Posted inଖେଳ

କର୍ନଓ୍ବାଲଙ୍କୁ ୭ ଉଇକେଟ: ଆଫଗାନିସ୍ତାନ ୧୮୭ରେ ଅଲଆଉଟ୍‌

ଲକ୍ଷ୍ନୌ, ୨୭।୧୧(ପି.ଟି.): ଅଫ୍‌ ସ୍ପିନର ରାଖିମ୍‌ କର୍ନଓ୍ବାଲଙ୍କ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ (୭/୭୫) ବଳରେ ଓ୍ବେଷ୍ଟଇଣ୍ଡିଜ୍‌ ଏଠାରେ ଆରମ୍ଭ ହୋଇଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ବଡ଼ ସ୍କୋର ହାସଲ କରିବାର ସୁଯୋଗ ଦେଇନାହିଁ। ସ୍ଥାନୀୟ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଟେଷ୍ଟ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ନିୟମିତ ବ୍ୟବଧାନରେ ଉଇକେଟ ହରାଇବା ସହ ପ୍ରଥମ ଇନିଂସରେ ୬୮.୩ ଓଭରରେ ୧୮୭ ରନ କରି ଅଲଆଉଟ ହୋଇଛି। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୨୨ ଓଭରରେ ୨ ଉଇକେଟ ହରାଇ ୬୮ ରନ ସଂଗ୍ରହ କରିଛି। ଫଳରେ ୮ ଉଇକେଟ ହାତରେ ରଖି ଓ୍ବେଷ୍ଟଇଣ୍ଡିଜ୍‌ ମାତ୍ର ୧୧୯ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ଜନ କ୍ୟାମ୍ପବେଲ ୩୦ ଓ ଶମରା ବ୍ରୁକ୍ସ ୧୯ ରନ କରି ଅପରାଜିତ ରହିଛନ୍ତି। ଓପନର କ୍ରେଗ୍‌ ବ୍ରାଥଓ୍ବେଟ୍‌ ୧୧ ରନ କରି ଅମୀର ହମଜାଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ସେହିପରି ସାଇ ହୋପ୍‌ ମାତ୍ର ୭ ରନ କରି ତାରକା ସ୍ପିନର ରସିଦ୍‌ ଖଁ।ଙ୍କ ବଲ୍‌ରେ ଇସାନୁଲ୍ଲାଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ।
ଆଫଗାନିସ୍ତାନ ତରଫରୁ ପ୍ରଥମ ଇନିଂସରେ ଓପନର ଜାଭେଦ ଅହମଦି ସର୍ବାଧିକ ୩୯ ରନ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅମୀର ହମ୍‌ଜା ୩୪, ଅଫସର ଜଜାଇ ୩୨, ଇଶାନୁଲ୍ଲା ୨୪, ୟାମିନ ଅହମଦଜାଇ ୧୮, ଇବ୍ରାହିମ ଜଡ୍ରାନ ୧୭ ରନ କରି ଆଉଟ ହୋଇଥିଲେ। ଅନ୍ୟ ୫ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ କର୍ନଓ୍ବାଲ ମାତ୍ର ୭୫ ରନ ବ୍ୟୟ କରି ସର୍ବାଧିକ ୭, ଜାସନ ହୋଲ୍ଡର ୨ ଓ ଜୋମେଲ ଓ୍ବାରିକାନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଆଫଗାନିସ୍ତାନ ପ୍ରଥମ ଇନିଂସ- ୬୮.୩ ଓଭରରେ ୧୮୭ ଅଲଆଉଟ
(ଜାଭେଦ ଅହମଦି- ୩୯, ଅମୀର ହମଜା- ୩୪, ଅଫସର ଜଜାଇ- ୩୨, ଇଶାନୁଲା- ୨୪, ରାଖିମ କର୍ନଓ୍ବାଲ- ୭/୭୫, ହୋଲ୍ଡର- ୨/୨୨)।
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ-୬୮/୨
(କ୍ୟାମ୍ପବେଲ- ୩୦*, ବ୍ରୁକ୍ସ- ୧୯, ବ୍ରାଥଓ୍ବେଟ- ୧୧, ହୋପ୍‌- ୭, ଆମୀର ହମ୍‌ଜା- ୧/୨୫, ରସିଦ ଖାଁ- ୧/୨୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ଲେ ଅଫ୍‌ ଯାଇପାରିବ କି ଚେନ୍ନାଇ ସୁପର କିଙ୍ଗ୍ସ: କ’ଣ କହୁଛି ସମୀକରଣ ଜାଣନ୍ତୁ

ଧର୍ମଶାଳା,୫।୫:ଆଇପିଏଲ୍‌ ୨୦୨୪ରେ ପ୍ଲେ ଅଫ ର ସମୀକରଣ ସ୍ପଷ୍ଟ ହେବାରେ ଲାଗିଛି। ରବିବାର ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୨୮ ରନରେ ପରାସ୍ତ କରିଛି,...

୪୨ ବର୍ଷ ବୟସରେ ଏମିତି କାରନାମା କଲେ ଧୋନୀ

ଧର୍ମଶାଳା,୫।୫: ଯଦିଓ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳି ମହେନ୍ଦ୍ର ସିଂ ଧୋନୀ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଶୂନ୍ୟରେ ଆଉଟ୍‌ ହୋଇଥିଲେ ମଧ୍ୟ ଏହି ୪୨...

ପାଖାପାଖି ୧୧୦୦ ଦିନ ପରେ ପଞ୍ଜାବକୁ ଧୂଳି ଚଟେଇଲା ଚେନ୍ନାଇ

ଚେନ୍ନାଇ,୫।୫: ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୨୮ ରନରେ ପରାସ୍ତ କରିଛି। ଚେନ୍ନାଇର ବିଜୟରେ ରବିନ୍ଦ୍ର ଜାଡେଜାଙ୍କ ତୀକ୍ଷ୍ଣ ବୋଲିଂରେ ଅନେକ ଅବଦାନ ରହିଛି।...

ବିରାଟ କୋହଲିଙ୍କୁ ଅରେଞ୍ଜ କ୍ୟାପ ପିନ୍ଧାଇଲେ ଦିନେଶ କାର୍ତ୍ତିକ, ଭିଡିଓ ସୃଷ୍ଟି କରୁଛି ହଇଚଇ

ନୂଆଦିଲ୍ଲୀ,୫।୫: ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ଏବଂ ଦୀନେଶ କାର୍ତ୍ତିକ ପ୍ରଶଂସକଙ୍କୁ ଖୁସିର ମୁହୂର୍ତ୍ତ ଦେଇଛନ୍ତି। କୋହଲି...

ସାଥ୍‌ ଦେଉନି ଋତୁରାଜଙ୍କ ଭାଗ୍ୟ: ଏଥର୍‌ ବି ଫେଲ୍‌

ନୂଆଦିଲ୍ଲୀ,୫।୫: ନୂଆ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାଇକୱାଡଙ୍କ ଭାଗ୍ୟ ଆଇପିଏଲ ୨୦୨୪ ରେ ବହୁତ ଖରାପ ହୋଇଛି। ସେ ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ...

ଯିଏ ଆଉଟ୍‌ କରିଥିଲେ, ତାଙ୍କୁ ବଡ଼ ଗିଫ୍ଟ ଦେଲେ କୋହଲି

ନୂଆଦିଲ୍ଲୀ,୫।୫: ଜଣେ ମହାନ ବ୍ୟାଟ୍ସମ୍ୟାନ ହେବା ବ୍ୟତୀତ ବିରାଟ କୋହଲି ମଧ୍ୟ ଜଣେ ବଡ଼ ହୃଦୟର ବ୍ୟକ୍ତି ଅଟନ୍ତି। କୋହଲି ତାଙ୍କ ଜର୍ସି ନୁର ଅହମ୍ମଦଙ୍କୁ...

ଟି -୨୦ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଜାରି: ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୫।୫: ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୪ର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ଟୁର୍ନାମେଣ୍ଟ ବାଂଲାଦେଶରେ ଆୟୋଜିତ ହେବ। ଭାରତୀୟ ମହିଳା ଦଳକୁ ଗ୍ରୁପ...

ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା; ନିଲମ୍ବନ କଲା NADA

ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍‌ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri