କ୍ୱିକ୍‌ ହିଲ୍‌ ପକ୍ଷରୁ ସୁରକ୍ଷା ପଦକ୍ଷେପ

ଭୁବନେଶ୍ୱର,୧୬।୨: ଆଇଟି ସୁରକ୍ଷା ଏବଂ ଡାଟା ସଂରକ୍ଷଣ ସୁବିଧା ପ୍ରଦାନ କରୁଥିବା କମ୍ପାନୀ କ୍ୱିକ ହିଲ୍‌ ଟେକ୍ନୋଲୋଜି ପକ୍ଷରୁ ଆନୁଆଲ ଥ୍ରେଟ୍‌ ରିପୋର୍ଟ ୨୦୨୦ ପ୍ରକାଶ ପାଇଛି। ଭାରତୀୟ ଉପଭୋକ୍ତାମାନେ ଅନଲାଇନରେ ସାଇବର ଅପରାଧୀଙ୍କ ଦ୍ୱାରା ସବୁଠାରୁ ସହଜ ଉପାୟରେ ଠକେଇର ଶିକାର ହେଉଥିବା ଏହି ରିପୋର୍ଟରେ କୁହାଯାଇଛି। କ୍ୟାଲେଣ୍ଡର ବର୍ଷର ଥ୍ରେଟ ଡାଟାକୁ ନେଇ କ୍ୱିକ୍‌ ହିଲ ପକ୍ଷରୁ ଏଭଳି ଅଧ୍ୟୟନ କରାଯାଇଛି। ୨୦୧୯ରେ ଜ୍ଞାତ ବା ଅଜ୍ଞାତରେ ଭାରତୀୟଙ୍କ ଲାଗି ଆସିଥିବା ପ୍ରାୟ ୧ ବିଲିୟନ ବିପଦକୁ କ୍ୱିକ ହିଲ ଠାବ କରିବା ସହ ଅଟକାଇ ପାରିଛି ବୋଲି କହିଛି। ଦୈନିକ ଭିତ୍ତିରେ ଏଭଳି ୨.୯ ନିୟୁତ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀ ଏନ୍‌ସିଆର୍‌ ଏବଂ ମହାରାଷ୍ଟ୍ରର ଗ୍ରାହକମାନେ ସବୁଠାରୁ ଅଧିକ ଟାର୍ଗେଟରେ ଏହି ସମୟରେ ରହିଛନ୍ତି। ଉଭୟ ସହରରେ ଯଥାକ୍ରମେ ୩୮ ନିୟୁତ ଏବଂ ୨୫ ନିୟୁତ ମାମଲା ସାମ୍ନାକୁ ଆସିଛି। ଅଧିକ ଅନଲାଇନ ବିପଦ ରହିଥିବା ଅନ୍ୟ ରାଜ୍ୟଗୁଡିକ ମଧ୍ୟରେ ପଶ୍ଚିମବଙ୍ଗ, କର୍ନାଟକ ଏବଂ ଗୁଜରାଟ ରହିଛନ୍ତି। ଦିଲ୍ଲୀରେ ୨୪ ଲକ୍ଷ ଥ୍ରେଟ ମାମଲା ସାମ୍ନାକୁ ଆସିଛି। ଏହାବାଦ ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା ଏବଂ ପୁଣେ ଭଳି ସ୍ଥାନରେ ସାଇବର ଅପରାଧ ଘଟିବାର ଅଧିକ ସମ୍ଭାବନା ରହିଥିବା ରିପୋର୍ଟରେ କୁହାଯାଇଛି। ସାଇବର ଠକେଇ ଲାଗି ଅପରାଧୀମାନେ ଏବେ ବିଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି। ଏହା ବିରୋଧରେ ସଚେତନତା ଏବଂ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଥିବା କ୍ୱିକ ହିଲ ଟେକ୍ନୋଲୋଜିର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଏବଂ ସିଟିଓ ସଞ୍ଜୟ କାଟକର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?