କ୍ରମାଗତ କମୁଛି ଯାନ ବିକ୍ରି;ସରକାରଙ୍କ ହସ୍ତକ୍ଷେପ ଲୋଡିଲା ଅଟୋମୋବାଇଲ ଶିଳ୍ପ

ନୂଆଦିଲ୍ଲୀ, ୩-୯: ଘରୋଇ ବଜାରରେ ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ମାନ୍ଦାବସ୍ଥା ଦେଇ ଗତି କରୁଛି। ଯାନ ବିକ୍ରି କ୍ରମାଗତ ଭାବେ ହ୍ରାସ ହେଉଥିବା ବେଳେ ଏହାକୁ ନେଇ ଶିଳ୍ପ ଚିନ୍ତାରେ ରହିଛି। ସମସ୍ୟା ସମାଧାନ ଲାଗି ଅଟୋ ଉଦ୍ୟୋଗ ପକ୍ଷରୁ ସରକାରଙ୍କ ହସ୍ତକ୍ଷେପ ଲୋଡା ଯାଇଛି। ସରକାର ତୁରନ୍ତ ଭିତ୍ତିରେ ଜିଏସ୍‌ଟି ହ୍ରାସ, ସ୍କ୍ରାପେଜ ନୀତି କାର୍ଯ୍ୟକାରୀ କରାଇବା ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଅଟୋ ଶିଳ୍ପ ପକ୍ଷରୁ ନିବେଦନ କରାଯାଇଛି। ପାସେଞ୍ଜର ଯାନ ବ୍ୟତୀତ ୨ ଚକିଆ ଯାନ ବିକ୍ରି ନକରାତ୍ମକ ରହିଥିବାରୁ ବଜାର ଏବେ ମଧ୍ୟ ପ୍ରଭାବିତ ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଗତ ମାସର ଘୋଷଣା ସତ୍ତ୍ୱେ ବଜାରରେ ବିଶେଷ ପ୍ରଭାବ ପରିଲକ୍ଷିତ ହେଉ ନ ଥିବା ଅଟୋ ଶିଳ୍ପ ସଂଘ ସୋସାଇଟି ଅଫ୍‌ ଇଣ୍ଡିଆନ ଅଟୋମୋବାଇଲ ମାନୁଫାକଚରର୍ସ(ସିଆମ୍‌) ସୋମବାର କହିଛି।
ଏପରି ସ୍ଥିତିରେ ଗ୍ରାହକଙ୍କୁ ରିହାତି ପ୍ରଦାନ କରିବା କମ୍ପାନୀ ଗୁଡିକ ପାଇଁ କଷ୍ଟକର ବ୍ୟାପାର ହୋଇ ପଡୁଛି। ସରକାର ଜିଏସ୍‌ଟିକୁ ୨୮%ରୁ ୧୮%କୁ ହ୍ରାସ କଲେ ଯାନ ମୂଲ୍ୟ କମିବ ବୋଲି ସିଆମ୍‌ ସଭାପତି ରାଜନ ଓ୍ବାଧେରା କହିଛନ୍ତି। ଏହାବାଦ ଅଟୋ ଶିଳ୍ପର ସବୁ ବର୍ଗ ପାଇଁ ସ୍କ୍ରାପେଜ ନୀତିରେ ପ୍ରୋତ୍ସାହନ ବ୍ୟବସ୍ଥା କଲେ ଶିଳ୍ପ ଲାଭବାନ ହେବ ବୋଲି କୁହାଯାଇଛି। ପାର୍ବଣ ଆସୁଥିବାରୁ ଏଭଳି ନୀତି ଘୋଷଣା ହେଲେ ପ୍ରଭାବିତ ଶିଳ୍ପ ଏହାର ଫାଇଦା ପାଇବ ବୋଲି ଓ୍ବାଧେରା କହିଛନ୍ତି। ଅଗଷ୍ଟରେ କମ୍ପାନୀଗୁଡିକର ବିକ୍ରି ଅଭିବୃଦ୍ଧିରେ ଦୁଇ ଅଙ୍କ ବିଶିଷ୍ଟ ହ୍ରାସ ଘଟିଥିବା ଶିଳ୍ପ ପକ୍ଷରୁ କୁହାଯାଇଛି।

ଉତ୍ପାଦନ କମାଇଲା ମାରୁତି ସୁଜୁକି
ମାନ୍ଦାବସ୍ଥାକୁ ଧ୍ୟାନରେ ରଖି ଦେଶର ପ୍ରମୁଖ ପାସେଞ୍ଜର ଯାନ ନିର୍ମାତା ମାରୁତି ସୁଜୁକି ଲଗାତାର ୭ ମାସ ପାଇଁ ଏହାର ଉତ୍ପାଦନକୁ ହ୍ରାସ କରିଛି। କମ୍ପାନୀ ଅଗଷ୍ଟ ମାସରେ ୩୩.୯୯% ଉତ୍ପାଦନ କମାଇଛି। ଏହି ସମୟରେ କମ୍ପାନୀ ୧.୧୧ ଲକ୍ଷ ଯାନ ଉତ୍ପାଦନ କରିଛି। ଏହା ଗତ ବର୍ଷ ସମାନ ସମୟରେ ୧.୬୮ ଲକ୍ଷ ୟୁନିଟ ରହିଥିବା ସୋମବାର ବିଏସ୍‌ଇକୁ ଦିଆଯାଇଥିବା ଫାଇଲିଂରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ…

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

‘ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ’, TVKର ଦାବିରେ କଂଗ୍ରେସର କଟାକ୍ଷ- ‘୨୭୨ ସାଂସଦ…’

ଚେନ୍ନାଇ, ୨୪।୮: ତାମିଲନାଡୁର ରାଜନୀତିରେ ଅଭିନେତାରୁ ନେତା ପାଲଟିଥିବା ସି. ଜୋସେଫ ବିଜୟ ଅର୍ଥାତ୍‌ ଥଲାପତି ବିଜୟଙ୍କୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ବିଜୟଙ୍କ ଦଳ…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri