କର୍ମଚାରୀଙ୍କୁ ଜୁନର ବେତନ ଦେଇପାରିବନି ବିଏସ୍‌ଏନ୍‌ଏଲ

ନୂଆଦିଲ୍ଲୀ,୨୫-୬: ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) କେନ୍ଦ୍ର ସରକାରଙ୍କୁ ଜରୁରୀ ପତ୍ର ପଠାଇ କମ୍ପାନୀର ଅପରେଶନ ଜାରି ରଖିବାକୁ ଅସମର୍ଥ ବୋଲି ଜଣାଇଛି। କର୍ମଚାରୀଙ୍କୁ ଜୁନର ଦରମା ଦେବାକୁ କମ୍ପାନୀ ନିଜର ଅକ୍ଷମତା ପ୍ରକାଶ କରିଛି। ଦରମା ବାବଦରେ ଆବଶ୍ୟକ ହେଉଥିବା ୮୫୦ କୋଟି ଟଙ୍କା କମ୍ପାନୀ ନିକଟରେ ନାହିଁ ବୋଲି ଏଥିରେ କୁହାଯାଇଛି। କମ୍ପାନୀ ଉପରେ ଏବେ ପ୍ରାୟ ୧୩ ହଜାର କୋଟି ଟଙ୍କାର ବକେୟା ରହିଛି। ଫଳରେ ବିଏସ୍‌ଏନ୍‌ଏଲ୍‌ର କାରବାର ଉପରେ ପ୍ରଭାବ ପଡିଛି। କମ୍ପାନୀର କର୍ପୋରେଟ ବଜେଟ ଆଣ୍ଡ୍‌ ବ୍ୟାଙ୍କିଙ୍ଗ ଡିଭିଜନର ସିନିୟର ଜେନେରାଲ ମ୍ୟାନେଜର ପୁରନ ଚନ୍ଦ ଟେଲିକମ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କୁ ପତ୍ର ଲେଖିଛନ୍ତି। ପ୍ରତିମାସରେ ରାଜସ୍ବ ଆୟ ଓ ଖର୍ଚ୍ଚ ଭିତରେ ବୃଦ୍ଧି ପାଉଥିବା ଅନ୍ତର ଯୋଗୁ କମ୍ପାନୀର ପରିଚାଳନା ଚିନ୍ତା ବଢ଼ାଇ ଦେଇଛି। କାରଣ ଏହା ଏବେ ଏପରି ପର୍ଯ୍ୟାୟରେ ପହଞ୍ଚତ୍ଛି ଯେ, ବିନା ଆର୍ଥିକ ସହାୟତାରେ ଆଉ କମ୍ପାନୀ ପରିଚାଳନା କରିବା ସମ୍ଭବ ନୁହେଁ। ବିଏସ୍‌ଏନ୍‌ଏଲ୍‌ର ଦୈନନ୍ଦିନ କାର୍ଯ୍ୟ ତୁଲାଇବା ଅସମ୍ଭବ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ବରଗଡ଼ରେ ବଢ଼ିଲା ସ୍କୁଲ-କଲେଜ ଛୁଟି ଅବଧି, ଏହି ଦିନ ଖୋଲିବ

ବରଗଡ଼,୧୮।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କୁଲ, କଲେଜର ଗ୍ରୀଷ୍ମ ଅବକାଶ(ଖରାଛୁଟି) ଅବଧିକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପାଣିପାଗ ବିଭାଗର ରିପୋର୍ଟକୁ ନେଇ…

୪ ନୂଆ ଟାଉନ୍‌ ପ୍ଲାନ୍‌ ସ୍କିମ୍‌ ଘୋଷଣାକଲା ବିଡିଏ

ଭୁବନେଶ୍ୱର,୧୮ା୬(ରବିନାରାୟଣ ଜେନା): ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ଓଡିଏ) ଆକ୍ଟର ୧୯୮୨ର ଧାରା ୨୩(୧)ର ବ୍ୟବସ୍ଥା ଅନୁଯାୟୀ, ବିଡିଏ ଭୁବନେଶ୍ୱର ବିକାଶ ଯୋଜନା ଅଞ୍ଚଳ (ବିଡିପିଏ)ରେ ୪ଟି ନୂଆ…

ମାଟିତଳୁ ମିଳିଲା ବଙ୍କର ହିଲ୍‌ ଯୁଦ୍ଧ ସମୟର ଦୁର୍ଗ, ଗୁଳି

ବୋଷ୍ଟନ, ୧୮ା୬ (ଏ.ପି.): ଆମେରିକାର ସ୍ୱାଧୀନତା ସଂଗ୍ରାମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଣାଙ୍ଗନ ଭାବେ ପରିଚିତ ‘ବଙ୍କର ହିଲ୍‌’ର ମାଟି ତଳୁ ପ୍ରତ୍ନତତ୍ତ୍ୱବିତ୍‌ମାନେ ୧୭୭୫ ମସିହା ଯୁଦ୍ଧର ଅନେକ…

ଫିଲ୍ମ ଷ୍ଟାଇଲ୍‌ ଲୁଟ୍‌ ପରେ ପୋଲିସର ଏନ୍‌କାଉଣ୍ଟର, ୨ ସୁନା ଲୁଟେରା ଗୁରୁତର

ଅନୁଗୋଳ,୧୮।୬( ଜ୍ୟୋତି ରଞ୍ଜନ ସାହୁ ): ତାଳଚେରରେ ଏକ ସୁନା ରିଫାଇନେରୀ ଦୋକାନରେ ଫିଲ୍ମ ଷ୍ଟାଇଲରେ ଲୁଟ୍‌ ଘଟଣା ପରେ ଅନୁଗୋଳ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

୫୯ ମଣ୍ଡିରେ ପଡ଼ିରହିଛି ୪ ଲକ୍ଷ ବସ୍ତା ଧାନ, ବର୍ଷା ନେଇ ଚିନ୍ତାରେ ଚାଷୀ

ପଦ୍ମପୁର,୧୮।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଧାନ କିଣାବିକା ସମସ୍ୟା ସୁଧୁରୁ ନ ଥିବା ବେଳେ ଆଗାମୀ ମୌସୁମୀ ବର୍ଷାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି।…

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri