Posted inଜାତୀୟ

କେନ୍ଦ୍ର, ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ସମାଲୋଚନା :ନର୍କଠୁ ବଳିଛି ଦିଲ୍ଲୀ ପ୍ରଦୂଷଣ

ନୂଆଦିଲ୍ଲୀ, ୨୬ା୧୧ : ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁ ଓ ଜଳ ପ୍ରଦୂଷଣ ଭୟଙ୍କର ରୂପ ଧାରଣ କରିଛି। ପରିସ୍ଥିତି ଏମିତି ହୋଇଛି ଯେ, ସାଧାରଣ ଜୀବନଯାପନ ଦୁର୍ବିଷହ ହୋଇପଡ଼ିଛି। ନର୍କଠାରୁ ବି ଏହା ତଦ୍ରୂପ। ଏହାର ସୁଧାର ଲାଗି କେନ୍ଦ୍ର କି ରାଜ୍ୟ ସରକାର ସେଭଳି କୌଣସି ପଦକ୍ଷେପ ଗ୍ରହଣ ନ କରିବା ପରିତାପର ବିଷୟ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ସାଧାରଣ ମଣିଷଙ୍କ ଜୀବନ ସହ ଖେଳ ଖେଳାଯାଉଛି। ପରସ୍ପର ବାକ୍‌ଯୁଦ୍ଧ ବନ୍ଦକରି ଏହାର ନିରାକରଣ ଦିଗରେ ଉଭୟ ସରକାର ପଦକ୍ଷେପ ନେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରି ଗାଦିରେ ରହିବାର କୌଣସି ଅଧିକାର ଏ ସରକାରର ନାହିଁ ବୋଲି ସୁପ୍ରିମକୋର୍ଟ ଭର୍ସନା କରି କହିଛନ୍ତି।
ଜଷ୍ଟିସ ଅରୁଣ ମିଶ୍ର ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ପଡ଼ୋଶୀ ରାଜ୍ୟଗୁଡ଼ିକରେ ନଡ଼ା ପୋଡ଼ି ଯୋଗୁ ଦିଲ୍ଲୀ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବା କହିଥିଲେ। ସେହିଭଳି ଦିଲ୍ଲୀର ପାଣି ନିରାପଦ ନୁହେଁ, ଏନେଇ ବ୍ୟୁରୋ ଅଫ୍‌ ଇଣ୍ଡିଆ ଷ୍ଟାଣ୍ଡାର୍ଡର ରିପୋର୍ଟରୁ ସ୍ପଷ୍ଟ। ତୁରନ୍ତ ଦିଲ୍ଲୀର ଏଏପି ସରକାର ଓ କେନ୍ଦ୍ର ସରକାର ଏହାର ନିରାକରଣ ଲାଗି ପଦକ୍ଷେପ ଗ୍ରହଣକରି ବିସ୍ତୃତ ରିପୋର୍ଟ ପ୍ରଦାନକରିବାକୁ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଲୋକମାନଙ୍କୁ ଗ୍ୟାସ ଚାମ୍ବରରେ ରହିବାକୁ ବାଧ୍ୟ କରାଯାଉଛି। ପ୍ରତି ମୁହୂର୍ତ୍ତରେ ସେମାନଙ୍କୁ ମରିବାକୁ ପଡ଼ୁଛି। ଏହାଠାରୁ ଭଲହେବ ବିସ୍ଫୋରକ ଆଣି ଏକାଥରକେ ଶେଷ କରିଦେବା ବୋଲି କୋର୍ଟ ପ୍ରକାଶ କରିଛନ୍ତି। ହରିୟାଣା ଓ ପଞ୍ଜାବରେ ନଡ଼ାପୋଡ଼ି ପୁଣି ଦିଲ୍ଲୀ ପରିବେଶକୁ ଭୟଙ୍କର କରିବାରେ ଲାଗିଛି। ଉତ୍ତରପ୍ରଦେଶ ସ୍ଥିତି ମଧ୍ୟ ଏକାଭଳି। ଏନେଇ ବାରମ୍ବାର ଅଭିଯୋଗ ଆସୁଛି। ସମ୍ପୃକ୍ତ ରାଜ୍ୟର ମୁଖ୍ୟ ସଚିବମାନେ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ରାଜ୍ୟଗୁଡ଼ିକ ବାୟୁର ମାନ ସହ ପ୍ରଦୂଷଣ ରୋକିବା ଲାଗି କି କି ପଦକ୍ଷେପ ଗ୍ରହଣ କରାଯାଇଛି, ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ସରକାରଙ୍କୁ ମଧ୍ୟ ନୋଟିସ ଜାରି କରାଯାଇ ପରିସ୍ଥିତି ସୁଧାରିବା ଲାଗି ପଦକ୍ଷେପ ନେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଏପି ବିଧାୟକ ଅମାନତୁଲ୍ଲାଙ୍କୁ ବଡ ଆଶ୍ୱସ୍ତି, ମିଳିଲା ଜାମିନ

ନୂଆଦିଲ୍ଲୀ,୨୭।୪: ଶନିବାର (ଏପ୍ରିଲ ୨୭ରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ...

ନୈନିତାଲ ଜଙ୍ଗଲରେ ଲାଗିଲା ନିଆଁ, ଜନବସତି ପାଇଁ ବିପଦ

ଡେରାଡୁନ,୨୭।୪: ସାରା ବିଶ୍ୱରେ ଉତ୍ତାପ ଦିନକୁ ଦିନ ବଢିବା ସହିତ ସହିତ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଯିବା ଖବର ସମସ୍ତଙ୍କୁ ଚିନ୍ତାରେ ପକାଇ...

ବର୍ଷିଲେ ଦିଲ୍ଲୀ ହାଇକୋର୍ଟ, କେତେ କ୍ଷମତା ପାଇଲେ ଖୁସି ହେବେ କେଜରିଓ୍ବାଲ?

ନୂଆଦିଲ୍ଲୀ,୨୭।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବେ ତିହାର ଜେଲ୍‌ରେ କାରାଦଣ୍ଡ ଭୋଗୁଛନ୍ତି। ଏନେଇ ଆମ ଆଦମୀ ପାର୍ଟି ବାରମ୍ବାର ଜୋର ଦେଉଥିବାବେଳେ ଶନିବାର ଦିଲ୍ଲୀ...

ଦେଶର ୪ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୨୭।୪: ଦେଶର ଚାରୋଟି ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଛି। ଇ-ମେଲ ମାଧ୍ୟମରେ ଦାବି କରାଯାଇଛି ଯେ କୋଲକାତା ବିମାନବନ୍ଦର ସମେତ ଦେଶର ଚାରୋଟି...

ଟିଏମସିକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରାଯାଉ: ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୭।୪: ସନ୍ଦେଶଖାଲି ପ୍ରସଙ୍ଗରେ ଭାଜପା କ୍ରମାଗତ ଭାବେ ତ୍ରୁଣମୂଳ କଂଗ୍ରେସ(ଟିଏମସି) ଉପରେ ଆକ୍ରମଣ କରୁଛି। ସନ୍ଦେଶଖାଲି ହିଂସା ଏବଂ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ମାମଲା...

ପୁଣି ଲାଲ ସାଗରରେ ତାଣ୍ଡବ କଲେ ହୁତି ବିଦ୍ରୋହୀ! ଭାରତ ଆସୁଥିବା ତେଲ ଟ୍ୟାଙ୍କର ଉପରକୁ ମିଶାଇଲ ମାଡ

ନୂଆଦିଲ୍ଲୀ,୨୭।୪: ହୁତି ବିଦ୍ରୋହୀମାନେ ପୁଣି ଥରେ ଲୋହିତ ସାଗରରେ ଏକ ତାଣ୍ଡବ ସୃଷ୍ଟି କରିଛନ୍ତି। ୟେମେନର ହୁତି ବିଦ୍ରୋହୀ ସଂଗଠନ ଶନିବାର କହିଛି ଯେ ସେମାନଙ୍କର...

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri