ଼ଖଣ୍ଡ, କର୍ନାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଏହି ସର୍ଭେ କରାଯାଇଥିଲା। ସିଭିଲ୍‌ ସୋସାଇଟି ସଂଗଠନ ପିଆର୍‌ଏଡିଏଏନ୍‌, ଆକ୍ସନ ଫର ସୋସିଆଲ ଆଡଭାନ୍ସମେଣ୍ଟ, ବିଏଆଇଏଫ୍‌, ଟ୍ରାନ୍ସଫର୍ମ ରୁରାଲ ଇଣ୍ଡିଆ ଫାଉଣ୍ଡେଶନ, ଗ୍ରାମୀଣ ସହର, ଏସ୍‌ଏଏଟିଏଚ୍‌ଆଇ-ୟୁୂପି ଏବଂ ଆଗା ଖାନ୍‌ ରୁରାଲ ସପୋର୍ଟ ପ୍ରୋଗ୍ରାମ ମିଳିତ ଭାବେ ଏହି ସର୍ଭେ କରିଥିବାବେଳେ ବିକାଶ ଅନଭେଶ ଫାଉଣ୍ଡେଶନ ଓ ସମ୍ବୋଧୀ ତରଫରୁ ଗବେଷଣାତ୍ମକ ସହାୟତା ଯୋଗାଇଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri