କୋଭିଡ୍‌ ଲଢ଼େଇରେ ଆର୍‌ବିଆଇ

ମୁମ୍ବାଇ,୨୩।୫: ଦେଶରେ ପ୍ରଥମ କରୋନା ମାମଲା ଜାନୁୟାରୀ ୩୦ରେ ସାମ୍ନାକୁ ଆସିଥିଲା। କରୋନାକୁ ନିୟନ୍ତ୍ରଣ କରିବା ପାଇଁ ହୋଇଥିବା ଲକ୍‌ଡାଉନରେ ଦେଶକୁ ଅନେକ କ୍ଷତି ସହିବାକୁ ପଡୁଛି। କାରଣ ବର୍ତ୍ତମାନ ଅନେକ ଦିନ ଧରି ବନ୍ଦ ହୋଇ ପଡ଼ିଥିବା ଆର୍ଥତ୍କ କାର୍ଯ୍ୟକଳାପ କଟକଣା ଧୀରେ ଧୀରେ କୋହଳ ହେଉଥିଲେ ମଧ୍ୟ ସ୍ବାଭାବିକ ହେବାକୁ କଷ୍ଟକର ହେଉଛି। କୋଭିଡ୍‌-୧୯ ଯୋଗୁ ବଜାରରେ ଉପୁଜିଥିବା ସ୍ଥିିିିତିକୁ ସମ୍ଭାଳିବା ଲାଗି ରିଜର୍ଭ ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି। ସୁଧହାର ହ୍ରାସ ସହ ଅନ୍ୟ ଯୋଜନା ଏହା ମଧ୍ୟରେ ସାମିଲ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆର୍‌ବିଆଇ ଗ୍ରହଣ କରିଥିବା ପଦକ୍ଷେପର ଘଟଣାକ୍ରମ…
– ଫେବୃୟାରୀ ୬ରେ ପ୍ରଥମେ ଚାଇନାର କରୋନା ଭାଇରସ୍‌ ସମ୍ପର୍କରେ ରେଫରେନ୍ସ ଦେଇଥିଲା। ଏହାଦ୍ୱାରା ଅଶୋଧିତ ତୈଳ ଦରରେ ହ୍ରାସ ଏବଂ କରୋନା ମାମଲା ଯୋଗୁ ପୁଞ୍ଜିବଜାର ଉପରେ ଆସିବାକୁ ଥିବା ପ୍ରଭାବ ସମ୍ପର୍କରେ ଅବଗତ କରାଇଲା।
– ମାର୍ଚ୍ଚ ୩ରେ କୋଭିଡ୍‌-୧୯ଯୋଗୁ ବଜାରରେ ଉପୁଜିଥିବା ଅସ୍ଥିରତା ସମ୍ପର୍କରେ ଏକ ବିବୃତି ଜାରି କଲା। ସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ମୁତାବକ ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି କହିଥିଲା।
– ମାର୍ଚ୍ଚ ୬ରେ କରୋନା ମହାମାରୀ ଯୋଗୁ ଉପୁଜିଥିବା ଚ୍ୟାଲେଞ୍ଜକୁ ସାମ୍ନା କରିବା ଲାଗି ରିଜର୍ଭ ବ୍ୟାଙ୍କ ସକ୍ଷମ ବୋଲି ଗଭର୍ନର ଶକ୍ତିକାନ୍ତ ଦାସ କହିଥିଲେ। ଆର୍‌ବିଆଇ ଦ୍ୱାରା ଯାହା କିଛି ସମ୍ଭବ ସେ ଦିଗରେ ଯୋଜନା ହାତକୁ ନେବାକୁ କେନ୍ଦ୍ରୀୟ ବ୍ୟାଙ୍କ ପ୍ରସ୍ତୁତ ବୋଲି କହିଲା।
– ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) କରୋନାକୁ ବିଶ୍ୱ ମହାମାରୀ ଘୋଷଣା କରିବା ପରେ ମାର୍ଚ୍ଚ ୧୬ରେ ବ୍ୟାଙ୍କଗୁଡିକୁ ଆର୍‌ବିଆଇ ଚିଠି ଲେଖିଥିଲା। ବାଣିଜ୍ୟ ପରିଚାଳନା ନେଇ ନିଶ୍ଚିତ କରିବାକୁ ଚିଠିରେ ଉଲ୍ଲେଖ ରହିଥିଲା।
– ମାର୍ଚ୍ଚ ମଧ୍ୟଭାଗରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ୧୫୦ ଅଧିକାରୀଙ୍କୁ ନେଇ ଏକ ଜରୁରିକାଳୀନ ଟିମ୍‌ ଗଠନ କଲା। ଦେଶର ଫାଇନାନ୍ସ ସିଷ୍ଟମକୁ ଠିକ୍‌ ଭାବେ ଚଳାଇବା ଲାଗି ଏଠାରେ ସବୁ ପଦକ୍ଷେପ ନିଆଯାଇଥିଲା।
– ୨୭ ମାର୍ଚ୍ଚରେ ଆର୍‌ବିଆଇ ୭୫ ବେସିସ୍‌ ପଏଣ୍ଟ ରେପୋ ରେଟ୍‌ ହ୍ରାସ କଲା। କ୍ୟାଶ ରିଜର୍ଭ ରେସିଓ (ସିଆର୍‌ଆର୍‌)ରେ ୧୦୦ ବେସିସ୍‌ ପଏଣ୍ଟ ହ୍ରାସ କରାଗଲା। ଦୀର୍ଘ ମିଆଦୀ ରେପୋ ଅପରେଶନ(ଏଲ୍‌ଟିଆର୍‌ଓ) ଦ୍ୱାରା ୧ ଲକ୍ଷ କୋଟି ଟଙ୍କାର ନଗଦ ବ୍ୟବସ୍ଥା ମଧ୍ୟ ଏହା ହାତକୁ ନେଲା।
– ମାର୍ଚ୍ଚ ୩୧ରେ ଋଣ ପଇଠ ଉପରେ ୩ମାସର ମୋରାଟୋରିୟମ ସୁବିଧା ଦିଆଗଲା।
– ଏପ୍ରିଲ ୩ରେ ରିଜର୍ଭ ବ୍ୟାଙ୍କ ଦୈନିକ ମନି ମାର୍କେଟ ଟ୍ରେଡିଂ ସମୟକୁ ୪ ଘଣ୍ଟାକୁ ଖସାଇଲା। ଏହା ୧୦ରୁ ୨ଟା ଯାଏ କାମ କରିବ ବୋଲି ନିର୍ଦ୍ଦେଶ ରହିଛି।
– ଏପ୍ରିଲ ୧୭ରେ କେନ୍ଦ୍ରୀୟ ବ୍ୟାଙ୍କ ରିଭର୍ସ ରେପୋ ରେଟ୍‌କୁ ୨୫ ବେସିସ୍‌ ପଏଣ୍ଟ ଖସାଇବା ସହ ଅନ୍ୟ ପଦକ୍ଷେପ ହାତକୁ ନେଲା। ନାବାର୍ଡ, ସିଡ୍‌ବୀ ଏବଂ ନ୍ୟାଶନାଲ ହାଉସିଂ ବ୍ୟାଙ୍କ ଲାଗି ୫୦ ହଜାର କୋଟି ଟଙ୍କାର ସ୍ବତନ୍ତ୍ର ଫାଇନାନ୍ସ ସୁବିଧା କରାଗଲା। ଟାର୍ଗେଟେଡ ଏଲ୍‌ଟିଆର୍‌ଓରେ ୫୦ ହଜାର କୋଟି, ଏନ୍‌ପିଏ ଶ୍ରେଣୀକରଣରେ ପରିବର୍ତ୍ତନ ବ୍ୟବସ୍ଥା କରାଗଲା।
– ଏପ୍ରିଲ ୨୭ରେ ମ୍ୟୁଚୁଆଲ ଫଣ୍ଡ ଲାଗି ୫୦ ହଜାର କୋଟି ଟଙ୍କାର ସ୍ବତନ୍ତ୍ର ନଗଦ ସୁବିଧା(ଏସ୍‌ଏଲ୍‌ଏଫ୍‌) ଘୋଷଣା କଲା ଆର୍‌ବିଆଇ।
– ମେ ୨୨ରେ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଦ୍ୱିତୀୟ ମୁଦ୍ରାନୀତି କମିଟି ବୈଠକରେ ୪୦ ବେସସ୍‌ ପଏଣ୍ଟ ରେପୋ ହ୍ରାସ, ୩ ମାସର ମୋରାଟୋରିୟମ ବୃଦ୍ଧି ସହ ମୋଟ୍‌ ୯ ପଦକ୍ଷେପ ହାତକୁ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର: ଏହି ସପ୍ତାହରେ DA ବୃଦ୍ଧି ଘୋଷଣା! ଜାଣନ୍ତୁ କେତେ ବଢିବ…

ନୂଆଦିଲ୍ଲୀ,୨୮।୯: କେନ୍ଦ୍ର ସରକାର ବର୍ଷକୁ ଦୁଇଥର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA (Dearness Allowance) ବୃଦ୍ଧି କରିଥାନ୍ତି। ଏଥିମଧ୍ୟରୁ ଗୋଟିଏ ବୃଦ୍ଧି ହୋଲି ସମୟରେ…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?