କ୍ରେଡିଟ୍‌ ରେଟିଂ ନକରାତ୍ମକ ଦର୍ଶାଇଲା ମୁଡିସ୍‌

ନୂଆଦିଲ୍ଲୀ,୯-୧୧: ଭାରତ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଦେଶର ଅର୍ଥ ବ୍ୟବସ୍ଥାରେ ସ୍ଥିତାବସ୍ଥା ଆଣିବା ଲାଗି ସରକାର ଉଦ୍ୟମ ଜାରି ରଖିଛନ୍ତି। ଏଭଳି ସ୍ଥିତିରେ ଦେଶକୁ ଆଉ ଏକ ଝଟକା ଲାଗିଛି। ମୁଡିସ୍‌ ଇନଭେଷ୍ଟର୍ସ ସର୍ଭିସ ଶୁକ୍ରବାର ଭାରତର କ୍ରେଡିଟ୍‌ ରେଟିଂ ଆଉଟଲୁକକୁ ନକରାତ୍ମକ ଦର୍ଶାଇଥିବା ଜଣାପଡିଛି। ସରକାର ଅର୍ଥୀକ ଦୁର୍ବଳାବସ୍ଥାକୁ ଠିକ୍‌ କରିବା ଦିଗରେ ସମ୍ପୂର୍ଣ୍ଣ ସକ୍ଷମ ହୋଇନାହାନ୍ତି। ଅଭିବୃଦ୍ଧି ନିମ୍ନରେ ରହିଥିବାରୁ ଭାରତ ଲାଗି ବିପଦ ବଢୁଥିବା ଏହି ରେଟିଂ କହିଛି। ଏହି ସମୟରେ ଭାରତର ବିଦେଶୀ ମୁଦ୍ରା ରେଟିଂକୁ ବିଏଏ୨ ରଖାଯାଇଛି। ଏହା ଦ୍ୱିତୀୟ ସର୍ବନିମ୍ନ ନିବେଶ ଗ୍ରେଡ୍‌ ସ୍କୋର। ମାର୍ଚ୍ଚ ୨୦୨୦ ଯାଏ ଭାରତର ବିତ୍ତୀୟ ନିୟଣ୍ଟ ମୋଟ୍‌ ଜିଡ଼ିପିର ୩.୭% ସ୍ତର ଛୁଇଁବ ବୋଲି ଏହା ଆକଳନ କରିଛି। ଦେଶର ବିତ୍ତିୟ ନିଅଣ୍ଟ ୩.୩% ସ୍ତରରେ ରହିବ ବୋଲି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଘରୋଇ ବଜାରର ଜିଡିପି ଅଭିବୃଦ୍ଧି ଧୀମା ରହିଥିବା ବେଳେ ସରକାର ଗ୍ରହଣ କରିଥିବା କର୍ପୋରେଟ ଟିକସ ହ୍ରାସ ଭଳି ବିଭିନ୍ନ ପ୍ରସଙ୍ଗ ଯୋଗୁ ରାଜସ୍ବ କମୁଥିବା କୁହାଯାଉଛି।
ମାନ୍ଦାବସ୍ଥା ବିରୋଧରେ ଲଢିବା ଲାଗି ସରକାରୀ ପଦକ୍ଷେପ ଏବଂ ନୀତି ପର୍ଯ୍ୟାପ୍ତ ହେଉ ନ ଥିବା ବେଳେ ଏହା ଭାରତ ଉପରେ ଋଣ ବୋଝ ଆହୁରି ବଢାଇବ। ସରକାରଙ୍କ ଉପରେ ଏବେ ଋଣ ବୋଝ ରହିଥିବା ବେଳେ ସ୍ଥିତି ବିଗିଡିବ ବୋଲି ମୁଡିସ୍‌ ଏହାର ପୂର୍ବାନୁମାନରେ କହିଛି। ଏପ୍ରିଲ-ଜୁନ ତ୍ରୈମାସରେ ଭାରତର ଜିଡିପି ଅଭିବୃଦ୍ଧି ୫% ସ୍ତରରେ ରହିଛି। ୨୦୧୩ ପରଠାରୁ ଏହା ସବୁଠାରୁ ସର୍ବନିମ୍ନ ସ୍ତର। ବିଶ୍ୱସ୍ତର ମାନ୍ଦାବସ୍ଥା ଯୋଗୁ ସରକାରଙ୍କ ନିବେଶ କମିଛି। ସେହିଭଳି ଚାହିଦା କମିବା ଯୋଗୁ ଦେଶର ଅର୍ଥନୈତିକ କାର୍ଯ୍ୟକଳାପ ହ୍ରାସ ହୋଇଥିବାରୁ ବଜାର ବିଶେଷଜ୍ଞମାନେ ଏହାକୁ ନେଇ ଆଶଙ୍କା ପ୍ରକଟ କରୁଛନ୍ତି। ଅଣବ୍ୟାଙ୍କି ବିତ୍ତ ପ୍ରତିଷ୍ଠାନଗୁଡିକରେ ସଙ୍କଟ ଯୋଗୁ ଚଳିତ ବର୍ଷ ଭାରତର ଅଭିବୃଦ୍ଧି ପୂର୍ବାନୁମାନ ବିଶେଷ ଭାବେ ପ୍ରଭାବିତ ହୋଇଛି। ଏହାବାଦ ମାନ୍ଦାବସ୍ଥା ପ୍ରଭାବ ଏବେ ଖୁଚୁରା ବ୍ୟବସାୟ, କାର୍‌ ନିର୍ମାଣକାରୀ, ରିୟଲ ଇଷ୍ଟେଟ ଏବଂ ଲଘୁ ଉଦ୍ୟୋଗ ଉପରେ ପଡିଛି। ବର୍ତ୍ତମାନ ଫିଚ୍‌ ଏବଂ ଏସ୍‌ ଆଣ୍ଡ ପି ଭଳି ଅନ୍ତର୍ଜାତୀୟ ଏଜେନ୍ସିଗୁଡିକ ଭାରତର ଆଉଟଲୁକ ରେଟିଂକୁ ଷ୍ଟେବଲ(ସ୍ଥିର) ବୋଲି କହିଛନ୍ତି।

ମୌଳିକ ଢାଞ୍ଚା ଦୃଢ ଥିବା କହିଲେ ସରକାର
ମୁଡିସର ଏହି ରେଟିଂକୁ ନେଇ ସରକାର ପ୍ରତିକ୍ରିୟା ରଖିଛନ୍ତି। ଦେଶର ମୌଳିକ ଢାଞ୍ଚା ସୁଦୃଢ ରହିଥିବା ସରକାର କହିଛନ୍ତି। ଦେଶରେ ସଂସ୍କାର ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ଦ୍ୱାରା ନିବେଶ ବଢିବ ବୋଲି ସରକାର ଆଶାବାଦୀ ଅଛନ୍ତି। ଏହି ରେଟିଂ ଦ୍ୱାରା ଭାରତ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆର୍ଥତ୍କ ତଥା ଅନ୍ୟାନ୍ୟ କ୍ଷେତ୍ର ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ଏହା ଅର୍ଥନୀତିକୁ ଦୃଢ କରିବାରେ ସହାୟକ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶ ମଧ୍ୟରେ ମୁଦ୍ରାସ୍ଫୀତି ଏବେ ନିୟନ୍ତ୍ରଣ ସ୍ଥିତିରେ ରହିଛି। ଏହା ଦ୍ୱାରା ସ୍ବଳ୍ପ ତଥା ମଧ୍ୟମ ସମୟ ଲାଗି ଅଭିବୃଦ୍ଧି ସମ୍ଭାବନା ରହିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri