କରୋନା ଯୋଗୁ ଶିଳ୍ପ ଜଗତର ଆଶଙ୍କା ବଢୁଛି

ନୂଆଦିଲ୍ଲୀ, ୨୮-୨: କରୋନା ଯୋଗୁ ବିଶ୍ୱ ବଜାରର ନକାରାତ୍ମକ ପ୍ରଭାବ ପଡିପାରେ। ଏହାକୁ ନେଇ ଶିଳ୍ପ ଜଗତ ଆଶଙ୍କା ପ୍ରକଟ କରିଛି। କରୋନା ପ୍ରଭାବରେ ବିଶ୍ୱ ଅଭିବୃଦ୍ଧି ୩୦ ବେସିସ୍‌ ପଏଣ୍ଟ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଫଳରେ ସାରା ବିଶ୍ୱକୁ ୨୫୦ ବିଲିୟନ ଡଲାରର ଝଟକା ଲାଗିପାରେ ବୋଲି ଶିଳ୍ପସଂଘ ପିଏଚ୍‌ଡିସିସିଆଇ ଗୁରୁବାର କହିଛି। ପିଏଚ୍‌ଡିସିସିଆଇ ସଭାପତି ଡି.କେ. ଅଗ୍ରଓ୍ବାଲ କହିଛନ୍ତି ଯେ, କରୋନା ଯୋଗୁ ଚାଇନାର ଯୋଗାଣ ଚେନ୍‌ କେବଳ ପ୍ରଭାବିତ ହୋଇନାହିଁ। ଅନ୍ୟ ଦେଶଗୁଡିକ ଉପରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ଆମଦାନୀ କରୁଥିବା ଦେଶଗୁଡିକର ରପ୍ତାନି ମଧ୍ୟ ପ୍ରଭାବିତ ହୋଇଛନ୍ତି। ଚାଇନାକୁ ଯେଉଁ ଦେଶଗୁଡିକ କଞ୍ଚାମାଲ ଆମଦାନୀ କରିବା ସହ ସାମଗ୍ରୀ ଅନ୍ୟ ଦେଶକୁ ରପ୍ତାନି କରୁଥିଲେ ସେମାନେ ଏଭଳି ସମସ୍ୟା ଦ୍ୱାରା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି।
ଏଭଳି ସ୍ଥିତିରେ ଦେଶ ମଧ୍ୟରେ ଚାହିଦା ବଢାଇବାର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଫାର୍ମା, ସୋଲାର, ଲୁହା, ଇସ୍ପାତ ଭଳି କ୍ଷେତ୍ର ବର୍ତ୍ତମାନ ପ୍ରଭାବିତ ସ୍ଥିତିରେ ରହିଛି। ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଚାଇନା ଏକ ପ୍ରମୁଖ ଅଂଶୀଦାର ରହି ଆସିଛି। ସାରା ବିଶ୍ୱର ମର୍ଚ୍ଚାଣ୍ଡାଇଜ ରପ୍ତାନିର ୧୩% ଅଂଶ ଏହା ହାସଲ କରିଛି। ଆମେରିକା, ହଂକଂ, ଜାପାନ, କୋରିଆ, ଭିଏତନାମ, ଜର୍ମାନୀ, ଭାରତ, ନେଦରଲାଣ୍ଡ ଭଳି ଅନ୍ୟ ଦେଶଗୁଡିକୁ ଏହା ରପ୍ତାନି କରୁଛି। ବିଶ୍ୱ ସ୍ତରରେ ବାଣିଜ୍ୟ କାରବାର ପ୍ରଭାବିତ ହେଲେ ଏହା ବିଶ୍ୱର ଅଭିବୃଦ୍ଧିକୁ ମଧ୍ୟ କ୍ଷତି ପହଞ୍ଚାଇବ ବୋଲି ଅଗ୍ରଓ୍ବାଲ ମତ ଦେଇଛନ୍ତି। କରୋନାର ପ୍ରଭାବ କେତେ ସମୟ ଯାଏ ରହିବ ତାହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ବଜାର ଅଂଶକୁ ପୁନଃ ହାସଲ କରିବା ଲାଗି ଭାରତ ଏହାର ଯୋଗାଣ ଚେନ୍‌କୁ ବଢାଇବାର ଆବଶ୍ୟକତା ରହିଛି। ଏହାବାଦ ଇଜ୍‌ ଅଫ୍‌ ଡୁଇଁ ବିଜନେସ, ବାଣିଜ୍ୟ ପ୍ରତିଦ୍ୱନ୍ଦ୍ୱିତା ଏବଂ ସୁବିଧା ଯୋଗାଣ ଭଳି ପ୍ରସଙ୍ଗକୁ ଦେଖିବାକୁ ହେବ ବୋଲି ସେ ମତ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

SBI ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଖବର; ଲଗାତାର ୬ ଦିନ ବନ୍ଦ ରହିବ..

ନୂଆଦିଲ୍ଲୀ,୨୧।୫: ଦେଶ ସବୁଠାରୁ ନାମୀଦାମୀ ବ୍ୟଙ୍କରେ ୬ ଦିନ ଝୁଲିବ ତାଲା । ପାଖାପାଖି ୨୩୨୭୦ ଶାଖା, ୬୩୦୦୦ରୁ ଅଧିକ ATM ୫୦ କୋଟିରୁ ଅଧିକ ଗ୍ରାହକଙ୍କ…

ସାଧାରଣ ଲୋକଙ୍କୁ ପୁଣି ବଡ଼ ଝଟ୍‌କା! ପେଟ୍ରୋଲ ୫ଟଙ୍କା ପ୍ରତି ଲିଟର…

ନୂଆଦିଲ୍ଲୀ,୨୧।୫: ଯଦି ଆପଣ ଭାବୁଛନ୍ତି ଯେ ଗତ ସପ୍ତାହରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପ୍ରତି ଲିଟର 4 ବୃଦ୍ଧି ପରେ ଆପଣଙ୍କୁ କିଛି ଆଶ୍ୱସ୍ତି ମିଳିବ,…

ଏବେ କେବଳ  Hello ପଠାଇବା ମାତ୍ରେ ମିଳିଯିବ PF  ଆକାଉଣ୍ଟର ସମସ୍ତ ସୂଚନା, ବଡ଼ ପଦକ୍ଷେପ ନେଲା… 

ନୂଆଦିଲ୍ଲୀ,୨୦।୫: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଖୁବଶୀଘ୍ର କୋଟି କୋଟି ଆକାଉଣ୍ଟଧାରୀଙ୍କ ପାଇଁ ଏକ ବଡ଼ ଡିଜିଟାଲ ସୁବିଧା ଆରମ୍ଭ କରିବାକୁ ଯାଉଛି । ଏବେ…

କେବେ ମାର୍କେଟକୁ ଆସିଥିଲା Melody Toffees? ଯାହାକୁ ମେଲୋନିଙ୍କୁ ଗିଫ୍ଟ ଦେଲେ ମୋଦି

ନୂଆଦିଲ୍ଲୀ,୨୦।୫: ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ପାଞ୍ଚଟି ଦେଶ ଗସ୍ତରେ ଅଛନ୍ତି: ନରୱେ, ସୱିଡେନ, ନେଦରଲ୍ୟାଣ୍ଡ, ୟୁଏଇ ଏବଂ ଇଟାଲୀ। ଏହି ଯାତ୍ରାର ଶେଷ ପର୍ଯ୍ୟାୟରେ, ସେ ଇଟାଲୀର…

ବ୍ୟାଙ୍କ୍‌ରୁ ଟଙ୍କା ଟ୍ରାନ୍ସଫର ପାଇଁ ଆସିବ ଦୁଇଟା OTP, ଜାଣନ୍ତୁ କ’ଣ କରିବେ…

ନୂଆଦିଲ୍‌ଲୀ,୨୦।୫: ଏବେ, ବ୍ୟାଙ୍କିଙ୍ଗ କାରବାର ସମୟରେ, ଏକ ପ୍ରମାଣୀକରଣ OTP କେବଳ ଆକାଉଣ୍ଟଧାରୀଙ୍କୁ ନୁହେଁ ବରଂ ସେମାନଙ୍କ ବିଶ୍ୱସ୍ତ ସମ୍ପର୍କ ଏବଂ ପରିବାର ସଦସ୍ୟଙ୍କ ମୋବାଇଲ ଫୋନକୁ…

ମୋଦି ସରକାରଙ୍କ ବଡ଼ ପ୍ଲାନ, ପେଟ୍ରୋଲରେ ଏବେ ମିଶିବ ୩୦% ଇଥାନଲ!

ନୂଆଦିଲ୍‌ଲୀ,୧୯।୫: ଭାରତ ଏବେ ପେଟ୍ରୋଲରେ ଇଥାନଲର ମିଶ୍ରଣ ବୃଦ୍ଧି କରିବା ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି। ବିଦ୍ୟମାନ E20 ଯୋଜନାରୁ ଆଗକୁ ବଢ଼ି, ସରକାର E22,…

ରୁଷରୁ ତେଲ କିଣିବା ପାଇଁ ପୁଣି ଥରେ ସମୟସୀମା ବଢାଇଲା ଆମେରିକା, ଭାରତ ପାଇଁ କେତେ ଲାଭ?

ନୂଆଦିଲ୍ଲୀ,୧୯।୫: ଆମେରିକା ସମୁଦ୍ର ପଥରେ ପରିବହନ ହେଉଥିବା ରୁଷୀୟ ତୈଳ ଉପରେ କଟକଣାରୁ ମୁକ୍ତିକୁ ଗୋଟିଏ ମାସ ପାଇଁ ବୃଦ୍ଧି କରିଛି। ସୋମବାର ରାତିରେ ଆମେରିକାର ଟ୍ରେଜେରୀ…

କମିବ କି ପେଟ୍ରୋଲ ରେଟ୍‌? ଅଶୋଧିତ ତୈଳ ଦରରେ ବଡ଼ ହ୍ରାସ!

ନୂଆଦିଲ୍ଲୀ,୧୯।୫: ବିଶ୍ୱ ବଜାର ଏବଂ ଘରୋଇ ଗ୍ରାହକ ଉଭୟଙ୍କ ପାଇଁ ଅନ୍ତର୍ଜାତୀୟ ବଜାରରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ରେ ଦୀର୍ଘ ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri