କ୍ଷୁଦ୍ର ବାଣିଜ୍ୟକୁ ଡିଜିଟାଇଜ୍‌ କରିବ ଆମାଜନ

ନୂଆଦିଲ୍ଲୀ,୧୬-୧: ଦେଶର କ୍ଷୁଦ୍ର ବାଣିଜ୍ୟକୁ ଡିଜିଟାଇଜ କରିବା ଦିଗରେ ଆମାଜନ ଡଟ୍‌ କମ୍‌ ଇଙ୍କ ଯୋଜନା ହାତକୁ ନେବ। ଏଥିଲାଗି କମ୍ପାନୀ ଭାରତରେ ୧ ବିଲିୟନ ଡଲାର ବା ପ୍ରାୟ ୭,୦୦୦ କୋଟି ଟଙ୍କା ନିବେଶ ଯୋଜନା ରଖିଥିବା ଏହାର ସିଇଓ ଜେଫ୍‌ ବେଜୋସ ବୁଧବାର ସୂଚନା ଦେଇଛନ୍ତି। ଆମାଜନ ଭାରତ ପାଇଁ ଏକ ପ୍ରମୁଖ ବଜାର ହୋଇଥିବା ବେଳେ ଏଭଳି ପଦକ୍ଷେପ ଏମ୍‌ଏସ୍‌ଏମ୍‌ଇଗୁଡିକୁ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚିବାରେ ସହାୟତା କରିବ ବୋଲି ଭାରତ ଗସ୍ତରେ ଆସିଥିବା ବେଜୋସ ମତ ରଖିଛନ୍ତି। ୨୦୨୫ ସୁଦ୍ଧା ଭାରତରୁ ୧୦ ବିଲିୟନ ଡଲାର ରପ୍ତାନି ଦିଗରେ କମ୍ପାନୀର ଯୋଜନାକୁ ଏହା ସଫଳ କରାଇବ ବୋଲି ସେ ମତ ରଖିଛନ୍ତି।
ନୂଆ ନିବେଶ ଆଗରୁ ଭାରତରେ ୫ ବିଲିୟନ ଡଲାର ନିବେଶ କରିବାକୁ କମ୍ପାନୀ ଘୋଷଣା କରି ସାରିଛି। ବେଜୋସ ୩ ଦିନିଆ ଭାରତ ଗସ୍ତରେ ଆସିଥିବା ବେଳେ ରାଜଘାଟ ଯାଇ ଗାନ୍ଧୀ ସ୍ମୃତି ସ୍ମାରକୀ ଶ୍ରଦ୍ଧାସୁମନ ଜ୍ଞାପନ କରିଛନ୍ତି। ଏମ୍‌ଏସ୍‌ଏମ୍‌ଇଗୁଡିକ ଲାଗି ସମ୍ଭବ ସମିଟରେ ସେ ଉଦବୋଧନ ଦେଇଥିଲେ। ସେ ବିଭିନ୍ନ ନିୟାମକ ପ୍ରସଙ୍ଗ ନେଇ ଭାରତୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଭେଟିବେ। ଆମାଜନ ଏବଂ ଫ୍ଲିପକାର୍ଟ ବିରୋଧରେ କମ୍ପିଟିଶନ କମିଶନ ଅଫ ଇଣ୍ଡିଆ ଉଚ୍ଚହାରରେ ରିହାତି ଏବଂ ପ୍ରିଫର୍ଡ ସେଲର ଦ୍ୱାରା ବିକ୍ରି ଉପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି କ୍ଷୁଦ୍ର ବ୍ୟବସାୟୀମାନେ ମଧ୍ୟ ବେଜୋସଙ୍କ ଗସ୍ତକୁ ବିରୋଧ କରୁଛନ୍ତି। ଏଭଳି ସମୟରେ ତାଙ୍କ ଗସ୍ତ କମ୍ପାନୀ ଲାଗି ଅନେକ ଗୁରୁତ୍ୱ ବହନ କରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରି ବିଲ୍‌ ନ ଦେଲେ ଜବତ ହେବ ଘରବାଡି ସମ୍ପତ୍ତି! କଠୋର ହେଲା ନିୟମ

ନୂଆଦିଲ୍ଲୀ,୧୭।୫: ରାଜ୍ୟବାସୀଙ୍କ ପାଇଁ ବଡ଼ ଖବର। ରାଜ୍ୟର ବିଜୁଳି ବିଭାଗ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ବିଦ୍ୟୁତ ନିଗମ ଦୀର୍ଘ ସମୟ ଧରି…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

SBI କର୍ମଚାରୀଙ୍କ ବଡ଼ ଷ୍ଟ୍ରାଇକ୍‌! ଦେଶବ୍ୟାପୀ ଦୁଇଦିନ ପାଇଁ ଠପ୍‌ ପଡିଯିବ ବ୍ୟାଙ୍କ ସେବା, ଜାଣନ୍ତୁ କେବେ?

ନୂଆଦିଲ୍ଲୀ,୧୫।୫: ଦେଶର ସର୍ୱବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ରେ କାର୍ଯ୍ୟରତ କର୍ମଚାରୀମାନେ ସେମାନଙ୍କର ଦାବି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଅଲ…

ପେଟ୍ରୋଲ ପରେ ବଢିଯିବ କି ଗ୍ୟାସ ସିଲିଣ୍ଡରର ଦାମ୍‌? ଏବେ ସିଲିଣ୍ଡର ବୁକ କରିବାକୁ କେତେ ଖର୍ଚ୍ଚ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୫: ୧ ମଇ, ୨୦୨୬ ଠାରୁ ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୯୩ ବୃଦ୍ଧି କରାଯାଇଛି। ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପରେ,…

ପେଟ୍ରୋଲ ରେଟ୍‌ ବଢିବା ପରେ କେଉଁଠି ଶସ୍ତାରେ ମିଳୁଛି ପେଟ୍ରୋଲ, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୫: ଆଜି, ୧୫ ମଇ ଠାରୁ, ସାରା ଦେଶରେ ପେଟ୍ରୋଲ, ଡିଜେଲ ଏବଂ ସିଏନଜିର ମୂଲ୍ୟ ବୃଦ୍ଧି ପାଇଛି। ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩.୧୪ ବୃଦ୍ଧି…

ବଢିଲା ପେଟ୍ରୋଲ ରେଟ୍‌: ମାର୍କେଟକୁ ଆସିଲା ୪ଟି ସବୁଠୁ ଶସ୍ତା ଇଲେକ୍ଟ୍ରି କାର୍‌, ରେଟ୍‌ ଜାଣିଲେ…

ନୂଆଦିଲ୍ଲୀ,୧୫।୫: ପେଟ୍ରୋଲ ଏବଂ ଡିଜେଲର ବୃଦ୍ଧି ଏବେ ଲୋକଙ୍କ ବଜେଟକୁ ବ୍ୟାହତ କରିବା ଆରମ୍ଭ କରିଛି। ଦୈନନ୍ଦିନ ଯାତ୍ରୀମାନଙ୍କ ପାଇଁ, ମାସିକ ଇନ୍ଧନ ଖର୍ଚ୍ଚ ଏକ ବଡ଼…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା ପେଟ୍ରୋଲ-ଡିଜେଲ ରେଟ୍, ଭୁବନେଶ୍ବରରେ….

ନୂଆଦିଲ୍ଲୀ,୧୫।୫: ଯାହା ଭୟ ଥିଲା ସେୟା ହିଁ ଘଟିଲା। ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଛି । ପେଟ୍ରୋଲ ୩ଟଙ୍କା ୧୪…

LPG-କ୍ଷୀର ପରେ ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା, ଏହି ଜିନିଷର ବଢିଗଲା ଦାମ୍‌…

ନୂଆଦିଲ୍ଲୀ,୧୪।୫: ଏଲପିଜି ଗ୍ୟାସ ସିଲିଣ୍ଡର, ଅମୂଲ ଏବଂ ମଦର ଡେରୀ କ୍ଷୀରର ମୂଲ୍ୟ ବୃଦ୍ଧି ପରେ, ସାଧାରଣ ଲୋକଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ପ୍ରକୃତରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri