ଖଟିଆରେ ବୁହା ହେଲେ ଗୁରୁତର ମହିଳା

ଦିଗପହଣ୍ଡି,୭ା୭(ଡି.ଏନ.ଏ.)-ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଘାସିଆମ୍ବ ଗାଁରେ ଶନିବାର ସକାଳ ପ୍ରାୟ ୮ଟାରେ ଜଣେ ମହିଳା ବଗଡ଼କୁ କାମ କରିବାକୁ ଯାଇଥିଲେ। ସେ ପାହାଡ଼ରୁ ୫ ଫୁଟ ତଳକୁ ଖସି ପଡ଼ି ଗୁରତର ହୋଇଛନ୍ତି। ସେ ହେଲେ ଘାସିଆମ୍ବ ଗାଁର ପାଗଡ଼ା ମଣ୍ଡଳଙ୍କ ସ୍ତ୍ରୀ ମାଙ୍ଗି । ଆମ୍ବୁଲାନ୍ସ ସେବା ପାଇଁ ଫୋନ କରିଥିଲେ ମଧ୍ୟ ମିଳିନଥିଲା। ଗାଁକୁ ଭଲ ରାସ୍ତା ନ ଥିବାରୁ ଅଟୋ ଚାଳକ ମଧ୍ୟ ମନା କରିଥିଲେ। ଦୀର୍ଘ ଦୁଇ ଘଣ୍ଟା ପରେ ମଧ୍ୟ ଗାଡ଼ି ବ୍ୟବସ୍ଥା ନ ହେବାରୁ ବାଧ୍ୟହୋଇ ପରିବାର ଲୋକେ ମାଙ୍ଗିଙ୍କୁ ଏକ ଖଟିଆରେ ବୋହି ନେଇଥିଲେ। ପୋଡ଼ାମାରି ନିକଟ ବୋରିଗାଁ ଗ୍ରାମରେ ପହଞ୍ଚତ୍ ସେଠାରୁ ଏକ ଅଟୋ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମାଙ୍ଗିଙ୍କୁ ଖଟିଆରେ ବୋହି ନେବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅଧୀନ ସହଦେବ ଟିକରପଡ଼ା ପଞ୍ଚାୟତ ଘାସିଆମ୍ବ, ଦାଦୁରୁମା, କୁରୁମା, ଗୋଚ୍ଛାପାଟ, ପିତାମହୁଲ ଭଳି ଅନେକ ଗଁାକୁ ଏବେ ବି ରାସ୍ତା ନାହିଁ । ପାହାଡ଼ ଚଢ଼ି ଲୋକେ ଯା’ଆସ କରୁଛନ୍ତିି । ରାସ୍ତା ନିର୍ମାଣ ପାଇଁ ଗ୍ରାମୋନ୍ନୟନ ବିଭାଗ ଓ ବିଡିଓଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଘାସିଆମ୍ବ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏସବୁ ଗ୍ରାମ୍ୟ ରାସ୍ତା ପଞ୍ଚାୟତିରାଜ ବିଭାଗ ଆମକୁ ହସ୍ତାନ୍ତର କଲେ ଏନେଇ ପଦକ୍ଷେପ ନିଆଯିବ ବୋଲି ଦିଗପହଣ୍ଡି ଗ୍ରାମୋନ୍ନୟନ କାର୍ଯ୍ୟାଳୟ ଉପ ନିର୍ବାହୀ ଯନ୍ତ୍ରୀ ଇଂ. ପ୍ରଭାତ କୁମାର ପାଣିଗ୍ରାହୀ କହିଛନ୍ତି । ଘଟଣା ଆମ ଦୃଷ୍ଟିକୁ ଆସିନାହିଁ । ଲିଖିତ ଆବେଦନ ମିଳିଲେ ରାସ୍ତା ନିର୍ମାଣ ପାଇଁ ଆକ୍ସନ୍‌ ପ୍ଲାନ ପ୍ରସ୍ତୁତ କରାଯିବ ବୋଲି ବିଡିଓ ହଳଧର ଶବର କହିଛନ୍ତି । ସହଦେବ ଟିକରପଡ଼ା ପଞ୍ଚାୟତ ୧ନଂ ୱାର୍ଡ ଅଧୀନ ଘାସିଆମ୍ବ ଗ୍ରାମରେ ପ୍ରାୟ ୨ ଶହ ପରିବାରର ୫ ଶହରୁ ଊର୍ଦ୍ଧ୍ୱ ବାସିନ୍ଦା ରହୁଥିବା ସରପଞ୍ଚ ବାବୁଲା ମଳିକ ଜଣାଇଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନା ଓ ଭତ୍ତା ନିମନ୍ତେ ଲୋକେ ପୋଡ଼ାମାରିରୁ ୨୧ କିମି ଅତିକ୍ରାନ୍ତ କରି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚୁଥିବା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ମହିଳା ମୋର୍ଚ୍ଚାର ରକ୍ଷାବନ୍ଧନ

ହାଟଡିହୀ, ୨୮/୮ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ହାଟଡିହୀ ଭାଜପା କାର୍ଯ୍ୟାଳୟ ପରିସରରେ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

ଅହମଦାବାଦ,୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି ଏବଂ ଦେଶର ୨୦୩୬ ଅଲିମ୍ପିକ ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

ଅନଲାଇନରେ ଠକେଇ ହେବାମାତ୍ରେ ଶୀଘ୍ର କରନ୍ତୁ ଏପରି: ପାଟପୁର ପୋଲିସ ପକ୍ଷରୁ…

ଦିଗପହଣ୍ଡି,୨୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ଶୁକ୍ରବାର ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ମାଧ୍ୟମିକ ବିଦ୍ୟାଳୟ ପରିସରରେ ସାଇବର କ୍ରାଇମ୍ ରୁ କିଭଳି ସୁରକ୍ଷିତ…

ବ୍ଲକ୍ ପଞ୍ଚାୟତ ବିକାଶ ଯୋଜନା ବୈଠକରେ ତାତିଲେ ନିର୍ବାଚିତ ସଦସ୍ୟ: କାର୍ଯ୍ୟଶୈଳୀ ନେଇ ଅସନ୍ତୋଷ ବ୍ୟକ୍ତ କଲେ…

ପାଟଣା, ୨୮୮ (ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ବ୍ଲକ୍ ସଭାଗୃହରେ ଶୁକ୍ରବାର ବ୍ଲକ୍ ପଞ୍ଚାୟତ ବିକାଶ ଯୋଜନାର ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ…

ଫୁଟବଲ ପ୍ରତିଯୋଗିତା: ଝାରବେଡ଼ା ଚାମ୍ପିୟନ

କୁଆଁରମୁଣ୍ଡା,୨୮।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଧୀନ କାଲୋଷିହିରିଆ ପଞ୍ଚାୟତ ଲୁଚାବାହାଲ ସ୍କୁଲବସ୍ତି ଖେଳ ପଡ଼ିଆରେ ୨ ଦିନିଆ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।…

ଉଲିବୁର ସଂରକ୍ଷିତ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ପ୍ରସଙ୍ଗ, ବେଆଇନ ଖନନର ଉଚ୍ଚସ୍ତରୀୟ ତଦନ୍ତ ପରେ ହେବ: ମନ୍ତ୍ରୀ

କେନ୍ଦୁଝର,୨୮ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବଡବିଲ ରେଞ୍ଜ ଅଧୀନ ନାଲଦା ସେକ୍ସନ କାରାଖେଣ୍ଡରା ବିଟ ଅନ୍ତର୍ଗତ ଉଲିବୁର ସଂରକ୍ଷିତ ଜଙ୍ଗଲରେ ଡାଇଭରର୍ସନ ନ କରି ଜଙ୍ଗଲ…

ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ବଲାଙ୍ଗୀରର ୩ ମହିଳା ସ୍ବାବଲମ୍ବୀ ହୋଇଥିବାରୁ…

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri