କ୍ୟାବିନେଟ ନିଷ୍ପତ୍ତି;୧୫ତମ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳ ବୃଦ୍ଧି

ନୂଆଦିଲ୍ଲୀ,୧୮-୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୁଧବାର ୧୫ତମ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳକୁ ଏକ ମାସ ବୃଦ୍ଧି କରିଛନ୍ତି। ଏଣିକି ଆୟୋଗଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହେବ। ଏଥିସହିତ ପ୍ରତିରକ୍ଷା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଲାଗି ପାଣ୍ଠିକୁ ମଧ୍ୟ ଆୟୋଗ ପରିସରଭୁକ୍ତ କରିବା ଲାଗି ଆଗତ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ସୂଚନାଥାଉ କି, କେନ୍ଦ୍ର ସରକାର ୨୦୧୭ ନଭେମ୍ବର ୨୭ରେ ଏନ.କେ.ସିଂଙ୍କ ଅଧ୍ୟକ୍ଷତାରେ ୧୫ତମ ଅର୍ଥ ଆୟୋଗ ଗଠନ କରିଥିଲେ। ଆୟୋଗ ଅନ୍ୟ ପ୍ରସଙ୍ଗ ସହିତ ୨୦୨୦ ଏପ୍ରିଲ ପହିଲାରୁ ୫ ବର୍ଷ ଲାଗି କେନ୍ଦ୍ର ଦ୍ୱାରା ରାଜ୍ୟଗୁଡ଼ିକୁ ପ୍ରଦାନ କରାଯିବାକୁ ଥିବା ପାଣ୍ଠି ସମ୍ପର୍କରେ ଫର୍ମୁଲା ପ୍ରସ୍ତାବ ଦେବେ।
ଆଇବିସି ଆଇନରେ ୭ ସଂଶୋଧନକୁ ମଞ୍ଜୁରୀ
କେନ୍ଦ୍ର କ୍ୟାବିନେଟ ଋଣ ସମାଧାନ ଅକ୍ଷମତା ସଂହିତା(ଆଇବିସି)ରେ ୭ଟି ସଂଶୋଧନକୁ ମଞ୍ଜୁରୀ ପ୍ରଦାନ କରିଛି। ଆଇବିସିରେ ଥିବା ତ୍ରୁଟିବିଚ୍ୟୁତିକୁ ଦୂର କରିବା ଏହାର ଲକ୍ଷ୍ୟ। ଏହାଦ୍ୱାରା ସମାଧାନ ପ୍ରକ୍ରିୟାରେ ସର୍ବାଧିକ ମୂଲ୍ୟ ହାସଲ କରାଯାଇପାରିବ। ସରକାର ନିର୍ଦ୍ଧାରିତ ସମୟସୀମାକୁ କଡ଼ାକଡି ଭାବେ ପାଳନ କରିବାକୁ ସଂଶୋଧନରେ କୁହାଯାଇଛି।
କମ୍ପାନୀ ଆଇନ ବିଲ୍‌ ସଂଶୋଧନକୁ ଅନୁମୋଦନ
କେନ୍ଦ୍ର କ୍ୟାବିନେଟ ବୁଧବାର କମ୍ପାନୀ ଆଇନ, ୨୦୧୩ ବିଲ୍‌ରେ ସଂଶୋଧନକୁ ଅନୁମୋଦନ କରିଛନ୍ତି। ଏହି ବିଲ୍‌ ୨୦୧୯ରେ ଜାରି ଅଧ୍ୟାଦେଶର ସ୍ଥାନ ନେବ। ଆନୁଷ୍ଠାନିକ ବିଜ୍ଞପ୍ତି ଅନୁସାରେ ପ୍ରସ୍ତାବିତ ସଂଶୋଧନ ଦ୍ୱାରା କାରବାର ସୁଗମତା ଆହୁରି ବଢ଼ିବ ତଥା ରାଷ୍ଟ୍ରୀୟ କମ୍ପାନୀ ବିଧି ନ୍ୟାୟାଧିକରଣ ଏବଂ ସ୍ବତନ୍ତ୍ର ଅଦାଲତରେ ଚାଲୁଥିବା ମୋକଦ୍ଦମା ବୋଝ ଅନେକାଂଶରେ କମିବ। ଏହାଦ୍ୱାରା ଆଇନର ଉଲ୍ଲଂଘନ ସଂକ୍ରାନ୍ତ ମାମଲାର ଶୁଣାଣି ଉପରେ ଅଧିକ ଜୋର୍‌ ଦିଆଯିବ। ଏହାଛଡ଼ା କମ୍ପାନୀ ପକ୍ଷରୁ ଆଇନ ପାଳନ ଅଧିକ ସୁବ୍ୟବସ୍ଥିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri