ନୂଆଦିଲ୍ଲୀ,୩୦।୯:ସାରା ବିଶ୍ୱ ଏପରିକି ଭାରତରେ ମଧ୍ୟ ପ୍ରତିଦିନ ସଡ଼କ ଦୁର୍ଘଟଣାରେ ଶହ ଶହ ସଂଖ୍ୟାରେ ଲୋକ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ବିଶେଷକରି ସଡ଼କ ସୁରକ୍ଷା ନିୟମାବଳୀର ଅବମନାନା ସାଙ୍ଗକୁ ସବୁ ବର୍ଗର ଗାଡିରେ ଅତ୍ୟାଧୁନିକ ସୁବିଧା ନ ଥିବାରୁ ସଡ଼କ ଦୁର୍ଘଟଣାରେ ମଧ୍ୟ ଜୀବନ ଯାଉଛି। ଏପରିକି ଚାରିଚକିଆ (କାର୍) ଯାନ ଦୁର୍ଘଟଣାରେ ଉଭୟ ପକ୍ଷର ଜୀବନ ଯାଉଥିବା ବେଳେ ଅଧିକାଂଶ କାରରେ ସମସ୍ତ ଅତ୍ୟାଧୁନିକ ସୁବିଧା ଥାଇ ମଧ୍ୟ ଲୋକଙ୍କ ଜୀବନ ଯାଉଛି। ଏହାକୁ ନଜରରେ ରଖି ସରକାର ଏକ ବୈଷୟିକ କମିଟି ଜରିଆରେ ଉକ୍ତ ସମସ୍ୟା (କାର୍ ଦୁର୍ଘଟଣା) ସମ୍ପର୍କରେ ବିସ୍ତୃତ ସୂଚନା ଦେବାକୁ କୁହାଯାଇଥିଲା। ବିଶେଷଜ୍ଞ ଦଳର ସୂଚନା ଅନୁଯାୟୀ ଅଧିକାଂଶ ଦୁର୍ଘଟଣା କାର୍ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା (ଏୟାର ବ୍ୟାଗ୍) ର ତ୍ରୁଟି ବା ସଂଖ୍ୟା କମ୍ ଥିବାରୁ ଅଧିକ ସଂଖ୍ୟାରେ ମୃତ୍ୟୁବରଣ କରୁଛନ୍ତି। ଫଳରେ କେନ୍ଦ୍ର ସରକାର ଗତ ବର୍ଷ ଜୁଲାଇରେ ଘୋଷଣା କରିଥିଲେ ଯେ ୨୦୨୨ ଅକ୍ଟୋବର ୧ ରୁ ଭାରତୀୟ ବଜାରରେ ବିକ୍ରି ହେଉଥିବା କାର୍ଗୁଡିକରେ ୬ଟି ଏୟାରବ୍ୟାଗ୍ ବାଧ୍ୟତାମୂଳକ କରିବାକୁ କୁହାଯାଇଥିଲା। ହେଲେ କୋଭିଡ୍ କାରଣରୁ କେତେକ ସମସ୍ୟା ଓ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ସମସ୍ୟା ଯୋଗୁ ଉକ୍ତ (୬ଟି ଏୟାରବ୍ୟାଗ୍) ନିର୍ଦ୍ଦେଶକୁ ସ୍ଥଗିତ ରଖିବାକୁ ବିଭିନ୍ନ ସ୍ତରରୁ ପ୍ରସ୍ତାବ ଆସିଥିଲା। ଏପରିକି ଆଉ କିଛି ଦିନ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅଟୋଶିଳ୍ପ ପକ୍ଷରୁ ଅନୁରୋଧ ବା ପ୍ରସ୍ତାବ ଦିଆଯାଇଥିଲା। ଉକ୍ତ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣକରି ସରକାର ମଧ୍ୟ ସମୟ ବୃଦ୍ଧି କରିଛନ୍ତି। ଏ ନେଇ ଗୁରୁବାର କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, କାର୍ଗୁଡିକରେ ୬ଟି ଏୟାର ବ୍ୟାଗ୍ ବାଧ୍ୟତାମୂଳକ କରିବା ପ୍ରସ୍ତାବକୁ ସରକାର ଆଉ ୧ବର୍ଷ ଘୁଞ୍ଚାଇ ଦେଇଛନ୍ତି। ୨୦୨୩ ଅକ୍ଟୋବର ୧ରୁ କାର୍ରେ ୬ଟି ଏୟାରବ୍ୟାଗ୍ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏପରିକି ପୂର୍ବ ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ଅକ୍ଟୋବର ୧ ପରିବର୍ତ୍ତେ ୨୦୨୩ ଅକ୍ଟୋବର ୧ ପର୍ଯ୍ୟନ୍ତ ଉକ୍ତ ନିର୍ଦ୍ଦେଶାବଳୀକୁ ସରକାର ସ୍ଥଗିତ ରଖିଛନ୍ତି।
କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ
ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…
ଘୁଞ୍ଚିଲା ଆର୍ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…
ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…
ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ
ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…
ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ
ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…
ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ
ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…
ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ
କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…
ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ
ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…
ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ
ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…
Archives

