କର୍ପୋରେଟ ଜାଲିଆତି ରୋକିବା ଉଦ୍ୟମ: ପରୀକ୍ଷା ଦେବେ କମ୍ପାନୀର ସ୍ବାଧୀନ ଡାଇରେକ୍ଟର

ନୂଆଦିଲ୍ଲୀ,୧୩-୬: ଏନ୍‌ଡିଏ ସରକାରଙ୍କ ଦ୍ୱିତୀୟ ପାଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଦେଶର କର୍ପୋରେଟ ଗଭର୍ନାନ୍ସ ସିଷ୍ଟମକୁ ବଦଳାଇବାକୁ ଉଦ୍ୟମ କରୁଛନ୍ତି। ନିଜର ପ୍ରଥମ କାର୍ଯ୍ୟକାଳ ବେଳେ କର୍ପୋରେଟ ସେକ୍ଟରରେ ଏକାଧିକ ଜାଲିଆତି ଘଟଣା ଧରାପଡିଥିଲା। ଏବେ କର୍ପୋରେଟ ସିଷ୍ଟମରେ ପରିବର୍ତ୍ତନ କରି ଜାଲିଆତି, ଠକେଇ ଆଦିକୁ ରୋକିବାକୁ ସେ ଉଦ୍ୟମ ଆରମ୍ଭ କରିଛନ୍ତି। ନୂଆ ଯୋଜନା ମୁତାବକ ଏଣିକି କର୍ପୋରେଟ ବୋର୍ଡରେ ସାମିଲ ହେବା ପୂର୍ବରୁ ସ୍ବାଧୀନ ନିର୍ଦ୍ଦେଶକଙ୍କୁ ଏକ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିବ। କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ସଚିବ ଇଞ୍ଜେଟି ଶ୍ରୀନିବାସ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
‘ମୁ ମଧ୍ୟ ଚୌକିଦାର’ କ୍ୟାମ୍ପେନ ଜରିଆରେ ଭାରି ବହୁମତରେ ବିଜୟ ହାସଲ କରିଥିବା ପ୍ରଧାନମନ୍ତ୍ରୀ ମୋଦି ଏବେ କର୍ପୋରେଟ ସେକ୍ଟରରେ ‘ଚୌକିଦାର’ ଭୂମିକା ଗ୍ରହଣ କରୁଥିବା ଡାଇରେକ୍ଟରଙ୍କୁ ସବୁ କ୍ଷେତ୍ରରେ ପାରଙ୍ଗମ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ଉଲ୍ଲେଖଥାଉ କି, ସ୍ବାଧୀନ ନିର୍ଦ୍ଦେଶକଙ୍କର କର୍ପୋରେଟ ବୋର୍ଡରେ କୌଣସି ଦାୟିତ୍ୱ ନ ଥାଏ ବୋଲି ଏକ ଭ୍ରାନ୍ତ ଧାରଣା ରହିଛି। ଏହାକୁ ଦୂର କରିବାକୁ ହେବ। ଏବେ କର୍ପୋରେଟ ସ୍ବାକ୍ଷରତା ଆରମ୍ଭ କରାଯିବ। ଯେଉଁଥିରେ ସ୍ବାଧୀନ ଡାଇରେକ୍ଟରଙ୍କ କର୍ତ୍ତବ୍ୟ, ସେମାନଙ୍କର ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ସଚେତନ କରାଯିବ। ଆସନ୍ତା ୨ ମାସ ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯିବ। ସେ କହିଛନ୍ତି ଯେ, କମ୍ପାନୀ ବୋର୍ଡରେ ନିଯୁକ୍ତି ପାଇବା ଲାଗି ସ୍ବାଧୀନ ନିର୍ଦ୍ଦେଶକଙ୍କୁ ଅନ୍‌ଲାଇନରେ ପରୀକ୍ଷା ଦେବାକୁ ହେବ। ଏଥିରେ ଭାରତୀୟ କମ୍ପାନୀ ଆଇନ, ଆଚାର ସଂହିତା, କ୍ୟାପିଟାଲ ମାର୍କେଟ ନିୟମ ଆଦି ସମ୍ପର୍କରେ ପ୍ରଶ୍ନ ରହିବ। ସ୍ବାଧୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇବାକୁ ଆଗ୍ରହୀ ବ୍ୟକ୍ତିବିଶେଷଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ପରୀକ୍ଷାରେ ବସିବାର ସୁଯୋଗ ଦିଆଯିବ। ସେମାନେ ଏହି ସମୟସୀମା ମଧ୍ୟରେ ଏକାଧିକ ଥର ପରୀକ୍ଷା ଦେଇପାରିବେ। ଶ୍ରୀନିବାସ କହିଛନ୍ତି ଯେ, କମ୍ପାନୀ ବୋର୍ଡରେ ବର୍ତ୍ତମାନ ସାମିଲ ଥିବା ଅଭିଜ୍ଞ ନିର୍ଦ୍ଦେଶକଙ୍କୁ ଏହି ପରୀକ୍ଷା ଦେବାର ଆବଶ୍ୟକତା ନାହିଁ। ତେବେ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହେଉଥିବା ସ୍ବାଧୀନ ନିର୍ଦ୍ଦେଶକଙ୍କ ଡାଟାବେସ୍‌ରେ ସେମାନଙ୍କୁ ସାମିଲ ହେବାକୁ ପଡିବ। ଏଥିପାଇଁ ନିଜକୁ ପଞ୍ଜୀକୃତ କରାଇବେ। ସମ୍ଭାବ୍ୟ ସ୍ବାଧୀନ ନିର୍ଦ୍ଦେଶକ ଭାବେ କମ୍ପାନୀ ବୋର୍ଡରେ ସାମିଲ ହେବାକୁ ଚାହୁଁଥିବା ବ୍ୟକ୍ତିବିଶେଷ ଓ କମ୍ପାନୀ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଡାଟାବେସ୍‌ରେ ରହିବ। ଉଲ୍ଲେଖଥାଉ କି, ବର୍ତ୍ତମାନର ନିୟମ ଅନୁସାରେ ଦେଶରେ ତାଲିକାଭୁକ୍ତ କମ୍ପାନୀଙ୍କୁ ନିଜ ବୋର୍ଡରେ ମୋଟ କ୍ଷମତାର ଏକ ତୃତୀୟାଂଶ ସ୍ବାଧୀନ ନିର୍ଦ୍ଦେଶକ ରଖିବାକୁ ପଡ଼ିଥାଏ। ସେମାନେ ବାହାରେ ଥାଇ କମ୍ପାନୀର ଦୈନନ୍ଦିନ କାର୍ଯ୍ୟକଳାପ ଉପରେ ନଜର ରଖିବା ଏହି ସ୍ବାଧୀନ ନିର୍ଦ୍ଦେଶକଙ୍କ କାମ ହୋଇଥାଏ। କମ୍ପାନୀର ହିତର ରକ୍ଷା କରିବା ସେମାନଙ୍କର ଦାୟିତ୍ୱ ହୋଇଥାଏ। ସୂଚନାଯୋଗ୍ୟ ଯେ, ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ପିଏନ୍‌ବି ମହାଦୁର୍ନୀତି, ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ସଙ୍କଟ ଭଳି ଆହୁରି କେତେକ କର୍ପୋରେଟ ଦୁର୍ନୀତି ପଦାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଯାତ୍ରୀମାନଙ୍କ ପାଇଁ ଖୁସି ଖବର! ଟ୍ରେନ ଟିକେଟ୍‌ରେ ୭୫% ପର୍ଯ୍ୟନ୍ତ ରିହାତି, ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ନୂଆଦିଲ୍‌ଲୀ,୧୮।୬: ଭାରତୀୟ ରେଳବାଇ (Indian Railways) ଦେଶର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଯାତ୍ରାକୁ ସହଜ, ସୁରକ୍ଷିତ ଏବଂ ଶସ୍ତା କରିବା ପାଇଁ କ୍ରମାଗତ ଭାବେ ପ୍ରୟାସ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

ଚାକିରି ପଛରେ କେତେ ଆଉ ଦୌଡ଼ିବେ? ସରକାରଙ୍କ ଏସବୁ ଯୋଜନାରେ ଆରମ୍ଭ କରନ୍ତୁ ନିଜ ବ୍ୟବସାୟ; ମିଳୁଛି ବଡ଼…

ନୂଆଦିଲ୍ଲୀ,୧୭।୬: ଦେଶରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବକଯୁବତୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି, କିନ୍ତୁ ପ୍ରତିଯୋଗିତା ଯୋଗୁ  ସମସ୍ତଙ୍କୁ ସରକାରୀ ଚାକିରି ମିଳିବା…

ଚାକିରି ପଛରେ ଗୋଡ଼ାଇବା ଛାଡ଼ନ୍ତୁ, ଜେସିବି କିଣନ୍ତୁ! ମାସକୁ ଲକ୍ଷ ଲକ୍ଷ ରୋଜଗାର, ହେବେ ମାଲାମାଲ୍‌…

ନୂଆଦିଲ୍ଲୀ,୧୭।୬: ଭାରତରେ ଜେସିବି(JCB)ର ଚାହିଦା ବେଶ୍‌ ଅଧିକ। ନାଳ ଖୋଳିବାଠାରୁ ଆରମ୍ଭ କରି ଘର ଭାଙ୍ଗିବା, ନିର୍ମାଣ କାର୍ଯ୍ୟ, ସଡ଼କ ପ୍ରସ୍ତୁତି ଏବଂ ଜମି ସମତଳ କରିବା…

ଆଜି ୫୦ ହଜାର କୋଟି ସାମ୍ରାଜ୍ୟର ମାଲିକ ୨୫ ବର୍ଷର ଏହି ଯୁବକ! ୧୪ ବର୍ଷ ବୟସରୁ କଲେଜ ଛାଡି ଆରମ୍ଭ କରିଥିଲେ…

ନୂଆଦିଲ୍ଲୀ,୧୭।୬: : ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ (SpaceX), ଏଆଇ-ଆଧାରିତ (AI-based) କୋଡିଂ ପ୍ଲାଟଫର୍ମ ‘କର୍ସର’ (Cursor)ର ପ୍ୟାରେଣ୍ଟ କମ୍ପାନୀ ‘ଏନିସ୍ପିୟର ଇଙ୍କ’ (Anysphere Inc)କୁ ୬୦…

ଇଥାନଲ୍ ବ୍ୟବସାୟରୁ ବମ୍ପର ଲାଭ! କମ୍ ନିବେଶରେ କୋଟିପତି ବନାଇବ ଏହି ୩ଟି ସୁପରହିଟ୍ ବିଜନେସ୍ ଆଇଡିଆ

ନୂଆଦିଲ୍‌ଲୀ,୧୭।୬: ଭାରତରେ ଗ୍ରୀନ ଏନର୍ଜି (ଶକ୍ତି) ଏବଂ ବୈକଳ୍ପିକ ଇନ୍ଧନର ଚାହିଦା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହି ସମୟରେ ଇଥାନଲ (Ethanol) ଏଭଳି ଏକ ସେକ୍ଟର…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri