କିଡ୍‌ନୀ ଖରାପ ଥିଲେ ଦେଖାଦିଏ ଏସବୁ ଲକ୍ଷଣ

ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ ଲୋକେ ନାନା ରୋଗର ଶିକାର ହେଉଛନ୍ତି। ବିଶେଷ କରି କିଡ୍‌ନୀ ସମସ୍ୟା ଏବେ ଚିନ୍ତାର କାରଣ ହୋଇଛି। ତେବେ କିଡ୍‌ନୀ ଖରାପ ହେବା ପୂର୍ବରୁ କିଛି ଲକ୍ଷଣ ଦେଖା ଦେଇଥାଏ। ଯଥାଶୀଘ୍ର ଏହାକୁ ଚିହ୍ନଟ କରିପାରିଲେ ଏଥିରୁ ମୁକ୍ତି ମିଳିବ। ଆସନ୍ତୁ ଜାଣିବା କିଡ୍‌ନୀ ଖରାପ ହେବା ପୂର୍ବରୁ କେଉଁ ସବୁ ଲକ୍ଷଣ ଦେଖାଦେଇଥାଏ।

ପରିସ୍ରାରେ ଅନିୟମିତତା : ଏକ ରିପୋର୍ଟରୁ ପ୍ରକାଶ ଯେ, ବାରମ୍ବାର ପରିସ୍ରା ଲାଗିଲେ କିମ୍ବା କମ୍‌ ପରିସ୍ରା ହେଉଥିଲେ କିଡ୍‌ନୀ ଖରାପର ସୂଚନା ଦେଇଥାଏ। ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ହଠାତ୍‌ ଶରୀରର ଓଜନ ବୃଦ୍ଧି ହେବା : କିଡ୍‌ନୀ ଖରାପ ଥିଲେ ହଠାତ୍‌ ଶରୀରର ଓଜନ ବୃଦ୍ଧି ଘଟିବା ସହ ଏବଂ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ଫୁଲିଯାଇଥାଏ। ଏପରି ହେଉଥିଲେ ଆଦୌ ଅଣଦେଖା କରନ୍ତୁ ନାହିଁ।

ପରିସ୍ରାରେ ରକ୍ତ ପଡ଼ିବା : ପରିସ୍ରାରେ ନିୟମିତ ଭାବେ ରକ୍ତ ପଡ଼ିଲେ ଏହା କିଡ୍‌ନୀ ଖରାପ ବୋଲି ସୂଚାଇଥାଏ। ଏଥିପ୍ରତି ଅବହେଳା କରନ୍ତୁ ନାହିଁ।

ମୁଣ୍ଡ ବୁଲାଇବା : କିଡ୍‌ନୀରେ ସମସ୍ୟା ଥିଲେ ମୁଣ୍ଡ ବୁଲାଇବା ସହ ଥକ୍କା ଲାଗିଥାଏ।

ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ : କିଡ୍‌ନୀ ଖରାପ ଥିଲେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ। ଏସବୁ ଲକ୍ଷଣ ଦେଖାଦେଲେ ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଦାନ୍ତବିନ୍ଧା ତାଲିକାରେ ଯୋଡ଼ା ହେଲା ଆଉ ଏକ କାରଣ…

ସାଧାରଣତଃ ଥଣ୍ଡାଜନିତ ସମସ୍ୟା କିମ୍ବା ଦାନ୍ତ ମୂଳରେ ସଂକ୍ରମଣ ହେଲେ ଦାନ୍ତ ବିନ୍ଧିଥାଏ। ତେବେ ଏହି ତାଲିକାରେ ଏବେ ଆଉ ଏକ କାରଣକୁ ଯୋଡ଼ାଯାଇଛି। ଦାନ୍ତ ବିନ୍ଧା…

ବିଡିଓଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ, ଦାବିପତ୍ର ପ୍ରଦାନ କରି…

କର୍ଲାମୁଣ୍ଡା:୧୩।୭,(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ଗ୍ରାମ ପଞ୍ଚାୟତ ସିଲେଟପଡ଼ା ଗ୍ରାମରେ, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଗାଁର ଜନୈକ ବ୍ୟକ୍ତି…

କୂଅରୁ ମିଳିଲା ଯୁବକଙ୍କ ମୃତଦେହ: ଗାଁରେ ପଡିଛି ଚହଳ…

ଦିଗପହଣ୍ଡି,୧୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗାଁ ମା’ ମାଣିକେଶରୀ ମନ୍ଦିର ନିକଟ ଶ୍ରୀ ମଦନ ମୋହନ ମନ୍ଦିର ପରିସରରେ ଥିବା କୂଅରୁ…

ଦୋକାନରେ ପିଉଥିଲେ ଚା’, ମୁଣ୍ଡରେ ପଡିଲା ଗଛ ଡ଼ାଳ, ତା’ପରେ…

ଦିଗପହଣ୍ଡି,୧୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ସୋମବାର ଭୋରରେ ଏକ ଅଭାବନୀୟ ଘଟଣା ଘଟିଛି। ଆଡ଼ପଡ଼ା ଗ୍ରାମରେ ରହୁଥିବା…

ଆନ୍ଧ୍ରରେ କରୋନା ମୃତ୍ୟୁ, ଓଡ଼ିଶା ସୀମାରେ ହାଇଆଲର୍ଟ

ଭୁବନେଶ୍ୱର,୧୩।୭: ଆନ୍ଧ୍ରପ୍ରଦେଶରେ COVID-19ରେ ଆକ୍ରାନ୍ତ ହୋଇ ୨ଜଣ ରୋଗୀଙ୍କ ମୃତ୍ୟୁ ଘଟିବା ପରେ ଓଡ଼ିଶା ସୀମାରେ ହାଇଆଲର୍ଟ ଜାରି କରାଯାଇଛି। ଏପରକି ଆନ୍ଧ୍ର ସୀମାନ୍ତ ଜିଲାର CDMOମାନଙ୍କୁ…

ପ୍ଲୁଟୋକୁ ନେଇ ବିବାଦ

ପ୍ଲୁଟୋ ହେଉଛି ସୌରଜଗତର ପାଞ୍ଚଟି ବାମନ ଗ୍ରହ ମଧ୍ୟରୁ ଗୋଟିଏ। ବାସ୍ତବରେ ଆମେରିକୀୟ ଜ୍ୟୋତିର୍ବିଦ କ୍ଲାଇଡ୍‌ ଟମ୍‌ବାଓ ଏହାକୁ ୧୯୩୦ ମସିହାରେ ଆବିଷ୍କାର କରିଥିଲେ। ତା’ପରେ ଏହା…

‘ଜେଣ୍ଟଲ ମ୍ୟାନ’ ଲୁକରେ ବୈଭବ ସୂର୍ଯ୍ୟବଂଶୀ, ଯୁବରାଜ ସିଂହଙ୍କୁ ଭେଟିବା ସହ ଫଟୋ ଶେୟାର କରି ଲେଖିଲେ…

ନୂଆଦିଲ୍ଲୀ,୧୩।୭: ୧୫ ବର୍ଷୀୟ ଭାରତୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ରବିବାର ଏକ ସ୍ବତନ୍ତ୍ର ଦିନ ଥିଲା। ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ ଶେଷ ହେବା ପରେ,…

ସମ୍ବଲପୁର କୋର୍ଟକୁ ତୃତୀୟ ଥର ପାଇଁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଓକିଲଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ସମ୍ବଲପୁର,୧୩।୭(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କୋର୍ଟକୁ ପୁଣି ଥରେ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ତୃତୀୟ ଥର ପାଇଁ ଏଭଳି ଧମକପୂର୍ଣ୍ଣ ମେଲ ଆସିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri