କାର୍‌, ବାଇକ ଟାୟାରରେ ନାଇଟ୍ରୋଜେନ୍‌ ଭରିବା ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୯-୭: ସଡ଼କ ଦୁର୍ଘଟଣାକୁ ରୋକିବା ଲାଗି କେନ୍ଦ୍ର ସରକାର ଟାୟାର ଗୁଣବତ୍ତାରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହାବ୍ୟତୀତ ଟାୟାରରେ ନାଇଟ୍ରୋଜେନ ଗ୍ୟାସ୍‌ ଭର୍ତ୍ତି କରିବାକୁ ଆଗାମୀ ଦିନରେ ବାଧ୍ୟତାମୂଳକ କରାଯିିବ। ସରକାରଙ୍କ ପକ୍ଷରୁ ଜାରି ପରିସଂଖ୍ୟାନ ଅନୁଯାୟୀ ୨୦୧୫ରୁ ୨୦୧୭ ମଧ୍ୟରେ ଦେଶରେ ଦୈନିକ ସଡ଼କ ଦୁର୍ଘଟଣାରେ ୪୦୦ ଲୋକଙ୍କ ମୃତ୍ୟୁ ହେଉଛି। ଉତ୍ତର ପ୍ରଦେଶ ଓ ତାମିଲନାଡୁରେ ସର୍ବାଧିକ ସଡ଼କ ଦୁର୍ଘଟଣା ମୃତ୍ୟୁ ହେଉଛି ବୋଲି କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସୋମବାର ରାଜ୍ୟ ସଭାରେ ପ୍ରକାଶ କରିଛନ୍ତି।
ସଡ଼କ ଦୁର୍ଘଟଣା ଉପରେ ଲଗାମ ଲଗାଇବା ଉଦ୍ଦେଶ୍ୟରେ ସରକାର ଟାୟାର କ୍ୱାଲିଟିରେ ପରିବର୍ତ୍ତନ କରିବାର ଯୋଜନା ପ୍ରସ୍ତୁତ କରୁଛନ୍ତି। ତଦନୁଯାୟୀ, ସମସ୍ତ ଟାୟାର ନିର୍ମାତା ଆଗାମୀ ଦିନରେ ରବର ସହିତ ସିଲିକନ ମିଶାଇବାକୁ ଅନିବାର୍ଯ୍ୟ କରାଯିବ। ଇଣ୍ଟରନ୍ୟାଶନାଲ ଷ୍ଟାଣ୍ଡାର୍ଡ ଅନୁଯାୟୀ, ରବର ସହିତ ସିଲିକନ ମିଶାଇବା ସହ ଟାୟାରରେ ନାଇଟ୍ରୋଜେନ ଗ୍ୟାସ୍‌ ଭର୍ତ୍ତି କରିବା ଯୋଗୁ ଟାୟାର ଫାଟିବା କାରଣରୁ ସଡ଼କ ଦୁର୍ଘଟଣା ବହୁ ପରିମାଣରେ ହ୍ରାସ ପାଇଥାଏ। ସେ କହିଛନ୍ତି ଯେ, ନୋଏଡା-ଆଗ୍ରା ହାଇଓ୍ବେରେ ହୋଇଥିବା ଦୁର୍ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଉତ୍ତରପ୍ରଦେଶ ସରକାର ଏହାର ଯାଞ୍ଚ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଯମୁନା ଏକ୍ସପ୍ରେସଓ୍ବେକୁ ଉତ୍ତରପ୍ରଦେଶ ସରକାର ତିଆରି କରିଛନ୍ତି ଏବଂ ଏହାର ପରିଚାଳନା କରୁଛନ୍ତି। ଏଥିରେ କେନ୍ଦ୍ର ସରକାର ଓ ଜାତୀୟ ରାଜପଥ ପ୍ରାଧିକରଣର କୌଣସି ଭୂମିକା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri