କେବଳ ବାଣିଜ୍ୟ ନୁହେଁ ; ଗ୍ରାହକ ସମ୍ପର୍କକୁ ଦେଉ ପ୍ରାଥମିକତା

ଗ୍ରାହକଙ୍କ ରୁଚିରେ ଏବେ ପରିବର୍ତ୍ତନ ଆସଛି। ସେମାନେ ଏବେ ଗୁଣବତ୍ତା, ପ୍ରଡକ୍ଟ ସଲ୍ୟୁଶନ ଉପରେ ବିଶ୍ୱାସ କରୁଛନ୍ତି। ଇଲେକଟ୍ରୋନିକ୍ସ ପ୍ରଡକ୍ଟ ଯୋଗାଣ କ୍ଷେତ୍ରରେ ରାଜ୍ୟର ଏକ ଲୋକପ୍ରିୟ ବ୍ରାଣ୍ଡ ଭାବେ ପାତ୍ର ଇଲେକଟ୍ରୋନିକ୍ସ କାର୍ଯ୍ୟ କରୁଛି। ଏହାର ପ୍ରତିଷ୍ଠା ସହ ସଫଳ ପରିଚାଳନାର ସମସ୍ତ ଶ୍ରେୟ କୈଳାଶ ପାତ୍ରଙ୍କୁ ଯାଏ। ଗ୍ରାହକଙ୍କୁ ବ୍ରାଣ୍ଡ ସହ ଦୀର୍ଘ ସମୟ ଧରି ବାନ୍ଧି ରଖିବାରେ ପାତ୍ର ଇଲେକଟ୍ରୋନିକ୍ସ ଏକ ପ୍ରମୁଖ ସ୍ଥାନରେ ରହିଛି। ଶୋ’ରୁମ ପକ୍ଷରୁ ପ୍ରଦାନ କରାଯାଉଥିବା ସେବା, ପାର୍ବଣ ବଜାର ଏବଂ ଗ୍ରାହକଙ୍କ ଅଭିରୁଚି ପ୍ରସଙ୍ଗରେ ଶ୍ରୀ ପାତ୍ର ଧରିତ୍ରୀକୁ ଦେଇଥିବା ସାକ୍ଷାତକାର…..
ପାତ୍ର ଇଲେକଟ୍ରୋନିକ୍ସ କାହିଁକି ସ୍ବତନ୍ତ୍ର?
– କେବଳ ବାଣିଜ୍ୟରେ ଆମେ ସୀମିତ ହୋଇ ରହିନାହିଁୁ। ଲୋକଙ୍କୁ ସଲ୍ୟୁଶନ ପ୍ରଦାନ ଦିଗରେ କାର୍ଯ୍ୟ କରୁଛୁ। ଆମେ ‘କ୍ରିଏଟିଂ ରିଲେଶନଶିପ ବିଅଣ୍ଡ ବିଜନେସ ’ମନ୍ତ୍ର ସହ ଅଗ୍ରସର। କେବଳ ବାଣିଜ୍ୟ ନୁହେଁ ଗ୍ରାହକଙ୍କ ସହ ରହିଥିବା ଆମର ସମ୍ପର୍କକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛୁ। ଶୋ’ରୁମ ଅଫର, ବିଭିନ୍ନ କମ୍ପାନୀ ସହ ସହଯୋଗିତା ଦ୍ୱାରା ଗ୍ରାହକଙ୍କୁ ସେବା ଯୋଗାଣ ଏବଂ ୫୦ ମାନୁଫାକ୍‌ଚରିଂ କମ୍ପାନୀର ପ୍ରଡକ୍ଟ ପ୍ରଦାନ କରୁଛୁ। ଫର୍ନିଚର ବର୍ଗରେ ଗୋଦ୍‌ରେଜ ଇଣ୍ଟେରିଓ,ସ୍ପେଶଉଡ, ଜୁଆରି, ଫର୍ନିଚର କ୍ରାଫ୍ଟ, ଅର୍ବାନ ଲିଭିଂ ଭଳି ବ୍ରାଣ୍ଡ ଆମ ସହ ଯୋଡି ହୋଇଛନ୍ତି।
– ଉନ୍ନତ ସେବାକୁ ଗ୍ରାହକ ଗୁରୁତ୍ୱ ଦେଇଥାନ୍ତି । ଏହି ପ୍ରସଙ୍ଗକୁ ପାତ୍ର ଇଲେକଟ୍ରୋନିକ୍ସ କିଭଳି ଧ୍ୟାନରେ ରଖିଛି?
– ସେବା ଯୋଗାଣରେ ପାତ୍ର ଇଲେକଟ୍ରୋନିକ୍ସର ଭଲ ଟ୍ରାକ୍‌ ରେକର୍ଡ ରହିଛି। ବିକ୍ରି ପରବର୍ତ୍ତୀ ସେବା ଉପରେ ଅଧିକ ଧ୍ୟାନ ଦେଉ। ଗ୍ରାହକଙ୍କୁ ତ୍ୱରିତ ସେବା ଯୋଗାଣ ଲାଗି ନିଜସ୍ବ ଉଦ୍ୟମରେ ଏକ ସର୍ଭିସ୍‌ ଟେଲିଫୋନ ନମ୍ବର ଓ ସର୍ଭିସ୍‌ ଷ୍ଟେଶନ ବ୍ୟବସ୍ଥା କରାଯାଉଛି। ଗ୍ରାହକଙ୍କ ଅଭିଯୋଗର ତ୍ୱରିତ ସମାଧାନ କରିବା ଦିଗରେ କାର୍ଯ୍ୟ କରିବାକୁ ଯୋଜନା ରହିଛି। ଏଥି ଲାଗି ଏକ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଛି।
– କେତେ ଷ୍ଟୋର ସହ ସେବା ଯୋଗାଇ ଦେଉଛନ୍ତି?
– ସାରା ରାଜ୍ୟରେ ୧୮ ଷ୍ଟୋର ରହିଛି। କଟକରେ ସ୍ବତନ୍ତ୍ର ଫର୍ନିଚୋର ଷ୍ଟୋର ବାଦ ବ୍ରହ୍ମପୁର, କେନ୍ଦୁଝର, ବାଲେଶ୍ୱର, ଜଗତସିଂହପୁର ଏବଂ ଢେଙ୍କାନାଳରେ ଥିବା ଶୋ’ରୁମ ଇଲେକଟ୍ରୋନିକ୍ସ ସାମଗ୍ରୀ ସହ ଫର୍ନିଚର ଯୋଗାଉଛୁ। ପଶ୍ଚିମ ଓଡ଼ିଶାରେ ସମ୍ବଲପୁର, ଝାରସୁଗୁଡାରେ ଫର୍ନିଚର ଏବଂ ରାଉରକେଲା, ଉତ୍ତର ଓଡ଼ିଶାରେ ବାଲେଶ୍ୱର, ବାରିପଦା ସହ ଯାଜପୁର, କଟକ, ଭୁବନେଶ୍ୱର, ଜଗତସିଂହପୁର, ଖୋର୍ଦ୍ଧା ଭଳି ସ୍ଥାନରେ ଷ୍ଟୋର ରହିଛି। ଚଳିତ ବର୍ଷ ପାର୍ବଣରେ କଟକର ଚାଉଳିଆଗଞ୍ଜରେ ନୂଆ ଷ୍ଟୋର ଯୋଡିବୁ। କଟକର ସିଡ଼ିଏ ଷ୍ଟୋରକୁ ଅଧିକ କଷ୍ଟମର ଫ୍ରେଣ୍ଡଲି ଏବଂ ଏକ୍ସପେରିଏନ୍ସ ଷ୍ଟୋର ଭାବେ ସଜାଇବାକୁ ଲକ୍ଷ୍ୟ ରହିଛି।
– ପାର୍ବଣରେ କିଛି ସ୍ବତନ୍ତ୍ର ଅଫର ଆଣିବେ କି?
ହଁ, ପାର୍ବଣ ଲାଗି ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ବତନ୍ତ୍ର ଅଫର ରହିଛି। ‘ଦଶଭୁଜା’ ଅଫରକୁ ସ୍ବତନ୍ତ୍ର ଭାବେ ଡିଜାଇନ କରାଯାଇଛି। ଏଥିରେ ଗ୍ରାହକ ୧୦ ଅଫର ପାଇପାରିବେ। ଗ୍ରାହକ ୧୦ ଟଙ୍କା ଡାଉନ୍‌ପେମେଣ୍ଟରେ ସାମଗ୍ରୀ କିଣି ପାରିବେ। ସେହିଭଳି ୧୦ ମାସରୁ ଉର୍ଦ୍ଧ୍ୱ ଇଏମ୍‌ଆଇ, ଜିରୋ % ଇଣ୍ଟରେଷ୍ଟ, ଡେବିଟ ଏବଂ କ୍ରେଡିଟ କାର୍ଡ ଶପିଂରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ, ପେଟିଏମ୍‌ରେ ପେମେଣ୍ଟରେ ୧୦%ରୁ ଉର୍ଦ୍ଧ୍ୱ କ୍ୟାଶ ବ୍ୟାକ୍‌, ବଛାବଛା ଫର୍ନିଚର ମଡେଲ ଉପରେ ଫ୍ଲାଟ ୧୦ ହଜାର ଟଙ୍କା ଛାଡ, ଦୈନିକ ଲକି ଡ୍ର ଦ୍ୱାରା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର, ୧୦ ଘଣ୍ଟା ମଧ୍ୟରେ ହୋମ୍‌ ଡେଲିଭରି, ୧୦ ରେଫ୍‌ରାଲ୍‌ ସେଲ୍‌ସରେ ଗ୍ରାହକଙ୍କୁ ସ୍ବତନ୍ତ୍ର ଗିଫ୍ଟ, ଗୋଟିଏ ଇନ୍‌ଭଏସ୍‌ରେ ୧୦ ସାମଗ୍ରୀ କିଣିଲେ ନିଶ୍ଚିତ ଗିଫ୍ଟ ବ୍ୟବସ୍ଥା କରାଯାଇଛି। ସେହିଭଳି କମ୍ପାନୀଗୁଡିକ ଆକର୍ଷଣୀୟ ଅଫର ଦେଉଛନ୍ତି।
– ପୂଜା ବଜାରରେ କେଉଁ ନୂଆ ପ୍ରଡକ୍ଟ ଉପଲବ୍ଧ?
– ଚାହିଦାକୁ ନଜରରେ ରଖି କମ୍ପାନୀଗୁଡିକ ନୂଆ ପ୍ରଡକ୍ଟ ଆଣୁଛନ୍ତି। ଏବେ ନୂଆ କରି ସାମ୍‌ସଙ୍ଗ ପକ୍ଷରୁ ୮କେ ଟିଭି ଆସିଛି। ପୂର୍ବରୁ ୪କେ ଥିଲା। ଏଲ୍‌ଜି ମଧ୍ୟ ନୂଆ ଫିଚର, ହାଇଏଣ୍ଡ, ଓଲେଡ ଭଳି ପ୍ରଡକ୍ଟ ଆଣିଛି। ଦୁର୍ଗାପୂଜାର ଫୋକସ ନୂଆ ଟେକ୍ନୋଲୋଜି ପ୍ରଡକ୍ଟ ଉପରେ ରହିବ। ସମସ୍ତଙ୍କୁ ଫ୍ୟୁଚର ରେଡି କରାଇବା ଲକ୍ଷ୍ୟ ନେଇ ଆମେ ପ୍ରସ୍ତୁତ। କମ୍ପାନୀଗୁଡିକ ଚ୍ୟାଲେଜିଂ ପ୍ରାଇସ୍‌ରେ ଆଡଭାନ୍ସ ପ୍ରଡକ୍ଟ ପ୍ରଦାନ କରୁଛନ୍ତି।
– ଶୋ’ରୁମରେ ଫାଇନାନ୍ସ ନେଇ କିଭଳି ବ୍ୟବସ୍ଥା କରିଛନ୍ତି?
– ଫାଇନାନ୍ସ କ୍ଷେତ୍ରରେ ଗ୍ରାହକ ଯେଭଳି କୌଣସି ଅସୁବିଧା ସାମ୍ନା ନ କରନ୍ତି ତାକୁ ଧ୍ୟାନ ଦେଇଛୁ। ବର୍ତ୍ତମାନ ବଜାଜ ଫାଇନାନ୍ସ, ଏଚ୍‌ଡିଏଫ୍‌ସି ଫାଇନାନ୍ସ, ଏଚ୍‌ଡିବି, ଫାଇନଲ୍ୟାବ୍ସ, କ୍ୟାପିଟାଲ ଫାଷ୍ଟ ଭଳି ଫାଇନାନ୍ସ କମ୍ପାନୀର ସୁବିଧା ଆମର ସବୁ ଶୋ’ରୁମରେ ଉପଲବ୍ଧ। ଡେବିଟ ଏବଂ କ୍ରେଡିଟ କାର୍ଡ ଉପରେ ଇଏମ୍‌ଆଇ ରହିଛି। ୫ ମିନିଟରେ ସହଜ ଇଏମ୍‌ଆଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଥଚାରୀଙ୍କୁ ପିଟିଦେଲା ବାଇକ୍‌: ପରିବହନ ବିଭାଗ କ୍ୟାମେରା ଆଗରେ ଘଟିଲା…

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମଲାସପଦର ଛକ ନିକଟରେ ସୋମବାର ରାତି ପ୍ରାୟ ୧୦ଟା ସମୟରେ ଏକ ବାଇକ ଚାଳକ ଜଣେ ପଥଚାରୀଙ୍କୁ…

ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଆସିଲା ସ୍ବାଧିକାର ଭଙ୍ଗ ପ୍ରସ୍ତାବ ନୋଟିସ: ଅପମାନଜନକ ମନ୍ତବ୍ୟ ଦେଇ…

ନୂଆଦିଲ୍ଲୀ,୧୮ା୫:ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ହୋଇଥିବାବେଳେ ଏବେ ତାଙ୍କୁ ରାଜ୍ୟ ସଭାରେ ସ୍ବାଧିକାର ଭଙ୍ଗର ସମ୍ମୁଖୀନ…

IPL 2026 ମଧ୍ୟରେ ପୂର୍ବତନ ଅଧିନାୟକଙ୍କ ପରଲୋକ: କ୍ରିକେଟ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୧୮।୫: ଆଇପିଏଲ ୨୦୨୬ ମଧ୍ୟରେ ଇଂଲଣ୍ଡରୁ ଏକ ଦୁଃଖଦ ଖବର ଆସିଛି। ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକ ସ୍ମିଥ ୯୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।…

ଇରାନର ଏହି ବଡ଼ ଦାବି ଆମେରିକା ପୂରଣ କଲେ ଭାରତ ହେବ ଲାଭବାନ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୫: ଆମେରିକା-ଇରାନ ଉତ୍ତେଜନା ମଧ୍ୟରେ, କିଛି ଆଶ୍ୱସ୍ତି ମିଳିଛି। ଇରାନର ସରକାରୀ ସମାଚାର ଏଜେନ୍ସି ଅନୁଯାୟୀ, ଆମେରିକା ଇରାନର ଏକ ପ୍ରମୁଖ ଦାବି ପୂରଣ କରିବାକୁ…

ଆହୁରି ବଢିବ ପେଟ୍ରୋଲ-ଡିଜେଲର ଦାମ୍‌! ସରକାର କହିଲେ…

ନୂଆଦିଲ୍ଲୀ, ୧୮।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ହର୍ମୁଜ ପ୍ରଣାଳୀ ଅବରୋଧ କରାଯାଇଛି। ଫଳସ୍ବରୂପ, ଆମେରିକା ଇରାନରୁ ଅଶୋଧିତ ତୈଳ କ୍ରୟ ଉପରେ…

ବୈଠକରେ ଜିଲାପାଳଙ୍କ ବଡ଼ ସୂଚନା: ଜୁନ ୧ ତାରିଖଠୁ ଆରମ୍ଭ ହେବ…

ଛତ୍ରପୁର ,୧୮।୫(ଦିଲ୍ଲୀପ ସାମଲ) : ଛତ୍ରପୁରରେ ମେ’ ୪ ତାରିଖ ଠାରୁ ଚାଲିଛି ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା । ଏହାକୁ ଆହୁରୀ ଆକର୍ଷଣ…

ବିଦ୍ୟାଳୟରୁ ରାଶନ ଚୋରି କରୁଥିଲେ ପ୍ରଧାନଶିକ୍ଷକ, ସଭାପତି: ହଠାତ୍‌ ପହଞ୍ଚିଗଲେ ଗ୍ରାମବାସୀ, ଆଉ ତା’ପରେ…

ବୁଗୁଡ଼ା, ୧୮।୫(କାଳିଚରଣ ଦାଶ ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କରସିଙ୍ଗି ଗ୍ରାମର ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଚୋରି କରୁଥିବାବେଳେ ପ୍ରଧାନଶିକ୍ଷକ , ସଭାପତିଙ୍କୁ ମାଡ଼ିବସିଲେ ଗ୍ରାମବାସୀ।…

ବ୍ଳକ ପ୍ରଶାସନ ବିରୋଧରେ ସରପଞ୍ଚ ସଂଘର ରଣ ହୁଙ୍କାର: ଆନ୍ଦୋଳନ ପାଇଁ ଦେଲେ ଚେତାବନୀ, ବିଧାୟକ,ଏମ୍‌ପିଙ୍କୁ..

ଦିଗପହଣ୍ଡି,୧୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା -ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ଅବସ୍ଥାପିତ ପ୍ରଶାସନିକ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ, ଜିଲା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri