Posted inଖେଳ

କୋଭିଡ-୧୯ ଲଢେଇ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଇନିଂସ ଭଳି: କୁମ୍ବଲେ

ବେଙ୍ଗାଲୁରୁ,୯।୫ (ପି.ଟି.): କରୋନା ମହାମାରୀ ବିରୋଧରେ ସାରା ବିଶ୍ୱରେ ଲଢେଇ ଚାଲୁ ରହିଛି। ଭାରତୀୟ ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ ଏହି ଲଡେଇ କୁ କୌଣସି ରୋମାଞ୍ଚକ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଇନିଂସ ସହିତ ତୁଳନା କରିଛନ୍ତି। ଏହି ମହାମାରୀରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୨,୭୬,୦୦୦ ଲୋକ ମୃତ୍ୟୁବରଣ କରିଛନ୍ତି। ପୁଣି ୪୦ ଲକ୍ଷରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି।
କୋଭିଡ-୧୯ ସଂକ୍ରମଣରୁ ସାରା ବିଶ୍ୱରେ ଦେଖା ଦେଇଥିବା ସ୍ବାସ୍ଥ୍ୟଗତ ବିପର୍ଯ୍ୟୟ କାରଣରୁ କ୍ରୀଡ଼ା ପୂରା ଠପ୍‌ ହୋଇଯାଇଛି। ଏକାଧିକ ମୋଗ ଇଭେଣ୍ଟ ବାତିଲ ହୋଇଥିବା ବେଳେ ଆଉ କେତେକ ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି। ଟୋକିଓ ଅଲିମ୍ପିକ୍ସ, ୟୁରୋପିଆନ ଫୁଟବଲ ଚାମ୍ପିୟନଶିପ ଓ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ମଧ୍ୟ ଘୁଞ୍ଚାଇଦିଆଯାଇଛି।
ଏହି ଭାଇରସ୍‌ ବିରୋଧରେ ଲଢେଇ ଜାରି ରଖିବାକୁ ହୋଲ ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡିବ। ଏହା ଟେଷ୍ଟ ମ୍ୟାଚ୍‌ ଭଳି। ଟେଷ୍ଟ ୫ ଦିନ ଧରି ଖେଳାଯାଇଥାଏ। କିନ୍ତୁ ଏହା ଆହୁରି ଅଧିକ ସମୟ ବିଶିଷ୍ଟ ହୋଇଛି ବୋଲି କୁମ୍ବଲେ ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି। ଟେଷ୍ଟ ମ୍ୟାଚ୍‌ ୨ ଇନିଂସ ବିଶିଷ୍ଟ ହୋଇଥାଏ। ପ୍ରଥମ ଇନିଂସରେ ଅଗ୍ରଣୀ ହୋଇଥିଲେ ମଧ୍ୟ ଦ୍ୱିତୀୟ ଇନିଂସରେ ଅଧିକ ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହେବାକୁ ପଡିଥାଏ। ଆମକୁ ଏହି ଲଢେଇରେ ଜିତିବାକୁ ହେବ। ପ୍ରଥମ ଇନିଂସରେ ଅଗ୍ରଣୀ ହୋଇଥିଲେ ମଧ୍ୟ ଟେଷ୍ଟ ଜିତିବା ପାଇଁ ଏହା ଯଥେଷ୍ଟ ହୋଇ ନ ଥାଏ। ତେଣୁ ଦ୍ୱିତୀୟ ଇନିଂସରେ ମଧ୍ୟ ଆହୁରି ଭଲ ଖେଳିବାକୁ ହେବ ବୋଲି କୁମ୍ବଲେ କହିଛନ୍ତି।
ଏହି ମହାମାରୀରେ ଆମ ଦେଶରେ ୨,୦୦୦ ଲୋକ ମୃତ୍ୟୁବରଣ କରିଥିବା ବେଳେ ୫୯, ୦୦୦ ଲୋକ ସଂକ୍ରମିତ ହୋଇଛନ୍ତି। ଏହି ଅବସରରେ ସେ ସବୁ ଡାକ୍ତର, ନର୍ସ, ଆଟେଣ୍ଡର, ଭଲ୍ୟୁଣ୍ଟିୟର, ସରକାରୀ କର୍ମଚାରୀ, ଅଧିକାରୀ ପୋଲିସକୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାଥ୍‌ ଦେଉନି ଋତୁରାଜଙ୍କ ଭାଗ୍ୟ: ଏଥର୍‌ ବି ଫେଲ୍‌

ନୂଆଦିଲ୍ଲୀ,୫।୫: ନୂଆ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାଇକୱାଡଙ୍କ ଭାଗ୍ୟ ଆଇପିଏଲ ୨୦୨୪ ରେ ବହୁତ ଖରାପ ହୋଇଛି। ସେ ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ...

ଯିଏ ଆଉଟ୍‌ କରିଥିଲେ, ତାଙ୍କୁ ବଡ଼ ଗିଫ୍ଟ ଦେଲେ କୋହଲି

ନୂଆଦିଲ୍ଲୀ,୫।୫: ଜଣେ ମହାନ ବ୍ୟାଟ୍ସମ୍ୟାନ ହେବା ବ୍ୟତୀତ ବିରାଟ କୋହଲି ମଧ୍ୟ ଜଣେ ବଡ଼ ହୃଦୟର ବ୍ୟକ୍ତି ଅଟନ୍ତି। କୋହଲି ତାଙ୍କ ଜର୍ସି ନୁର ଅହମ୍ମଦଙ୍କୁ...

ଟି -୨୦ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଜାରି: ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୫।୫: ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୪ର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ଟୁର୍ନାମେଣ୍ଟ ବାଂଲାଦେଶରେ ଆୟୋଜିତ ହେବ। ଭାରତୀୟ ମହିଳା ଦଳକୁ ଗ୍ରୁପ...

ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା; ନିଲମ୍ବନ କଲା NADA

ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍‌ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ...

‘ଦଳ ଚୟନରେ ଏଆଇ ବ୍ୟବହାର କରୁଛି ଇଂଲଣ୍ଡ’

ଲଣ୍ଡନ,୫୫: ମହିଳା କ୍ରିକେଟ ଦଳ ଚୟନରେ ଇଂଲଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରୁଛି ବୋଲି କହିଛନ୍ତି କୋଚ୍‌ ଜନ୍‌ ଲୁଇସ୍‌। ଚୂଡାନ୍ତ ଏକାଦଶ ଚୟନ...

ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ ଖେଳିବେନି ମୟଙ୍କ ଯାଦବ,ଜାଣନ୍ତୁ କାରଣ…

ଲକ୍ଷ୍ନୌ, ୫ା୫: ପେସ୍‌ ସେନ୍‌ସେଶନ ମୟଙ୍କ ଯାଦବ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର କୋଚ୍‌ ଜଷ୍ଟିନ ଲାଙ୍ଗର...

ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ…

ନୂଆଦିଲ୍ଲୀ,୪।୫: ୨୦୨୨ରେ ପ୍ରଥମ ଥର ଆଇପିଏଲ୍‌ ଖେଳିଥିବା ମଥିଶା ପଥିରାନା ନିଜର ବୋଲିଂକୁ ନେଇ ‘ବେବି ମଲିଙ୍ଗା’ ନାମରେ ଖ୍ୟାତ। ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍‌ରେ...

‘ଓ୍ବାର୍ନର ୭୦% ଭାରତୀୟ, ୩୦% ଅଷ୍ଟ୍ରେଲିୟ’

ନୂଆଦିଲ୍ଲୀ,୪।୫: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ ଖେଳୁଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଭାରତ କେତେ ପସନ୍ଦ, ସମସ୍ତେ ତାହା ଜାଣନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri