କାହାଣୀର ସଠିକ ଉପସ୍ଥାପନା ଉପରେ ଗୁରୁତ୍ୱ ଦିଏ

ନିର୍ଦ୍ଦେଶନା ଏକ ଗୁରୁ ଦାୟିତ୍ୱ। ପୁଣି ମଞ୍ଚରେ ତ କଟ୍‌ ଓକେ ନାହିଁ। ଲାଇଭ ଆକ୍ଟିଂ। ତେଣୁ ଅଭିନୟ କିପରି ଜୀବନ୍ତ ହେବ, କାହାଣୀରେ ଯାହା ଦର୍ଶାଯାଇଛି ତାହା କିପରି ସଠିକ ଭାବରେ କଳାକାରଙ୍କ ଦ୍ୱାରା ପରିବେଷିତ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଏ। କାରଣ କାହାଣୀଟିକୁ ଯଦି ମଞ୍ଚ ଉପରେ ସଠିକ ଭାବରେ ଉପସ୍ଥାପନା କରାଯାଇ ନ ପାରିଲା ତେବେ ପରିଶ୍ରମ କିଛି ମୂଲ୍ୟ ରହି ନ ଥାଏ। ତେଣୁ ନିର୍ଦ୍ଦେଶନା ଦେବା ସମୟରେ ତାହା ଉପରେ ମୁଁ ସବୁବେଳେ ଗୁରୁତ୍ୱ ଦିଏ ବୋଲି କହନ୍ତି ନିର୍ଦ୍ଦେଶକ ଶାରଦା ରଣା। ନାଟ୍ୟକାର ତଥା ନିର୍ଦ୍ଦେଶକ ସନ୍ତୋଷ ନାରାୟଣଙ୍କ ସହ ବେଶ୍‌ କିଛି ବର୍ଷ ସହ ନିର୍ଦ୍ଦେଶକ ଭାବରେ କାମ କରିବା ପରେ ସନ୍ତୋଷଙ୍କ ରଚିତ ତଥା ଅନ୍ୟତମ ଆଗଧାଡିର ଅପେରାପାର୍ଟି ଇନ୍ଦ୍ରଭୁବନ ପରିବେଷିତ (୨୦୧୮-୧୯) ନାଟକ ‘ଭାଇ ଭଉଣୀର ନୂଆ କାହାଣୀ’ରୁ ସୋଲୋ ନିର୍ଦ୍ଦେଶକ ସାଜିଥିଲେ ସେ। ସେ ନିର୍ଦ୍ଦେଶନ ଦେଇଥିବା ନାଟକ ଗୁଡିକ ମଧ୍ୟରେ ରହିଛି-ଚାଲୁଛି ଅଳପ ଝୁଣ୍ଟୁଛି ବେଶି (ଇନ୍ଦ୍ରଭୁବନ), ପୁଣି ଫେରିଛି ତଅପୋଇ (ଇଷ୍ଟର୍ନ ବ୍ଳୁ), ଚଳିତ ଯାତ୍ରା ସିଜନରେ ପରିବେଷିତ ‘ମାଣିକକୁ କିଏ ମାଇଲା ମାଡ’ ଏବଂ ‘ଓଠରେ ହସ ଲୁହରେ ଶେଷ’ (ଇନ୍ଦ୍ରଭୁବନ)। ‘ମୋତେ ନିର୍ଦ୍ଦେଶକ ଭାବରେ ଠିଆ ହେବାକୁ ସନ୍ତୋଷ ନାରାୟଣ, ମନୋଜ ନାୟକ, ନିଗମ ମିଶ୍ର, ମଳୟ ମିଶ୍ର, ବିକାଶ ଶୁକ୍ଳା ଏବଂ ଅରୁଣ ମନ୍ତ୍ରୀ ପ୍ରେରଣାକୁ ମୁଁ କଦାପି ଭୁଲିପାରବି ନାହିଁ ବୋଲି କହନ୍ତି ଶାରଦା।


Enter your email to get our daily news in your inbox.

All Right Reserved By Dharitri.Com

ବାପା ମାଛ ଧରାଳି, ପୁଅ ପାଇଲେ OAS: ବିନା କୋଚିଙ୍ଗ୍‌ରେ ମୋବାଇଲରୁ ପଢି ପାଇଲେ ସଫଳତା

ସୋରଡା,୨୭।୫( ରଜନି ମହାପାତ୍ର ): ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ଆୟୋଜିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୪-୨୫ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ସୋରଡା…

ମନ୍ତ୍ରୀଙ୍କ ଛାତି ଧଡ଼ପଡ଼: କାହାର ଯିବ ପଦ କିଏ ଯୋଡ଼ା ହେବେ ନୂଆ

ଭୁବନେଶ୍ୱର,୨୭।୫ ଓଡ଼ିଶାରେ ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଏହାକୁ ନେଇ ମନ୍ତ୍ରୀ ଓ ବିଧାୟକମାନଙ୍କ ମଧ୍ୟରେ ଉତ୍ସୁକତା…

ପୁଣି ଦେବାଶିଷ ଯିବେ ରାଜ୍ୟ ସଭା ନା ଆଉ କିଏ? ବଡ଼ ଇସାରା ଦେଲେ ସୁରେଶ ପୂଜାରୀ, କହିଲେ ଯିଏ ଇସ୍ତଫା ଦେଇ…

ଭୁବନେଶ୍ୱର,୨୭।୫: ଓଡ଼ିଶାରେ ରାଜ୍ୟ ସଭା ଉପନିର୍ବାଚନ ପାଇଁ ECI ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ଦେବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଖାଲି…

ଆମ୍ବ ଗୋଟାଇବାକୁ ଯାଇଥିଲେ ଗୁରୁବାରୀ: ଆକ୍ରମଣ କଲା ହାତୀ: ଆଉ ତା’ପରେ…

ତିଗିରିଆ,୨୭।୫(ଜାଫର ଖାଁ): କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ଭୋଗଡା ପଞ୍ଚାୟତ ବଡଭେଜିଆ ଆମ୍ବ ତୋଟାରୁ ବୁଧବାର ସକାଳେ ଆମ୍ବ ଗୋଟାଇବା ପାଇଁ ଯାଇଥିବା ଗୋକର୍ଣ୍ଣଖାଲ ଗ୍ରାମର…

ବେଙ୍ଗଲରେ ୫ ଟଙ୍କାରେ ମିଳିବ ମାଛ-ଭାତ; ଜାଣନ୍ତୁ ଦେଶର କେଉଁ ରାଜ୍ୟରେ ମିଳେ ସବୁଠୁ ଶସ୍ତା ସରକାରୀ ଥାଳି?

କୋଲକାତା,୨୭।୫: ପଶ୍ଚିମବଙ୍ଗ ସରକାର ସାଧାରଣ ଏବଂ ଗରିବ ଲୋକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ସରକାରୀ ସହାୟତା ପ୍ରାପ୍ତ ସ୍ୱତନ୍ତ୍ର କ୍ୟାଣ୍ଟିନଗୁ ବର୍ତ୍ତମାନ ମାତ୍ର…

ଭାରସାମ୍ୟ ହରାଇ ଗଛରେ ପିଟିଲା ଉପଜିଲାପାଳଙ୍କ ଗାଡ଼ି, ଯୋରଦାର ଝଟକାରେ ମଝିରୁ ଭାଙ୍ଗିଲା ଗଛ

ବାଙ୍କୀ,୨୭।୬( ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ଭଗିପୁର ଅଞ୍ଚଳରେ ବାଙ୍କୀ ଉପଜିଲାପାଳଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଉପଜିଲାପାଳଙ୍କ ଗାଡ଼ି ହଠାତ୍‌ ଭାରସାମ୍ୟ…

ଏଟିଏମରୁ ଉଠାଇପାରିଲେନି ୪୦୦ଟଙ୍କା, SBI କୁ ଦେବାକୁ ପଡିଲା ୫୮,୭୦୦ ଟଙ୍କାର ଜରିମାନା, ଘଟଣା ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୨୭।୫: ମାତ୍ର ୪୦୦ ଟଙ୍କାର ଏକ ବିବାଦ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ପାଇଁ ବଡ଼ ଅସୁବିଧା ସୃଷ୍ଟି କରିଛି। ଗ୍ରାହକଙ୍କ ଅଭିଯୋଗକୁ ବର୍ଷ ବର୍ଷ…

ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି:ଏହି ଦିନ ହେବ ଭୋଟିଂ

ଭୁବନେଶ୍ୱର,୨୭।୫: ଓଡ଼ିଶାରେ ରାଜ୍ୟ ସଭା ରାଜ୍ୟ ସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେଡି ଛାଡ଼ି ଭାଜପାରେ ଦେଇଥିବା ଦେବାଶିଷ ସାମନ୍ତରାୟ ଇସ୍ତଫା ଦେବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri