Odisha Elections 2024

କର୍ପୋରେଟ ଟିକସ ହ୍ରାସ ଘୋଷଣା;ବିତ୍ତୀୟ ନିଅଣ୍ଟ ଭରଣାର ବାଟ ବତାଇଲା ନୀତି ଆୟୋଗ

ମୁମ୍ବାଇ,୨୨-୯: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର କର୍ପୋରେଟ ଟିକସ ହ୍ରାସ ଘୋଷଣା କରିଛନ୍ତି। ଏହାଦ୍ୱାରା ସରକାର ରାଜସ୍ବ ବାବଦରେ ୧.୪୫ ଲକ୍ଷ କୋଟି ଟଙ୍କା ହରାଇବେ ବୋଲି ଅନୁମାନ କରାଯାଉଛି। ଏହାର ଭରଣା କିପରି ହେବ, ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଶନିବାର ଏ ସମ୍ପର୍କରେ ଉପାୟ କହିଛନ୍ତି।
ଏକ ଇଲେକ୍ଟ୍ରୋନିକ ମିଡିଆ ଇଭେଣ୍ଟରେ ଯୋଗ ଦେଇ କୁମାର କହିଛନ୍ତି ଯେ, କର୍ପୋରେଟ ଟିକସ ହ୍ରାସ ଦ୍ୱାରା ବିତ୍ତୀୟ ନିଅଣ୍ଟ ବହୁ ପରିମାଣରେ ବଢ଼ିଯିବ ସେ ସମ୍ଭାବନା ନାହିଁ। ତାଙ୍କ ମତରେ ସ୍ବଳ୍ପ ମାତ୍ରାରେ ନିଅଣ୍ଟ ପରିମାଣ ବଢ଼ିବ। ସେ କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷ ଲାଗି ବିତ୍ତୀୟ ନିଅଣ୍ଟ ପରିମାଣକୁ ୩.୩% ମଧ୍ୟରେ ରଖିବା ଲାଗି ସରକାର ବଜେଟରେ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ତେବେ ଏହା ୪.୧%କୁ ବୃଦ୍ଧି ପାଇବ ବୋଲି ବହୁ ଅର୍ଥନୈତିକ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି। କାରଣ ସରକାର ଜିଡିପିର ୦.୭ ପ୍ରତିଶତ ପର୍ଯ୍ୟନ୍ତ କର୍ପୋରେଟ ଟିକସ ଛାଡ଼ ଘୋଷଣା କରିଛନ୍ତି। ତେବେ ବିତ୍ତୀୟ ନିଅଣ୍ଟକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଓ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଗଣ ଶୁକ୍ରବାର ଖବରଦାତା ସମ୍ମିଳନୀରେ କୌଣସି ପ୍ରଶ୍ନର ଉତ୍ତର ଦେଇ ନ ଥିଲେ। କୁମାର କହିଛନ୍ତି ଯେ, ସରକାର ଦୁଇ ପ୍ରକାର ସ୍ରୋତରୁ କ୍ଷତିକୁ ଭରଣା କରିପାରିବେ। ପ୍ରଥମତଃ କର୍ପୋରେଟ ଟିକସ ହ୍ରାସ ଦ୍ୱାରା କମ୍ପାନୀଙ୍କ କାରବାର ବଢ଼ିବା ସହିତ ସେମାନଙ୍କର ରାଜସ୍ବ ବଢ଼ିବ। ଫଳରେ ସରକାର ପରୋକ୍ଷରେ ଅଧିକ ଟିକସ ପାଇବେ। ସେହିପରି ଅଣ-ଟିକସ ରାଜସ୍ବ ବୃଦ୍ଧି କରିବା ସରକାରଙ୍କ ନିକଟରେ ଦ୍ୱିତୀୟ ବାଟ ରହିଛି। ସେ କହିଛନ୍ତି ଯେ,୨୪ ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ଠାରୁ ପୁଞ୍ଜି ପ୍ରତ୍ୟାହାର କରାଯିବ। ଏଥିପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିସାରିଛି। ପୁଞ୍ଜି ପ୍ରତ୍ୟାହାରରୁ ଚଳିତ ବର୍ଷ ୧.୦୫ ଲକ୍ଷ କୋଟି ଟଙ୍କା ଆଦାୟ କରିବାକୁ ବଜେଟରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହାବ୍ୟତୀତ ରିଜର୍ଭ ବ୍ୟାଙ୍କ ଠାରୁ ଚଳିତବର୍ଷ ଅତିରିକ୍ତ ଲାଭାଂଶ ମିଳିଛି। ଏହାବ୍ୟତୀତ ପାଓ୍ବାର ଟ୍ରାନ୍ସମିଶନ ଲାଇନ, ଷ୍ଟାଡିୟମ,ରେଲଓ୍ବେ ଷ୍ଟାଡିୟମ, ରୋଡ୍‌ ଇନ୍‌ ଭଳି ସମ୍ପତ୍ତି ଲିଜ୍‌ ଅଥବା ଭଡ଼ା ସୂତ୍ରରେ ଦେଇ ସରକାର ନିଜର ଆୟ ବଢ଼ାଇବେ ବୋଲି କୁମାର କହିଛନ୍ତି। ନିବେଶକଙ୍କ ନକାରାମତ୍କ ମନୋଭାବ ବଦଳାଇବା ଲକ୍ଷ୍ୟରେ କର୍ପୋରେଟ ଟିକସକୁ କମାଯାଇଛି ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ କହିଛନ୍ତି। ସୂଚନାଥାଉ କି, ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ରହୁଛି। ସେହିପରି ପ୍ରତ୍ୟକ୍ଷ ଟିକସ ଆଦାୟ ପ୍ରଥମ ତ୍ରୈମାସରେ ମାତ୍ର ୪.୭% ବୃଦ୍ଧି ପାଇଛି। ଟିକସ ହ୍ରାସ ଘୋଷଣା ପରେ କାରବାର ବଢ଼ିଲେ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ଆଦାୟ ବଢ଼ିବ ବୋଲି ରାଜୀବ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

ଡ୍ରାଇଭିଂ ଲାଇସେନ୍ସ ନିୟମରେ ବଡ଼ ପରିବର୍ତ୍ତନ କଲେ ସରକାର, ଜୁନ୍‌ ପହିଲାରୁ ହେବ ଲାଗୁ; ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୯।୫: ସରକାରଙ୍କ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ ପାଇବା ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏବେ ଆବେଦନକାରୀଙ୍କୁ ଆର୍‌ଟିଓ ଯାଇ ଡ୍ରାଇଭିଂ ଟେଷ୍ଟ ଦେବାର ଆବଶ୍ୟକତା ପଡ଼ିବ...

ଆଇସକ୍ରିମ ମ୍ୟାନ ରଘୁନନ୍ଦନ କମାଥଙ୍କ ପରଲୋକ

ନୂଆଦିଲ୍ଲୀ,୧୯।୫: ଦେଶକୁ ଆଇସକ୍ରିମ ଖୁଆଉଥିବା ରଘୁନନ୍ଦନ କମାଥ ଆଉ ଆମ ମଧ୍ୟରେ ନାହାଁନ୍ତି। ପ୍ରାକୃତିକ ଆଇସକ୍ରିମର ପ୍ରତିଷ୍ଠାତା ରଘୁନନ୍ଦନ କମାଥ ଶନିବାର ୭୫ ବର୍ଷ ବୟସରେ...

ଓଡିଏମ୍‌ର ସ୍ବତନ୍ତ୍ର ସମ୍ବର୍ଦ୍ଧନା ସମାରୋହ

ଭୁବନେଶ୍ୱର,୧୯।୫ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ୍‌ର ଛାତ୍ରୀଛାତ୍ରମାନେ ନିକଟରେ ପ୍ରକାଶିତ ସେଣ୍ଟ୍ରାଲ ବୋର୍ଡ ଅଫ୍‌...

ନକଲି କଲ୍‌ ଉପରେ ରୋକ ଲଗାଇବ ଟ୍ରାଇ

ଭୁବନେଶ୍ୱର,୧୯।୫ (ଅନୁରାଧା ମହାରଣା): ନକଲି ତଥା ବାରମ୍ବାର କଲ୍‌ କରି ହଇରାଣ କରୁଥିବା ମାର୍କେଟିଂ କଲ୍‌କୁ ରୋକିବା ପାଇଁ ଦେଶରେ ବହୁ ବର୍ଷ ଧରି ନିୟମ...

ଲଗାତାର ୬ ମାସ ପାଇଁ ଓଡ଼ିଶାରେ ଦରଦାମ୍ ସବୁଠୁ ଅଧିକ

ଭୁବନେଶ୍ୱର,୧୮।୫: ବିଭିନ୍ନ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଦୃଷ୍ଟିରୁ ଓଡ଼ିଶା ଲଗାତାର ୬ ମାସ ହେଲା ଦେଶର ସବୁଠାରୁ ମହଙ୍ଗା ପାଲଟିଛି। ଓଡ଼ିଶାରେ ଗତ ୬ ମାସ...

ଆମେରିକାରେ ଜୟଆଲୁକ୍କାସ୍‌ର ମେଗା ବିସ୍ତାର ଯୋଜନା

ଭୁବନେଶ୍ୱର, ୧୮।୫: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅନ୍ତଃରାଷ୍ଟ୍ରୀୟ ଜୁଏଲେରି ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ୍‌’ର ନୂତନ ଆଉଟ୍‌ଲେଟ୍‌ ଏବଂ ବିସ୍ତାର ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ସର୍ବୋଚ୍ଚ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୧୮।୫: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଦରବୃଦ୍ଧି କାରଣରୁ (କ୍ରମାଗତ ଭାବେ) ଘରୋଇ ବଜାରରେ (କ୍ରମାଗତ ଭାବେ) ଉଭୟ ସୁନା ଓ ରୁପା ଦର ବୃଦ୍ଧି ପାଉଛି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri