କାଶ ସମସ୍ୟା ଦୂର କରେ ଡାର୍କ ଚକୋଲେଟ୍‌

କାଶ ଏକ ସାଧାରଣ ସମସ୍ୟା। ଅନେକ ସମୟରେ କାଶ ସମସ୍ୟା ଏଭଳି ବଢ଼ିଯାଏ ଯେ, ନିଃଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭୂତ ହୁଏ। ଏଥିପାଇଁ କେହି କେହି ଘରୋଇ ଉପଚାର ନଚେତ୍‌ ଡାକ୍ତରୀ ପରାମର୍ଶ ଦ୍ୱାରା ଔଷଧ ସେବନ କରିଥାନ୍ତି। କିନ୍ତୁ ଜାଣନ୍ତି, କାଶ ସମ୍ଯଯାରୁ ରକ୍ଷା ପାଇବାର ସବୁଠୁ ସହଜ ଉପାୟ ହେଉଛି ଚକୋଲେଟ୍‌ ସେବନ। ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। ଯଦି ଅତ୍ୟଧିକ କାଶ ଜନିତ ଯନ୍ତ୍ରଣାରେ ପୀଡ଼ିତ ଥାନ୍ତି, ତେବେ ଡାର୍କ ଚକୋଲେଟ୍‌ ସେବନ ଦ୍ୱାରା ଏଥିରୁ ଉପଶମ ପାଇପାରିବେ। ୟୁନିଭର୍ସିଟି ଅଫ୍‌ ହଲେର କାର୍ଡିଓଭାସ୍କ୍ୟୁଲାର୍‌ ଏବଂ ରେସ୍ପିରେଟରୀ ବିଭାଗର ପ୍ରମୁଖ ପ୍ରଫେସର୍‌ ଏଲିନ୍‌ ମୋରିସ୍‌ଙ୍କ ଅନୁସାରେ, କାଶ ହେବା ବେଳେ ଡାର୍କ ଚକୋଲେଟ୍‌ର ସେବନ ଔଷଧଠାରୁ ଅଧିକ ଫାଇଦା ଦେଇଥାଏ। ଗବେଷଣାରେ ସାମିଲ ବିଶେଷଜ୍ଞଙ୍କ ଅନୁସାରେ, ଚକୋଲେଟ୍‌ରେ ମହଜୁଦ୍‌ କୋକୋଆ କାଶ ସମସ୍ୟାକୁ ଦୁଇ ଦିନ ମଧ୍ୟରେ ଠିକ୍‌ କରି ଦେଇଥାଏ। କିନ୍ତୁ ଔଷଧ ଦ୍ୱାରା ଏହାକୁ ଠିକ୍‌ ହେବା ପାଇଁ ସାଧାରଣ ଭାବେ ଦୁଇରୁ ଅଧିକ ଦିନ ଲାଗିଥାଏ। ଇମ୍ପେରିୟାଲ୍‌ କଲେଜ ଅଫ୍‌ ଲଣ୍ଡନ୍‌ରେ ହୋଇଥିବା ଅନ୍ୟ ଏକ ଗବେଷଣା ମୁତାବକ, କୋକୋଆରେ ଏକ ପ୍ରକାରର ଆଲ୍‌କାଲଏଡ୍‌ ଥାଏ, ଯାହା କାଶକୁ ତୁରନ୍ତ ଭଲ କରିବାରେ କୋଡିନ୍‌ଠାରୁ ବି କମ୍‌ ସମୟ ନେଇଥାଏ। କେଡିନ୍‌ ଏକ ଔଷଧ, ଯାହା କାଶ ପାଇଁ ବ୍ୟବହୃତ ସିରଫ୍‌ରେ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

GDP ଦେଖି ଖୁସିରେ ଗଦ୍‌ଗଦ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୩୧।୮: ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ଅର୍ଥନୀତିରେ ସକାରାତ୍ମକ ଉନ୍ନତି ଦେଖାଯାଇଛି। ଜିଡିପି ଅଭିବୃଦ୍ଧି ୭.୮% ରେକର୍ଡ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି…

ମୋଦିଙ୍କୁ ଏଭଳି କହିଦେଲେ ଛାତ୍ରୀଛାତ୍ର, ଭାବବିହ୍ୱଳ ହୋଇଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଜବେକିସ୍ତାନ ଗସ୍ତ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଜବେକିସ୍ତାନର ଛାତ୍ରୀଛାତ୍ରମାନେ ମୋଦିଙ୍କ ଦ୍ୱାରା ଲିଖିତ…

ନିଶାମୁକ୍ତ ସମାଜ, ସାଇବର ଠକେଇ ରୋକିବାକୁ ପୋଲିସର …

କେସିଙ୍ଗା, ୩୧ା୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ଉତ୍‌କେଲା ଫାଣ୍ଡି ଅଧୀନସ୍ଥ କିକିଆ ଗ୍ରାମରେ ନିଶାମୁକ୍ତ ଅଭିଯାନ ଓ ସାଇବର କ୍ରାଇମ୍‌…

ଏହି ୪ ରାଶିଙ୍କ ଉପରେ ଥାଏ ଭାଗ୍ୟର ଆଶୀର୍ବାଦ: କମ ପରିଶ୍ରମରେ ମିଳିଥାଏ ବଡ଼ ସଫଳତା

ଭୁବନେଶ୍ୱର: ଆପଣ ମଧ୍ୟ ଏପରି ଲୋକଙ୍କୁ ଦେଖିଥିବେ, ଯେଉଁମାନଙ୍କୁ ଜୀବନରେ ଅନେକ କିଛି ସହଜରେ ମିଳିଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶି ଜାତକଙ୍କ ଉପରେ ଗ୍ରହ…

ମୋଦି ସରକାରର ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡା: ପରସ୍ପର ଇସ୍ତଫା କଲେ ଦାବି: ପଛରେ ରହିଛି ଏମିତି କାରଣ

ନୂଆଦିଲ୍ଲୀ,୩୧।୮: ମୋଦି କ୍ୟାବିନେଟର ଦୁଇ ମନ୍ତ୍ରୀ ଜିତନ ରାମ ମାଞ୍ଝି ଏବଂ ଚିରାଗ ପାସୱାନଙ୍କ ମଧ୍ୟରେ ଝଗଡା ଚରମସୀମାରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ତିକ୍ତତା ଏପରି…

କଳା ଓ ସଙ୍ଗୀତରେ ଚମକିଲେ ଭାଇ-ଭଉଣୀ: ପ୍ରାଚୀଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ଗଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ବିବିଧ ଫାଉଣ୍ଡେଶନ୍‌ କଳା ଓ ସଂସ୍କୃତି ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ପାରଦର୍ଶିତା ଦେଖାଇଛନ୍ତି ଗଞ୍ଜାମ ସହରର ଭାଇ-ଭଉଣୀ। ପ୍ରାଚୀଙ୍କ ସଙ୍ଗୀତର ମୂର୍ଚ୍ଛନାରେ…

ଦିନେ ମୋଦି କରିଥିଲେ ପ୍ରଶଂସା, ଏବେ ଜୀବିକା ହରାଇବେ ଏହି ମହିଳା: କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ର ୧୩୭ତମ ଏପିସୋଡରେ ବେଙ୍ଗାଲୁରୁର ଜଣେ ରାସ୍ତା ବିକ୍ରେତା ଟି.ଏସ. ନିଙ୍ଗାମ୍ମାଙ୍କ କାହାଣୀ ଶେୟାର କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ…

ଭୁବନେଶ୍ୱର, ଝାରସୁଗୁଡ଼ା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌

ଢେଙ୍କାନାଳ,୩୧।୮(ରତନ ନାୟାର): ଭୁବନେଶ୍ୱର, ଝାରସୁଗୁଡା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌। ସୋମବାର ସ୍ଥାନୀୟ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଖାଦ୍ୟ, ଯୋଗାଣ ଓ ଖାଉଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri