କରୋନା ଲଢ଼େଇରେ ପ୍ରତି ବ୍ୟକ୍ତିଙ୍କ ଯୋଗଦାନ ଜରୁରୀ: ସୁବ୍ରତ ରୟ

ମୁମ୍ବାଇ,୨୦।୪: କୋଭିଡ୍‌-୧୯ ଯୋଗୁ ବର୍ତ୍ତମାନ ଉପୁଜିଥିବା ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ସୁଚିନ୍ତିତ ପଦକ୍ଷେପ ଲୋଡ଼ା ରହିଛି। କରୋନା ବିରୋଧରେ ଲଢ଼େଇ କେବଳ ସରକାରଙ୍କ କାମ ନୁହେଁ। ପ୍ରତି ବ୍ୟକ୍ତି ବିଶେଷଙ୍କ ଯୋଗଦାନ ଏ କ୍ଷେତ୍ରରେ ଜରୁରୀ ହୋଇ ପଡିଛି ବୋଲି ସାହାରା ଗ୍ରୁପ୍‌ ଅଧ୍ୟକ୍ଷ ସୁବ୍ରତ ରୟ ରବିବାର ଏହା କହିଛନ୍ତି। ବିଶ୍ୱର ସ୍ଥିତିକୁ ସଙ୍କଟାପନ୍ନ କରିଥିବା ଏହି ମହାମାରୀ ବିରୋଧରେ ଲଢିବା ଲାଗି ବ୍ୟକ୍ତି ଲୋକଙ୍କର ସମାନ ଉତ୍ତରଦାୟିତ୍ୱ ରହିଛି। ଏହି ଲଢ଼େଇ ସମଗ୍ର ମାନବ ଜାତିର। ଏଥିରେ ପ୍ରତି ବ୍ୟକ୍ତି ଜଣେ ଜଣେ ଯୋଦ୍ଧା। ଏହି ଲଢ଼େଇରେ ଲୋକମାନେ ଯୋଗଦାନ ରଖିଲେ ଭାରତ ନିଶ୍ଚିତ ପକ୍ଷେ ବିଜୟୀ ହେବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି। ସାମାଜିକ ଦୂରତ୍ୱ ରକ୍ଷା ସହ ସରକାର କହିଥିବା ବିଭିନ୍ନ ନିୟମ ମାନିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଗାନେଲ୍‌ ଫାର୍ମର ନୂଆ ରିଟେଲ୍‌ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର, ୧୮ା୭: ଓଡ଼ିଶାର ଅର୍ଗାନିକ୍‌ ବ୍ରାଣ୍ଡ୍‌ ଅର୍ଗାନେଲ୍‌ ଫାର୍ମସ୍‌ ପକ୍ଷରୁ ପଟିଆ କଳାରାହାଙ୍ଗ ଜେଡ୍‌ – ୧ ଆପାର୍ଟମେଣ୍ଟ ନିକଟରେ ଗୁରୁବାର ଆଉ ଏକ ରିଟେଲ୍‌ ଷ୍ଟୋର…

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର; ₹୨,୦୦୦ରୁ ଅଧିକ UPI ପେମେଣ୍ଟ ଉପରେ ଏବେ ଗଣିବାକୁ ପଡ଼ିବ ଚାର୍ଜ!

ନୂଆଦିଲ୍ଲୀ,୧୭।୭: ଯଦି ଆପଣ ଦୈନନ୍ଦିନ ଜୀବନରେ ୟୁପିଆଇ (UPI) ମାଧ୍ୟମରେ ବଡ଼ ଧରଣର ଆର୍ଥିକ କାରବାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦେଶରେ…

୮ମ ବେତନ ଆୟୋଗ: କେବେଠାରୁ ଲାଗୁ ହେବ ନୂଆ ଦରମା? ୫୦ ଲକ୍ଷ କର୍ମଚାରୀ ଓ ୭୦ ଲକ୍ଷ ପେନସନଭୋଗୀଙ୍କ ପାଇଁ ଜରୁରୀ ଅପଡେଟ୍

ନୂଆଦିଲ୍ଲୀ,୧୭।୭: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖବର। ୮ମ ବେତନ ଆୟୋଗ ଗଠନ ହେବାର ପ୍ରାୟ ୯ ମାସ…

ସାଧାରଣ ଲୋକ ବି ଖୋଲିପାରିବେ ନିଜର ଏକ ବ୍ୟାଙ୍କ? ଜାଣନ୍ତୁ କେତେ ଟଙ୍କା ଆବଶ୍ୟକ…

ନୂଆଦିଲ୍ଲୀ,୧୭।୭: ଅନେକ ଲୋକ ନିଜର ବ୍ୟାଙ୍କ ଆରମ୍ଭ କରିବାର ସ୍ୱପ୍ନ ଦେଖନ୍ତି, କିନ୍ତୁ ଭାରତରେ ଏହା ପ୍ରକୃତରେ ସମ୍ଭବ କି? ଏହାର ଉତ୍ତର ହେଉଛି ହଁ। ଭାରତୀୟ…

ଇଲେକ୍ଟ୍ରିକ୍ ଗାଡ଼ିରେ ନିଆଁ ଲାଗିଲେ ମିଳିବ କି ଇନ୍ସୁରାନ୍ସ ଟଙ୍କା? ଜାଣନ୍ତୁ ବୀମା କମ୍ପାନୀର ନିୟମ

ନୂଆଦିଲ୍ଲୀ, ୧୬।୭: ନୋଏଡାର ସେକ୍ଟର ୬୬ ସ୍ଥିତ ଏକ ବିଲ୍ଡିଂର ପାର୍କିଂରେ ଛିଡ଼ା ହୋଇଥିବା ଇଲେକ୍ଟ୍ରିକ୍ ବାଇକ୍‌ରେ ସ୍ପାର୍କିଂ ହୋଇ ପ୍ରଚଣ୍ଡ ନିଆଁ ଲାଗିଯାଇଥିଲା। ଏହି ଦୁଃଖଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri