Posted inଜାତୀୟ

କଶ୍ମୀର ପ୍ରସଙ୍ଗରେ ମୋଦି-ଟ୍ରମ୍ପ ଆଲୋଚନା :‘ତୃତୀୟ ପକ୍ଷକୁ କଷ୍ଟ ଦେବାକୁ ଚାହୁଁନୁ’

ନୂଆଦିଲ୍ଲୀ/ବାଇରିଜ୍‌, ୨୭ା୮(ପି.ଟି.): କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋକ୍‌ଠୋକ୍‌ ମନା କରିଛନ୍ତି। ଏହା ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ଓ ଆଲୋଚନା ମାଧ୍ୟମରେ ରହିଥିବା ସମସ୍ୟାଗୁଡ଼ିକର ସମାଧାନ କରାଯାଇପାରିବ ବୋଲି ସେ ପ୍ରକାଶ କରିଛନ୍ତି। ଫ୍ରାନ୍ସର ବାଇରିଜ୍‌ଠାରେ ଜି-୭ ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମୋଦିଙ୍କ ମଧ୍ୟରେ ଦୀର୍ଘ ୪୫ ମିନିଟ ଧରି ଏନେଇ ବିସ୍ତୃତ ଆଲୋଚନା ହୋଇଥିଲା। କଶ୍ମୀର ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ଓ ଏନେଇ ତୃତୀୟ ପକ୍ଷଙ୍କୁ ବ୍ୟସ୍ତ କରି ଆମେ କଷ୍ଟ ଦେବାକୁ ଚାହୁଁନାହୁଁ ବୋଲି ମୋଦି କହିଛନ୍ତି। ୧୯୪୭ ପୂର୍ବରୁ ଭାରତ ଓ ପାକିସ୍ତାନ ଏକାଠି ଥିଲେ। ତେଣୁ ଯେକୌଣସି ସମସ୍ୟାର ସମାଧାନ ଆମେ ଆପୋଷ ଆଲୋଚନା ଦ୍ୱାରା କରିପାରିବୁ ବୋଲି ମୋଦି କହିଥିଲେ। ମୋଦିଙ୍କ କଥାକୁ ଦୃହୟଙ୍ଗମ କରିବା ସହ ଟ୍ରମ୍ପ କଶ୍ମୀର ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି ସ୍ବୀକାର କରିଛନ୍ତି। ଏହାକୁ ଭାରତର କୂଟନୈତିକ ବିଜୟ ବୋଲି କୁହାଯାଉଛି।
ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଆଲୋଚନା ପରେ ଗଣମାଧ୍ୟମକୁ ସମ୍ବୋଧନ କରି ମୋଦି ସମାନ କଥା କହିଥିଲେ। ଭାରତ ଓ ପାକିସ୍ତାନ ମଧ୍ୟରେ ଅନେକ ପ୍ରସଙ୍ଗ ରହିଛି ଓ ଏଗୁଡ଼ିକ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇ ପାରିବ। ଏଥିରେ କୌଣସି ତୃତୀୟ ପକ୍ଷ କଷ୍ଟ କରିବାର ଆବଶ୍ୟକତା ନାହିଁ ବୋଲି ଟ୍ରମ୍ପଙ୍କ ସମ୍ମୁଖରେ ମିଡିଆକୁ ସମ୍ବୋଧନ କରି ମୋଦି କହିଛନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଇମ୍ରାନ୍‌ ଖାନ୍‌ଙ୍କୁ ଗରିବୀ, ରୋଗ ଓ ନିରକ୍ଷରତା ବିରୋଧରେ ଏକାଠି ଲଢେଇ କରି ଲୋକଙ୍କ ବିକାଶକୁ ଗୁରୁତ୍ୱ ଦେବାକୁ କହିଥିଲି ବୋଲି ମୋଦି ପ୍ରକାଶ କରିଛନ୍ତି। ଦୁଇ ରାଷ୍ଟ୍ର ମଧ୍ୟରେ ରହିଥିବା ସମସ୍ୟାର ଆପୋଷ ସମାଧାନ ଉପରେ ଗୁରୁତ୍ୱ ଦେଇଆସିଛୁ। ଟ୍ରମ୍ପ ମଧ୍ୟ ମୋଦିଙ୍କ କଥାକୁ ସମର୍ଥନ କରି ସମସ୍ୟାର ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ ବୋଲି କହିଛନ୍ତି। କଶ୍ମୀର ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ମୋଦି କହିସାରିଛନ୍ତି। ଅପରପକ୍ଷରେ ଇମ୍ରାନ୍‌ ଓ ମୋଦିଙ୍କ ସହ ମୋର ଉତ୍ତମ ସମ୍ପର୍କ ରହିଆସିଛି, ସେମାନେ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିପାରିବେ ବୋଲି ଆଶା ରଖିଥିବା ଟ୍ରମ୍ପ କହିଛନ୍ତି। ଟ୍ରମ୍ପଙ୍କ ସହ ଆଲୋଚନାରେ ବାଣିଜ୍ୟ, ପ୍ରତିରକ୍ଷା ଭଳି ଅନେକ ପ୍ରସଙ୍ଗ ଉପରେ ମୋଦି ଆଲୋଚନା କରିଥିବା ଜଣାପଡ଼ିଛି।
ଅଗଷ୍ଟ ୫ରେ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ସହ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରାଯିବାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଅନ୍ତର୍ଜାତୀୟ ସମୁଦାୟକୁ ଭାରତ ଏହା ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହିଆସୁଥିବାବେଳେ ପାକିସ୍ତାନ କିନ୍ତୁ ଏହାକୁ ବିରୋଧ କରି ଜାତିସଂଘ ସୁରକ୍ଷା ପରିଷଦରେ ପହଞ୍ଚିଥିଲା। ଶେଷରେ ଜାତିସଂଘ ସୁରକ୍ଷା ପରିଷଦରୁ ପାକିସ୍ତାନ ନିରାଶ ହୋଇଥିଲା। ଏବେ ଆମେରିକା ଭାରତକୁ ସମର୍ଥନ କରି କଶ୍ମୀର ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି ସ୍ବୀକାର କରିଛି। ପ୍ରକାଶଥାଉ କି, ପୂର୍ବରୁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ଲାଗି ଟ୍ରମ୍ପ ଏକାଧିକ ବାର ମନ ବଳାଇଥିଲେ। ଭାରତ ମଧ୍ୟ ତାଙ୍କ ଏଭଳି ପ୍ରୟାସକୁ ତୀବ୍ର ସମାଲୋଚନା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

‘ଦେଶର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ?’ ଅଭିଜିତ ଦୀପକେଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ, ସେତେବେଳେ ସେ ପଣ୍ଡିତ…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ଧୋକା ଦେଲେ ସରକାର! ପୁଣି ବଡ଼ ଆନ୍ଦୋଳନ ଘୋଷଣା କଲା CJP: ଏଇଠୁ ହେବ ଆରମ୍ଭ

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ରାଷ୍ଟ୍ରବ୍ୟାପୀ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦଳ ଭାରତ ସରକାରଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri