କର୍ପୋରେଟ ଟିକସ ହ୍ରାସକୁ ନେଇ ସ୍ପଷ୍ଟ କଲେ ସୀତାରାମନ୍‌; ବର୍ତ୍ତମାନ ବିତ୍ତୀୟ ନିଅଣ୍ଟ ସଂଶୋଧନ ହେବ ନାହିଁ

ନୂଆଦିଲ୍ଲୀ,୨୩-୯: କର୍ପୋରେଟ, ମିନିମମ୍‌ ଅଲ୍ଟରନେଟ ଟିକସ ତଥା ହୋଟେଲ ଶିଳ୍ପ ପାଇଁ ଟିକସ ହ୍ରାସ ଘୋଷଣା କରାଯିବା ଯୋଗୁ ବିତ୍ତୀୟ ନିଅଣ୍ଟ ଉପରେ ଚାପ ବଢ଼ିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି। ଏଥିଯୋଗୁ ସରକାର ଧାର୍ଯ୍ୟ କରିଥିବା ୩.୩%ର ଲକ୍ଷ୍ୟ ଟପିଯିବ ବୋଲି ସେମାନେ କହୁଥିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ନିଜର ପଦକ୍ଷେପ ନେଇ ନିଃସନ୍ଦେହ ରହିଛନ୍ତି। କର୍ପୋରେଟ ଟିକସ ହ୍ରାସ ଯୋଗୁ ସରକାର ବିତ୍ତୀୟ ନିଅଣ୍ଟର ସଂଶୋଧନ ଅଥବା ଖର୍ଚ୍ଚକାଟ କରିବେ ନାହିଁ ବୋଲି ସୀତାରାମନ୍‌ ସ୍ପଷ୍ଟ କରିଛନ୍ତି। ୨୦୨୦-୨୧ ବଜେଟରେ ସରକାର ବିତ୍ତୀୟ ନିଅଣ୍ଟ ସଂଶୋଧନ ବିଷୟରେ ଚିନ୍ତା କରିବେ ବୋଲି ସେ କହିଛନ୍ତି। ବିତ୍ତୀୟ ନିଅଣ୍ଟ ସଂଶୋଧନ ନେଇ ପରେ ବିଚାର କରାଯିବ ବୋଲି ସେ ରବିବାର ଖବରଦାତାଙ୍କୁ କହିଛନ୍ତି। ତାଙ୍କର କହିବାନୁଯାୟୀ, ସରକାର ୨୦୧୯-୨୦ର ଦ୍ୱିତୀୟାର୍ଦ୍ଧରେ ବଜାରରୁ ଅତିରିକ୍ତ ଋଣ କରିବା ନେଇ ନିଷ୍ପତ୍ତି ନେବେ। ସୂଚନାଥାଉ କି, ସରକାର ପୂର୍ବରୁ ଗଣମାଧ୍ୟମକୁ କହିଥିଲେ ଯେ, ଭାରତ ଚଳିତ ଆର୍ଥିକ ବର୍ଷରେ ଏହାର ବିତ୍ତୀୟ ନିଅଣ୍ଟର ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିପାରିବ ନାହିଁ। ଫଳରେ ଏହାକୁ ସଂଶୋଧନ କରାଯାଇ ୩.୫%ରେ ପୁନଃ ଧାର୍ଯ୍ୟ କରାଯିବ। ପୂର୍ବରୁ ବିତ୍ତୀୟ ନିଅଣ୍ଟ ଜିଡିପିର ୩.୩%ରେ ରହିବ ବୋଲି ସରକାର ବଜେଟରେ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri