କର୍ପୋରେଟ ଜାଲିଆତି ରୋକିବା ଉଦ୍ୟମ: ପରୀକ୍ଷା ଦେବେ କମ୍ପାନୀର ସ୍ବାଧୀନ ଡାଇରେକ୍ଟର

ନୂଆଦିଲ୍ଲୀ,୧୩-୬: ଏନ୍‌ଡିଏ ସରକାରଙ୍କ ଦ୍ୱିତୀୟ ପାଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଦେଶର କର୍ପୋରେଟ ଗଭର୍ନାନ୍ସ ସିଷ୍ଟମକୁ ବଦଳାଇବାକୁ ଉଦ୍ୟମ କରୁଛନ୍ତି। ନିଜର ପ୍ରଥମ କାର୍ଯ୍ୟକାଳ ବେଳେ କର୍ପୋରେଟ ସେକ୍ଟରରେ ଏକାଧିକ ଜାଲିଆତି ଘଟଣା ଧରାପଡିଥିଲା। ଏବେ କର୍ପୋରେଟ ସିଷ୍ଟମରେ ପରିବର୍ତ୍ତନ କରି ଜାଲିଆତି, ଠକେଇ ଆଦିକୁ ରୋକିବାକୁ ସେ ଉଦ୍ୟମ ଆରମ୍ଭ କରିଛନ୍ତି। ନୂଆ ଯୋଜନା ମୁତାବକ ଏଣିକି କର୍ପୋରେଟ ବୋର୍ଡରେ ସାମିଲ ହେବା ପୂର୍ବରୁ ସ୍ବାଧୀନ ନିର୍ଦ୍ଦେଶକଙ୍କୁ ଏକ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିବ। କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ସଚିବ ଇଞ୍ଜେଟି ଶ୍ରୀନିବାସ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
‘ମୁ ମଧ୍ୟ ଚୌକିଦାର’ କ୍ୟାମ୍ପେନ ଜରିଆରେ ଭାରି ବହୁମତରେ ବିଜୟ ହାସଲ କରିଥିବା ପ୍ରଧାନମନ୍ତ୍ରୀ ମୋଦି ଏବେ କର୍ପୋରେଟ ସେକ୍ଟରରେ ‘ଚୌକିଦାର’ ଭୂମିକା ଗ୍ରହଣ କରୁଥିବା ଡାଇରେକ୍ଟରଙ୍କୁ ସବୁ କ୍ଷେତ୍ରରେ ପାରଙ୍ଗମ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ଉଲ୍ଲେଖଥାଉ କି, ସ୍ବାଧୀନ ନିର୍ଦ୍ଦେଶକଙ୍କର କର୍ପୋରେଟ ବୋର୍ଡରେ କୌଣସି ଦାୟିତ୍ୱ ନ ଥାଏ ବୋଲି ଏକ ଭ୍ରାନ୍ତ ଧାରଣା ରହିଛି। ଏହାକୁ ଦୂର କରିବାକୁ ହେବ। ଏବେ କର୍ପୋରେଟ ସ୍ବାକ୍ଷରତା ଆରମ୍ଭ କରାଯିବ। ଯେଉଁଥିରେ ସ୍ବାଧୀନ ଡାଇରେକ୍ଟରଙ୍କ କର୍ତ୍ତବ୍ୟ, ସେମାନଙ୍କର ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ସଚେତନ କରାଯିବ। ଆସନ୍ତା ୨ ମାସ ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯିବ। ସେ କହିଛନ୍ତି ଯେ, କମ୍ପାନୀ ବୋର୍ଡରେ ନିଯୁକ୍ତି ପାଇବା ଲାଗି ସ୍ବାଧୀନ ନିର୍ଦ୍ଦେଶକଙ୍କୁ ଅନ୍‌ଲାଇନରେ ପରୀକ୍ଷା ଦେବାକୁ ହେବ। ଏଥିରେ ଭାରତୀୟ କମ୍ପାନୀ ଆଇନ, ଆଚାର ସଂହିତା, କ୍ୟାପିଟାଲ ମାର୍କେଟ ନିୟମ ଆଦି ସମ୍ପର୍କରେ ପ୍ରଶ୍ନ ରହିବ। ସ୍ବାଧୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇବାକୁ ଆଗ୍ରହୀ ବ୍ୟକ୍ତିବିଶେଷଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ପରୀକ୍ଷାରେ ବସିବାର ସୁଯୋଗ ଦିଆଯିବ। ସେମାନେ ଏହି ସମୟସୀମା ମଧ୍ୟରେ ଏକାଧିକ ଥର ପରୀକ୍ଷା ଦେଇପାରିବେ। ଶ୍ରୀନିବାସ କହିଛନ୍ତି ଯେ, କମ୍ପାନୀ ବୋର୍ଡରେ ବର୍ତ୍ତମାନ ସାମିଲ ଥିବା ଅଭିଜ୍ଞ ନିର୍ଦ୍ଦେଶକଙ୍କୁ ଏହି ପରୀକ୍ଷା ଦେବାର ଆବଶ୍ୟକତା ନାହିଁ। ତେବେ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହେଉଥିବା ସ୍ବାଧୀନ ନିର୍ଦ୍ଦେଶକଙ୍କ ଡାଟାବେସ୍‌ରେ ସେମାନଙ୍କୁ ସାମିଲ ହେବାକୁ ପଡିବ। ଏଥିପାଇଁ ନିଜକୁ ପଞ୍ଜୀକୃତ କରାଇବେ। ସମ୍ଭାବ୍ୟ ସ୍ବାଧୀନ ନିର୍ଦ୍ଦେଶକ ଭାବେ କମ୍ପାନୀ ବୋର୍ଡରେ ସାମିଲ ହେବାକୁ ଚାହୁଁଥିବା ବ୍ୟକ୍ତିବିଶେଷ ଓ କମ୍ପାନୀ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଡାଟାବେସ୍‌ରେ ରହିବ। ଉଲ୍ଲେଖଥାଉ କି, ବର୍ତ୍ତମାନର ନିୟମ ଅନୁସାରେ ଦେଶରେ ତାଲିକାଭୁକ୍ତ କମ୍ପାନୀଙ୍କୁ ନିଜ ବୋର୍ଡରେ ମୋଟ କ୍ଷମତାର ଏକ ତୃତୀୟାଂଶ ସ୍ବାଧୀନ ନିର୍ଦ୍ଦେଶକ ରଖିବାକୁ ପଡ଼ିଥାଏ। ସେମାନେ ବାହାରେ ଥାଇ କମ୍ପାନୀର ଦୈନନ୍ଦିନ କାର୍ଯ୍ୟକଳାପ ଉପରେ ନଜର ରଖିବା ଏହି ସ୍ବାଧୀନ ନିର୍ଦ୍ଦେଶକଙ୍କ କାମ ହୋଇଥାଏ। କମ୍ପାନୀର ହିତର ରକ୍ଷା କରିବା ସେମାନଙ୍କର ଦାୟିତ୍ୱ ହୋଇଥାଏ। ସୂଚନାଯୋଗ୍ୟ ଯେ, ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ପିଏନ୍‌ବି ମହାଦୁର୍ନୀତି, ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ସଙ୍କଟ ଭଳି ଆହୁରି କେତେକ କର୍ପୋରେଟ ଦୁର୍ନୀତି ପଦାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଲାବାରର ଅକ୍ଷୟ ତୃତୀୟା କଲେକ୍ସନ

ଭୁବନେଶ୍ୱର,୪।୫: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା କଲେକ୍ସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶହୀଦ ନଗରସ୍ଥିତ ମାଲାବାରର ଏକ୍ସକ୍ଲୁସିଭ...

ଲାକ୍‌ମୀ ଏକାଡେମୀର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୪।୫: ଲାକ୍‌ମୀ ଏକାଡେମୀର ୨ୟ ବାର୍ଷିକ ଉତ୍ସବ ଶୁକ୍ରବାର ଶହୀଦ ନଗରସ୍ଥିତ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ ପାତ୍ର...

ଖିମ୍‌ଜୀ ଜୁଏଲର୍ସର ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌

ଭୁବନେଶ୍ୱର,୪।୫ (ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ତଥା ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

ରଣଜିତ ମାଝିଙ୍କୁ ୧୧ତମ ଶାମ୍ଭବୀ ପୁରସ୍କାର

ଭୁବନେଶ୍ୱର,୪।୫: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍‌) ପକ୍ଷରୁ ଶୁକ୍ରବାର ଆୟୋଜିତ ୧୧ତମ ଶାମ୍ଭବୀ ପୁରସ୍କାର ବିତରଣ ଉତ୍ସବ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି...

ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ

ଭୁବନେଶ୍ୱର,୪।୫: ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ ନିକଟରେ ପ୍ରକାଶ ପାଇଛି। ବ୍ୟାଙ୍କର ଗ୍ରସ୍‌ ଅଗ୍ରିମ ୧୫.୬୨% ବୃଦ୍ଧି ପାଇ ୧,୮୬,୮୭୭ କୋଟି ଟଙ୍କାରେ ପହଞ୍ଚତ୍ଛି।...

ଏସ୍‌ଆର୍‌ଏମ୍‌-ସିସିଟିଆର୍‌ ସହ ପତଞ୍ଜଳିର ଚୁକ୍ତି

ଭୁବନେଶ୍ୱର,୪।୫(ଅନୁରାଧା ମହାରଣା): ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେଶନ (ପିଆର୍‌ଏଫ୍‌) ଏବଂ ଚେନ୍ନାଇର ଏସ୍‌ଆର୍‌ଏମ୍‌ ସେଣ୍ଟର ଫର୍‌ କ୍ଲିନିକାଲ ଟ୍ରାଏଲ ଆଣ୍ଡ ରିସର୍ଚ୍ଚ ବା ଏସ୍‌ଆର୍‌ଏମ୍‌-ସିସିଟିଆର୍‌ ମଧ୍ୟରେ ଏକ...

କମିଲା ଅଶୋଧିତ ତୈଳ ଦର: ରୁଷିଆରୁ ଅଶୋଧିତ ତୈଳ ଆମଦାନୀ

ଭୁବନେଶ୍ୱର,୪।୫ (ଅନୁରାଧା ମହାରଣା): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୮୦ ଡଲାରରୁ ତଳକୁ ଖସିଛି। ଡବ୍ଲ୍ୟୁଟିଆଇ ଅଶୋଧିତ ତୈଳ ବ୍ୟାରେଲ ପିଛା ୭୮.୯୯...

ରେକର୍ଡ ପରିମାଣର ବିଦ୍ୟୁତ୍‌ ଚାହିଦା ପୂରଣ

ଭୁବନେଶ୍ୱର,୪।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ‘ଟିପିସିଓଡିଏଲ୍‌’ ଚଳିତ ବର୍ଷ ଏପ୍ରିଲରେ ୨୧୪୦ ମେଗାୱାଟ୍‌ର ରେକର୍ଡ ସର୍ବୋଚ୍ଚ ବିଦ୍ୟୁତ୍‌ ଚାହିଦାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri